ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁପ୍ତ ସ୍ଥାନରୁ କିଛି ମହିଳା ମାନେ ବାହାରିକି ଆସୁଥିବା ବେଳେ ସେଠାରେ ଥିବା ଲୋକମାନେ ଭିଡିଓ ନେଊଁଛନ୍ତି। ଦାବି କରା ଯାଉଛି ଯେ ମୁମ୍ବାଇର ଅନ୍ଧେରି ଅଞ୍ଚଲରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କର କାଫେରେ ପୋଲିସ ଚଢାଉ କରିଥିବା ରୁ ସେଠାରେ ଏପରି ଅବୈଧ କାମ ଚାଲୁଥିବା ଜଣା ପଡ଼ିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର […]

Continue Reading

ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍କଲ୍ କ୍ୟାପ୍ ପିନ୍ଧିଥିବା କିଛି ଲୋକ ଟ୍ରାଫିକ ପୋଲିସ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଦାବି କରା ଯାଇଛି ଯେ ମୁମ୍ବାଇରେ ଟ୍ରାଫିକ୍ ପୋଲିସ ମୁସ୍ଲିମଙ୍କ ବିରୁଦ୍ଧରେ ଚାଲାଣ କରିଥିବା ହେତୁ ଏହି ଘଟଣା ଘଟିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ […]

Continue Reading

ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା […]

Continue Reading

କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ।  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ“ […]

Continue Reading

କ’ଣ ମୁମ୍ବାଇ ମୀରା ରୋଡରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଶୋଭାଯାତ୍ରା ଉପରକୁ ଢେଲା ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ପୋଲିସ ମାରୁଛି? ଜାଣନ୍ତୁ ସତ୍ୟ। 

କିଛି ଲୋକଙ୍କୁ ପୋଲିସ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହିତ ଦାବି କରାଯାଉଛି ଯେ ମୀରା ରୋଡରେ ଦଙ୍ଗା କରିଥିବା ଦୁଷ୍କର୍ମକାରୀଙ୍କ ପାଇଁ ମୁମ୍ବାଇ ପୋଲିସ କଣ କରୁଛି ଏହି ଭିଡିଓରେ ଦେଖିବାକୁ ମିଳିବ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓର ମୀରା ରୋଡ଼ ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୨୨ ମସିହାରେ ଉତ୍ତରପ୍ରଦେଶର ସାହାରନପୁର ହିଂସା ସମୟର […]

Continue Reading

ଓମାନରେ ଘଟିଥିବା ଘଟଣାର ପୁରୁଣା ଭିଡିଓ ବର୍ତ୍ତମାନ ମୁମ୍ବାଇ ଦାବିରେ ଭାଇରାଲ କରାଯାଉଛି।

ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ସୋସିଆଲ ମିଡିଆରେ 26 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ଲୋକ ସମୁଦ୍ରର ତରଙ୍ଗ ସହିତ ଖେଳୁଥିବା ଦେଖିବାକୁ ମିଳିବ।  ଏହି ସମୟରେ ହଠାତ୍ ଦୁଇଜଣ ଲୋକ ସମୁଦ୍ରର ତରଙ୍ଗରେ ଭାସିଗଲେ। ଏହି ଭାଇରାଲ ଭିଡିଓ ମୁମ୍ବାଇର ବାନ୍ଦ୍ରାଠାର ବୋଲି କୁହାଯାଉଛି, ଯେଉଁଠାରେ ଦୁଇଜଣ ମହିଳା ସମୁଦ୍ରରେ ଭାସି ଯାଇଥିଲେ।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏହା ମୁମ୍ବାଇ ବାନ୍ଦ୍ରା ସି ବିଚ ର ଘଟଣା ! […]

Continue Reading

କ’ଣ ଟ୍ରାଫିକ୍ ଜାମ୍ ହେଇଥିବାରୁ କର୍ଣ୍ଣାଟକର ଏକ ସହରରେ ଲୋକେ ପାଇପ୍ ଦେଇ ଗାଡିରେ ଯାଉଛନ୍ତି? ଜାଣନ୍ତୁ ସତ୍ୟ। 

