ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି।  କିନ୍ତୁ […]

Continue Reading

କ’ଣ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଥିଲେ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପୁଣି ଥରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଗାନ୍ଧୀ ପରିବାର ର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଏବଂ ଇଶାଇ ଥିଲେ। ଏଥିରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଜବାହାରଲାଲ ନେହେରୁଙ୍କ ଜେଜେବାପାଙ୍କ ନାମ ଗୟାସୁଦ୍ଦିନ ଗାଜି ଥିଲା ଏବଂ ସେ ଜଣେ ମୁସ୍ଲିମ ଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରକୃତ ନାମ ରାଜୀବ […]

Continue Reading

ବାଂଲାଦେଶରେ ଜଣେ ହିନ୍ଦୁ ସାଧୁନକର କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଦାବି ମିଥ୍ୟା ଅଟେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତା ରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରା ପକାଇ ହଇରାଣ କରୁଥିବା ଜଣା ପଡ଼ୁଛି। ଦାବି କରା ଯାଉଛି ଯେ ଏହି ଘଟଣା ବାଂଲାଦେଶର ଅଟେ ଯେଉଁଠାରେ ସେଠିକାର ମୁସ୍ଲିମ ମାନେ ଜଣେ ହିନ୍ଦୁ ସାଧୁଙ୍କ କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ କିଛି ଯୁବକ ମାନେ ରାସ୍ତାରେ […]

Continue Reading

ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ […]

Continue Reading

କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ଗୋଟିଏ ବିଲଡିଙ୍ଗରେ ଆକ୍ରମଣ ହେଉଥିବା ବେଳେ କିଛି ଲୋକମାନେ ପାଇପ୍ ବ୍ୟବହାର କରି ଉଦ୍ଧାର ପାଇବା ଚେଷ୍ଟା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାଇପ୍ ରୁ ଓହ୍ଲାଇବା ବେଳେ କେତେକ ସେଥିରୁ ଖସି ପଡ଼ିଛନ୍ତି। ଦାବି କରା ଯାଉଛି ଯେ ବାଂଲାଦେଶରେ ଚାଲୁଥିବା ହିଂସା ସମୟରେ ସେଠିକାର ଲୋକମାନେ ଏକ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ଭିଡିଓ ତାହାର ଏକ […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତାକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ […]

Continue Reading

କ’ଣ କଂଗ୍ରେସ୍ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ଯେ ସେ ଜଣେ ମୁସ୍ଲିମଙ୍କୁ ଭାରତର ପ୍ରଧାନ ବିଚାରପତି ପଦବୀ ଦେବ? ଜାଣନ୍ତୁ ସତ୍ୟତା। 

ଯେହେତୁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେଉଛି, ଅନେକ ସୋସିଆଲ ମିଡିଆ ପୋଷ୍ଟ କଂଗ୍ରେସ ଦଳକୁ ଟାର୍ଗେଟ କରି ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ଭାବରେ, ଏକ ଖବରକାଗଜ ପ୍ରବନ୍ଧର ସ୍କ୍ରିନସଟ ଥିବା ଦର୍ଶାଯାଇଛି ଯେ କଂଗ୍ରେସ ଘୋଷଣାପତ୍ରରେ ମୁସଲମାନ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ପ୍ରତିଶୃତି ରହିଛି। ଘୋଷଣାପତ୍ର ରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଭାରତର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ଠାରୁ ଆରମ୍ଭ କରି ମୁସଲମାନମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଦେବା ବିଷୟରେ କୁହା […]

Continue Reading

ମୁସଲମାନ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ବିଶେଷ ଟ୍ରେନର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ସହିତ ସଜାଯାଇଥିବା ଟ୍ରେନର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ରେନ୍ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ଯିବାର ନିଶ୍ଚିତ ହେଇଥିବା ସମୟରେ ମୁସଲମାନ ମାନେ ତାକେ ଏପରି ସଜାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରି ଏକ ସାମ୍ପ୍ରାଦାୟିକ ରୂପ ଦିଆ ଯାଇଛି।  […]

Continue Reading

କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ। 

ନିକଟରେ କାନାଡାରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ନାମୀ ଆତଙ୍କବାଦୀର ହତ୍ୟା କରିଥିବା ଅଭିଯୋଗ କରି କାନାଡା ଭାରତ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି। ଏହା ପରେ ଉଭୟ ଦେଶ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି। ଏହି ପରିପ୍ରେକ୍ଷୀରେ, କିଛି ଲୋକ ଏକ ଭିଡିଓ ସେୟାର କରୁଛନ୍ତି ଯାହା RSS ସଂଗଠନକୁ କାନାଡାରେ ନିଷିଦ୍ଧ କରାଯାଇଥିବାର ଦାବି କରୁଛି।  RSS […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା।  କ’ଣ ଦାବି […]

