ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

କ’ଣ ବର୍ଷା ହେତୁ ଅଯୋଧ୍ୟାର ନୂତନ ନିର୍ମାଣ ହୋଇଥିବା ପାଚେରି ଧସି ପଡ଼ିଛି? ଜାଣନ୍ତୁ ସତ୍ୟତା।

ପ୍ରଥମ ମୌସମି ପରେ ନୂତନ ଭାବରେ ନିର୍ମିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନର ପାଚେରି ଧସି ପଡିଥିବା ଦାବି ସହିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୬ ମାସ ପୂର୍ବରୁ ପ୍ରଶାନମନ୍ତ୍ରୀ ମୋଦୀ ଏହି ଷ୍ଟେସନର ଉଦ୍ଘାଟନ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରେଳବାଇ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଧସି ପଡ଼ିଥିବା ପାଚେରି ଷ୍ଟେସନର ନୁହେଁ ବରଂ ଏହା ରେଳବାଇ ଜମିର […]

Continue Reading

ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।” କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଲାଇଟ୍ ଶୋ ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଶାଳ ପଡିଆରେ ଲୋକଙ୍କ ଉପସ୍ଥିତିରେ ଲାଇଟ୍ ଶୋ ଆୟୋଜିତ କରା ଯାଇଛି ଯେଉଁଥିରେ ବିଭିନ୍ନ ଆକାର ସୃଷ୍ଟି ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଲାଇଟ୍ ଶୋ ଅଯୋଧ୍ୟାରେ ଆୟୋଜିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଅଯୋଧ୍ୟା ରେ ସୁନ୍ଦର ଲାଗୁଛି ଲାଇଟି ଭ୍ୟୁ।“ Facebook | Archive […]

Continue Reading

କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ମୁଖ୍ୟ ଅତିଥି ସମେତ ୫ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ, କିଛି ଲୋକ ଏକ ଦାନ ବାକ୍ସରୁ ଟଙ୍କା ସଂଗ୍ରହ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଅଯୋଧ୍ୟାରେ ରାମ ମନ୍ଦିରର ରାମଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ ନିର୍ମାଣ କରା ଯାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସଞ୍ଜୟ ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କେନ୍ଦ୍ରରେ ବିଜେପି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ଠାରୁ ୪ କିଲୋମିଟର ଦୂରରେ କରା ଯାଇଛି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରା ଯିବାର ନିର୍ଣୟ ହୋଇଥିଲା ସେଠାରେ ମନ୍ଦିର ନିର୍ମିତ ହୋଇ ନାହିଁ।  ଭାଇରାଲ ଭିଡିଓରେ ସେ କହୁଛନ୍ତି, “ଯାଇ ଦେଖନ୍ତୁ ମନ୍ଦିର ସେଠାରେ ନିର୍ମାଣ ହୋଇଛି […]

Continue Reading

କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଫୋଟୋଗ୍ରାଫରଙ୍କ କାନ୍ଦୁଥିବା ଇମେଜ୍ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଫୋଟୋ ନେଉଥିବା ସମୟରେ ଭାବବିହ୍ବଳ ହୋଇ କାନ୍ଦିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

କ’ଣ ରାସ୍ତାରେ ଦଉଡୁଥିବା ମାଙ୍କଡ ମାନଙ୍କ ଏକ ବିଶାଳ ଦଳର ଏହି ଭିଡିଓ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ଅଜୋଧ୍ୟା ରାମ ଅମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ନିକଟ ହେଇ ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଲୋକେ ରାମାୟଣ ସହିତ ଜଡିତ ଜଟାୟୁ ଏବଂ ଭାଲୁ ପରି ଜୀବଙ୍କ ଭିଡିଓ ସେୟାର କରି ଏହାକୁ ଅଯୋଧ୍ୟାର ଦୃଶ୍ୟ ବୋଲି ଦାବି କରୁଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ବହୁ ସଂଖ୍ୟାରେ ମାଙ୍କଡ ମାନଙ୍କର ଦଉଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି […]