ଖରାପ ରାସ୍ତା ଏବଂ ଟ୍ରାଫିକ୍ ବାଧା ଯୋଗୁଁ ଜନସାଧାରଣ ଲୋକଙ୍କୁ ଅନେକ ଥର ସମସ୍ଯାର ସାମନା କରିବାକୁ ପଡିଥାଏ। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। କର୍ଣ୍ଣାଟକା ନିର୍ବାଚନ ପାଖେଇ ଆସୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକେ ଟ୍ରାଫିକ୍ ଜାମ୍ ରୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ଵରେ ରକ୍ଷା ଯାଇଥିବା ପାଇପରେ ଗାଡି ଚଳାଉଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓ କର୍ଣ୍ଣାଟକାର ଅଟେ।  […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।  ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା […]

Continue Reading

ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେମସଜିଦରେ ସ୍ଥାପିତ ସମସ୍ତ ଲାଉଡସ୍ପିକର ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଧବ ଠାକରେ ସରକାରକୁ ଚେତାବନୀ ଦେଇଥିଲେ।  ଏହା ପରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଘୋଷଣା କରିଥିଲେ ଯେ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ଦେଇଥିଲେ କିନ୍ତୁ ଏହା ସର୍ତ ରଖିଥିଲେ ଯେ ଲାଉଡସ୍ପିକରର ଧ୍ୱନି ଯେପରି ମସଜିଦ ପରିସର ବାହାରକୁ ନଆସୁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ଭାଇରାଲ ଭିଡିଓ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ଦ୍ଵାରା କର୍ଣାଟକାର ଆନ୍ଦୋଳନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକାରେ ହିଜାବ ବିବାଦ ଲାଗି ରହିଥିବା ବେଳେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ବିଶାଳ ଭିଡ ପତକା ସହିତ ରାସ୍ତାରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ କର୍ଣ୍ଣାଟକାର ହିନ୍ଦୁ ଛାତ୍ରମାନଙ୍କ ଦ୍ଵାରା ଏକ ରେଲି ଅଟେ। କର୍ଣ୍ଣାଟକାର ହିଜାବ ବିବାଦ ପ୍ରସଙ୍ଗରେ ଏହି ଭିଡିଓ ସେୟାର କରା ଯାଉଛି।  ଭିଡିଓ ପୋଷ୍ଟ କରି କୁହା ଯାଇଛି, “କର୍ଣ୍ଣାଟକାର ଛାତ୍ର ମାନଙ୍କୁ ଦେଖି ଲାଗୁଛି ଯେ […]

Continue Reading

କ’ଣ ଭାରତ ପତକା ପରି ପୋଷାକ ପିନ୍ଧି ସେଲ୍ଫି ନେଉଥିବା ଏହି ଛାତ୍ରୀ ମାନଙ୍କ ଫୋଟୋ କାଶ୍ମୀରର ଅଟେ? ଜାଣନ୍ତୁ ସତ୍ୟ।

ଗତ କିଛି ବର୍ଷ ହେବ ମୋଦୀ ସରକାର କାଶ୍ମୀରରେ ଅନେକ ପରିବର୍ତନ କରିଛନ୍ତି। ଧାରା ୩୭୦ ହଟାଇବା ଏବଂ ଅନ୍ୟାନ୍ୟ କାରଣ ପାଇଁ ବିଜେପି ସମର୍ଥକ ମାନେ ସରକାରକୁ ପ୍ରଶଂସା କରୁଛନ୍ତି। କାଶ୍ମୀର ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଶପ୍ରେମ ଭାବନା ସହିତ ଦେଖିବାକୁ ମିଳୁଛି ଏବଂ ଏହା ଦାବି କରା ଯାଉଛି ଯେ ମୋଦୀ ସରକାର ପୂର୍ବରୁ ଏହା ସବୁ କାଶ୍ମୀରରେ ଦେଖିବାକୁ ମିଳୁନଥିଲା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ […]

Continue Reading

2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।

ସୋସିଆଲ ମିଡିଆରେ ଗଣେଶ ପୂଜାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି ଯେ, ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକକୁ ବୋଲି ଦାବି କରାଯାଇ ଭାଇରାଲ କରାଯାଇଛି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ 2016ର ବୋଲି ସ୍ପଷ୍ଟ ହେଲୁ।  10 ସେପ୍ଟେମ୍ବରରେ Biswajit Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।