Continue Reading

କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟର ଗୁଜୁରାଟ ନିର୍ବାଚନରେ ବିଜେପି କୁ ବଡ଼ ଜିତ ହାସଲ ହେଇଛି। ୧୮୨ ଟି ସିଟ ରୁ ନିର୍ବାଚନରେ ବିଜେପି ୧୫୬ ସିଟ୍ ଉପରେ ବିଜଯ ପାଇଛି। ଏହା ବିଜେପିର ଗୁଜୁରାଟରେ ସବୁଠାରୁ ବଡ଼ ବିଜଯ ବୋଲି ଦାବି କରା ଯାଉଛି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ମୁସ୍ଲିମ ମହିଳା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି […]

Continue Reading

ଜବଲପୁରର ମଖଲା ରିସର୍ଟରେ ଜଣେ ଯୁବତିଙ୍କୁ ହତ୍ୟା କରିବାର ଭିଡିଓର ସାମ୍ପ୍ରଦାୟିକତା ସହ କୌଣସି ସମ୍ପର୍କ ନାହିଁ।

ଇଣ୍ଟରନେଟରେ ଜଣେ ଯୁବକଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହା ଏକ ହୋଟେଲ ରୁମର ଏକ ଭିଡିଓ ଯେଉଁଠାରେ ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ସେ ରକ୍ତରେ ଜୁଡୁବୁଡୁ ଝିଅର ମୃତଦେହ ଦେଖାଯାଉଛି। ଏହି ଭିଡିଓରେ ସେୟାର କରାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁରୁଷ ଜଣେ ମୁସଲମାନ ଏବଂ ମହିଳା ଜଣେ ହିନ୍ଦୁ। ଦେବସେନା ଆଇଟି ସେଲ୍ କଟକ ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି।  କ’ଣ […]

Continue Reading

କ’ଣ ମୁସ୍ଲିମ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନ କରୁଛନ୍ତି? ଭାଇରାଲ ଭିଡିଓ ସ୍କ୍ରିପଟେଡ . . 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଗାଡିରେ ଭାରତୀୟ ପତାକା ପ୍ରଦର୍ଶନକୁ ବିରୋଧ କରୁଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଦେଖାଯାଉଛନ୍ତି। ଏହି ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଯୁବକମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି ଯେ ଆପଣ ମୋ ଗାଡ଼ିରେ ଜାତୀୟ ପତାକା ଲଗାଅ ନାହିଁ। ଏହାର ମୁଁ ବିରୋଧ କରୁଛି।  Purna Chandra Mishra ନାମକ ଜଣେ ବ୍ୟକ୍ତି ଭାଇରାଲ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ, ହିନ୍ଦୁସ୍ତାନ୍ ଜିନ୍ଦାବାଦ୍ […]

Continue Reading

ସିରିଆରେ ଘଟିଥିବା ଘଟଣାକୁ ଇରାକରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିବା ମିଥ୍ୟା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ କିଛି ସୈନିକ ଲୋକମାନଙ୍କୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଇରାକର ଅଟେ। ଇରାକରେ ହିନ୍ଦୁ ଲୋକଙ୍କୁ ମୁସ୍ଲିମମାନେ ଏପରି ମାରୁଛନ୍ତି।  Shreeram Bhakt M ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇରାକ କ ବି ଦିନେ ଭାଇଚାରା ସହର ଥିଲା, କିଛି ହିନ୍ଦୁ ଇରାକ ରୁ ପଳାଇ ଆସିଲେ, […]

Continue Reading

ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।

ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ […]

Continue Reading

ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।  13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି  ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ […]

Continue Reading

ଏଡିଟ୍ ଫଟୋ କୁ ନିଶ ନଥିବା ମୁସ୍ଲିମ ଚାଷି ଆନ୍ଦୋଳନରେ ସର୍ଦ୍ଦାର ବନି ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ବିଷୟରେ ଅନେକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ପୋଷ୍ଟ ରହୁଛି। ଫ୍ୟାକ୍ଟ କ୍ରିସେଣ୍ଡୋ ଏପରି ଅନେକ ମିଥ୍ୟା ଖବରର ସମାନ୍ନା କୁ ଆଣିଛି। ଏହି ପରି କୃଷି ଆନ୍ଦୋଳନ ସହ ଯୋଡ଼ି ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  ଫଟୋରେ ଦାବି କରାଯାଉଛି ଯେ, ଜଣେ ମୁସଲମାନ ବ୍ୟକ୍ତି ସର୍ଦ୍ଦାର ରୂପେ ଛଦ୍ମବେଶରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ପଗଡି ପିନ୍ଧିଥିବା […]

Continue Reading