Continue Reading

କ’ଣ ରାସ୍ତା ନିକଟରେ ଶାଗୁଣା ପକ୍ଷୀ ପଲର ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅଯୋଧ୍ୟା ସହରର ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା (ପ୍ରତିମାମାନଙ୍କୁ ଜୀବନ ଦେବା) ୨୨ ଜାନୁଆରୀରେ ଧାର୍ଯ୍ୟ କରାଯାଇଛି କିନ୍ତୁ ଏହାର ଏକ ସପ୍ତାହ ପୂର୍ବରୁ ବିଭିନ୍ନ ରୀତିନୀତି ଆରମ୍ଭ ହେବାର ଅଛି। ଏହି ଅବସର ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହିପରି ଗୋଟିଏ ପୋଷ୍ଟରେ ରାସ୍ତା କଡ଼ରେ ଏକ ପଲ ଶାଗୁଣା ଦେଖାଯାଇଛି। ଜଟାୟୁ ବା ଶାଗୁଣାକୁ, ରାମାୟଣ ଯୁଗରେ ଏକ ଭଗବାନ ଭାବରେ ବିବେଚନା କରାଯାଏ। ଏହି […]

Continue Reading

ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସହିତ ଏହି ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ।

ମନ୍ଦିରର 3D ଆନିମେସନ୍ ର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।  ଭିଡିଓ ସେୟାର କରି ଉପଭୋକ୍ତାମାନେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ସରକାରୀ ଆନିମେସନ୍ ବିଷୟରେ କହୁଛନ୍ତି। ଏହା ସହିତ ସେମାନେ ଏହା ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ଏହା ଏହିପରି ଦେଖାଯିବ। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଅଯୋଧ୍ୟା ରାମ ଜନ୍ମଭୂମି ଶ୍ରୀରାମ […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି? ଜାଣନ୍ତୁ ସତ୍ୟ।

ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୮ ନଭେମ୍ବରରେ ସତୀଶ […]

Continue Reading

ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏଥିରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖାଯାଉଛନ୍ତି। 3:34 ମିନିଟର ଏହି ଭିଡିଓରେ କେତେକ ସାଧୁ ଏକ ବିମାନରୁ ଓହ୍ଲାଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଶ୍ରୀଲଙ୍କାର ଅଶୋକା ଭାଟିକା ଯେଉଁଥିରେ ସୀତା ବସିଥିଲେ ଶ୍ରୀଲଙ୍କା ଏୟାରଲାଇନ୍ସ ମାଧ୍ୟମରେ ଅଯୋଧ୍ୟାକୁ ଅଣାଯାଇଛି।  ସତ୍ୟତା- ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,ଏହି ଭାଇରାଲ ଭିଡିଓ ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା ଭଗବାନ […]

Continue Reading

ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶ ନିର୍ବାଚନ ଯେତିକି ପାଖକୁ ଆସୁଛି ସେତିକି ଅଧିକ ଫଟୋ ଏବଂ ଖବର ଯୋଗୀ ଆଦିତ୍ୟନାଥ ନାମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋ ଅଯୋଧ୍ୟାର ଅଟେ। ଭାଇରାଲ ଫଟୋକୁ ଯୋଗି ଆଦିତ୍ୟନାଥଙ୍କ ସଫଳତାର ପ୍ରଶଂସା କରି ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  19 ସେପ୍ଟେମ୍ବରରେ Voice Of […]

Continue Reading

କ’ଣ ମନ୍ଦିରରେ ଏକ ମାନଙ୍କଡ ଘଣ୍ଟି ବଜାଉଥିବାର ଏହି ଭିଡିଓ ଅଯୋଧ୍ୟା ରାମ ମନ୍ଦିରର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ଦିରରେ ଆଳତି ହେବା ସମୟରେ ଏକ ମାନକଡ ଘଣ୍ଟି ବନ୍ଧା ହୋଇଥିବା ଏକ ପୋଲ ଉପରେ ଚଢି ଘଣ୍ଟି ବଜାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ଅଯୋଧ୍ୟା ରାମ ମନ୍ଦିରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 9 ଅଗଷ୍ଟରେ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି […]