ଗତ ବର୍ଷରୁ ଚାଲି ଆସୁଛି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ। ଆମ ଦେଶରେ ବିଭିନ୍ନ ସ୍ଥାନରେ ଉଭୟ ହିଂସାତ୍ମକ ତଥା ଅହିଂସା ବିରୋଧ ପ୍ରଦର୍ଶନ କରୁଥିବା କୃଶକକ ବିରୋଧ ବିଷୟରେ ଆମେ ଅନେକ ଖବର ଦେଖିଛୁ। ଯେତେବେଳେ ସରକାର କୃଶକ ବିଲରୁ ଊହରିଯିବାକୁ ରାଜି ନୁହନ୍ତି, ସେତେବେଳେ କୃଷକ ମାନେ ମଧ୍ୟ ବିଲ୍ ବ୍ବିରୋଧରେ ସେମାନଙ୍କର ଅଧିକାରକୁ ନେଇ ଜିଦ୍ ଧରିଛନ୍ତି।  ଗତ କିଛି ମାସ ହେବ ଆମେ ବିଭିନ୍ନ ସ୍ଥାନରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ […]

Continue Reading

ଫିଲିପିନ୍ସର ଫଟୋକୁ ମହାରାଷ୍ଟ୍ର ମିଥି ନଦୀ ଅପରିଷ୍କାର ହୋଇଥିବାଦାବିରେ ଭାଇରାଲ କରାଯାଉଛି।

ଦୁଇଟି ଛବି ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଗୋଟିଏ ପ୍ରତିଛବିରେ ଅହମ୍ମଦାବାଦରେ ଏକ ସ୍ୱଚ୍ଛ ସାବରମତି ନଦୀ କୂଳ ଦେଖାଯାଇଥିବା ବେଳେ ଅନ୍ୟଟିରେ ମହାରାଷ୍ଟ୍ରର ମିଥୀ ନଦୀ ଆବର୍ଜନା ଦେଖାଯାଇଛି।ଏହି ପୋଷ୍ଟକୁ ଫେସବୁକରେ ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି, ଫଟୋ 1 – ସାବରମାଟି ନଦୀ ଫ୍ରଣ୍ଟ, ଅହମ୍ମଦାବାଦ, ଗୁଜୁରାଟ (ଗୁଜୁରାଟ ରାଜ୍ୟ ଖର୍ଚ୍ଚ କରିଥିବା ପାଣ୍ଠି: 00 1400 କୋଟି) । ସେହିପରି […]

Continue Reading

ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ମସଜିଦର ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଉଛି।

3 ଅଗଷ୍ଟରେ Amiya Pndab ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମସଜିଦରେ ତ୍ରୀରଙ୍ଗାର ଲାଇଟ ସୋ ହେଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଏକ ମସଜିଦରେ ସ୍ୱାଧିନତା ଦିବସ ଅବସରରେ ତ୍ରୀରଙ୍ଗା ଲାଇଟ ସୋ କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଅନୁସନ୍ଧାନ ପୂର୍ବରୁ […]

Continue Reading

ପୁରୁଣା ଫୋଟୋକୁ ବର୍ତ୍ତମାନ ବର୍ଷାରେ ମୁମ୍ବାଇ ବେହାଲ ହେବା ଦାବିରେ ଭାଇରାଲ କରାଯାଉଛି।

ଲଗାଣ ବର୍ଷାରେ ଦେଶର ଅଲଗା ଅଲଗା ଜାଗାରେ ଜଳପୂର୍ଣ୍ଣ ହେବାର ଖବର ସମ୍ନାକୁ ଆସୁଛି। ଏହାର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। 6 ଅଗଷ୍ଟରେ Vision odisha Creation ନାମକ ଏକ ପେଜରେ କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାସ୍ତାରେ ପାଣି ଭର୍ତ୍ତି ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ବେହାଲ, ସହରର ବିଭିନ୍ନ ସ୍ଥାନ ଜଣାର୍ଣ୍ଣବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]

Continue Reading