Continue Reading

ଗୁଜୁରାଟର ଚୁଲି ଜୈନ ମନ୍ଦିର ଭିଡିଓକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ମନ୍ଦିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଅତ୍ୟନ୍ତ ସୂନ୍ଦର ଦେଖାଯାଉଥିବା ଏହି ମିନ୍ଦିର ଅଯୋଧ୍ୟାର ରାମ ମନ୍ଦିର ଅଟେ। ଭିଡିଏରେ ରାମ ମନ୍ଦିର ପ୍ରସ୍ତୁତି ପ୍ରଣାଣିକୁ ଦର୍ଶା ଯାଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ମନ୍ଦିର ରାମ ମନ୍ଦିର ନୁହେଁ। 25 ଜୁଲାଇରେ Rasmita Senapati ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି […]

Continue Reading

ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]

Continue Reading

ହାଇଦ୍ରାବାଦ ମନ୍ଦିର ଭିଡିଓକୁ ରାମ ମନ୍ଦିର ଭୁମି ପୂଜନ ପାଇଁ ପେଣ୍ଡାଲ ସଜା ଯାଉଥିବା ଦାବିରେ ଭାଇରାଲ ହେଉଛି ।

5 ଅଗଷ୍ଟରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଜୋରଦାର ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ରାମ ମନ୍ଦିର ଭୂମି ପୂଜନକୁ ନେଇ କିଛି ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 1 ଅଗଷ୍ଟରେ Bikram Keshori Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ମନ୍ଦିରକୁ ଅତି ସୁନ୍ଦର ଭାବେ ସଜା ଜାଇଛି। ପୋଷ୍ଟରେ ଦାବି […]

Continue Reading

କର୍ଣ୍ଣାଟକରେ ବିଜେପି କର୍ମୀ ପାକିସ୍ତାନୀ ପତାକା ଉଡାଇ ଧରାପଡିଥିବା ଦାବି ମିଥ୍ୟା ଅଟେ।

17 ଜୁଲାଇରେ Amar Ravan ନାମକ ଜଣେ ଫେସବୁକ ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହା ବ୍ୟକ୍ତି କର୍ଣ୍ଣାଟକରେ ବୁର୍ଖା ପିନ୍ଧି ପାକିସ୍ତାନ ପତକା ଉଡାଉ ଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକଜୁ ଅନେକଥର ସେୟାର କରାଯାଇଛି। ପୋଷ୍ଟରେ ବ୍ୟକ୍ତିର ଫେସବୁକ ପେଜ ଫୋଟୋ ପୋଷ୍ଟ କରାଯାଇଛି। ଯୋଉଁଥିରେ ଦାବି କରାଯାଇଛି ଯେ, ବ୍ୟକ୍ତି ବିଜେପି କର୍ମି ଅଟେ। ବ୍ୟକ୍ତିର ନାମ Siddu Paragond ଅଟେ। ତେଳେ ପୋଷ୍ଟର ଲିଙ୍କ […]

Continue Reading

ରାମ ମନ୍ଦିର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି?

5 ଅଗଷ୍ଟରେ ଅଯୋଧ୍ୟାରେ ପୂଜା ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବଡ ଚେହେରା ପହଞ୍ଚିବେ।  ଏହି ଇତିହାସିକ ଦିନ ପାଇଁ ଅଯୋଧ୍ୟାକୁ ମଧ୍ୟ ସଜାଯାଇଛି।  ସୋସିଆଲ ମିଡିଆରେ କିଛି ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି।  ଘର ଗୁଡିକୁ  ଗେରୁଆ ରଙ୍ଗରେ ଆଙ୍କାଯାଇଥିବା କିଛି ଫୋଟୋ ଭାଇରାଲ ହେଉଛି।  ଯେଉଁଥିରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫୋଟୋଗୁଡ଼ିକ ଅଯୋଧ୍ୟାର ଅଟେ, ଯାହା […]

Continue Reading

ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ତାବିତ ଡିଜାଇନ୍ ଫୋଟୋ କି?

5 ଅଗଷ୍ଟରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଲାଗି ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଆଗରୁ ଅନେକ ଉତ୍ସାହ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  Singh Mukti ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ମନ୍ଦିର ଫୋଟୋ ପୋଷ୍ଟ […]

Continue Reading

ଅଯୋଧ୍ୟା ପୋଲିସ ମକ୍ ଡ୍ରିଲ ଭିଡ଼ିଓକୁ ସତ୍ୟ ଘଟଣା କହି ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ବନିବା ଆରମ୍ଭ ଠାରୁ କିଛି ନା କିଛି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ରାମ ମନ୍ଦିରର ସମସ୍ତ ସୂଚନା ଏବଂ ଖବର ହୁ ହୁ ହୋଇ ଭାଇରାଲ ହେଉଛି। ତେବେ ଏଥି ମଧ୍ୟରେ କିଛି ବିବାଦିଅ ଏବଂ  ମିଥ୍ୟା ଖବର ମଧ୍ୟ ପ୍ରଚାର ହେଉଛି। ତେବେ 2 ଜୁନରେ DS Beta Anil ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ […]

Continue Reading

2016 ଫାରୁଖାବାଦ ଶିବଲିଙ୍ଗର ପୁରୁଣା ଫଟୋ କୁ ବର୍ତ୍ତମାନ ଅଯୋଧ୍ୟା ନାମରେ ଭାଇରାଲ୍ ହୋଇଛି ।

ରାମ ମନ୍ଦିର ବନିବା ପାଇଁ ସମଗ୍ର ଦେଶରେ ଖୁଶିର ବାତାବରଣ ଅଛି। ଗତ କିଛି ଦିନ ତଳେ ରାମ ମନ୍ଦିର ଜମିକୁ ଖୋଳୁଥିବା ସମୟରେ ପୁରାତନ ଦିନର ମୁର୍ତି , ଶିବ ଲିଙ୍ଗ ସହ ହିନ୍ଦୁ ଧର୍ମର ଅନେକ ସଙ୍କେତ ମିଳିଛି। ତେବେ ମିଳିଥିବା ମୁର୍ତି ଗୁଡ଼ିକର ଫୋଟୋ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି। Rangalata foundation ନାମକ ଜଣେ ଫେସବୁକ ୟୁଜର 25 ମେ ରେ ତାଙ୍କ ଆକାଉଣ୍ଟରେ ଜମିରୁ ବାହାରିଥିବା  ଶିବ ଲିଙ୍ଗର ଏକ […]

Continue Reading

ଅଜୋଧ୍ୟାରେ ସାଧୁର ମୃତ୍ୟୁକୁ ଭୁଲ ଦାବିରେ ଭାଇରାଲ କରାଯାଉଛି।

କୋରୋନା ପାଇଁ ଦେଶରେ ଭୟାବହ ସ୍ଥିତି ସୃଷ୍ଟି ହେଇଥିବା ସମୟରେ ଅଯୋଧ୍ୟାରୁ ହୃଦୟ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । 30 ଏପ୍ରିଲରେ KNews ରେ ଏହି ନ୍ୟୁଜ ପ୍ରକାଶିତ କରାଯାଇଛି। ନ୍ୟୁଜରେ ଦାବି କରାଯାଇଛି ଯେ, ଜଣେ 80 ବର୍ଷର ସାଧୁଙ୍କୁ ଲକଡାଉନରେ ଖାଇବାକୁ ନ ମିଳିବାରୁ ବୃଦ୍ଧ ଜଣକର ମୃତ୍ୟୁ ହୋଇଥିଲା। ଏହା ଛଡ଼ା ଦାବି କରାଯାଇଛି ଯେ, ପୋଲିସ କର୍ମିମାନେ ବୃଦ୍ଧର ଶବକୁ ନଦୀରେ ଫିଙ୍ଗି ଦେଇଥିଲେ।  ପୋଷ୍ଟରେ […]

Continue Reading