ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

ଆକାଶରେ ତ୍ରିଶୂଳ ତିଆରି କରୁଥିବା ଏକ ଲଢ଼ୁଆ ବିମାନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ’ର ଦୃଶ୍ୟ। ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ରେ ସୁଖୋଇ ବିମାନ ଦ୍ଵାରା ତ୍ରିଶୂଳ ଗଠନ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୁଦ୍ଧ ବିମାନ […]

Continue Reading

ମହାକୁମ୍ଭମେଳା ୨୦୨୫ର ଶେଷ ଦିନର କାର୍ଯ୍ୟକ୍ରମ ଭାବରେ ବାରାଣସୀରେ ଲେଜର ଶୋ’ର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଆତସବାଜିର ଏକ ଭିଡିଓ ଭାଇରାଲ ହେଉଛି, ଏବଂ ଦାବି କରାଯାଉଛି ଯେ ଏହି ଭିଡିଓଟି ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ଶେଷ ଦିନ କାର୍ଯ୍ୟକ୍ରମର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି କାରଣ ପୋଷ୍ଟ ହୋଇଥିବା ଆତସବାଜିର ଭିଡିଓ ପ୍ରୟାଗରାଜରେ ମହାକୁମ୍ଭର ସମାପ୍ତିର ନୁହେଁ, ବରଂ ୨୦୨୪ ମସିହାରେ ଦୀପାବଳି ଅବସରରେ ବାରାଣସୀରେ ପ୍ରଦର୍ଶିତ ଆତସବାଜିର ଦୃଶ୍ୟ ଅଟେ। ଏହି ଭିଡିଓର ପ୍ରୟାଗରାଜ ମହାକୁମ୍ଭ ସହିତ କୌଣସି […]

Continue Reading

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।

ପୁରୀର ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଳାନନ୍ଦଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ ଏକ ରେଳ ଷ୍ଟେସନ୍ ରେ ଅପେକ୍ଷା କରୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ତାଙ୍କର ଏହି ଫୋଟୋ ପ୍ରୟାଗରାଜ ଷ୍ଟେସନରେ ନିଆ ଯାଇଛି। ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ଆମେରିକୀୟ ମହାକାଶ ଏଜେନ୍ସି ନାସା ର ପରାମର୍ଶଦାତା କମିଟି ରେ ମଧ୍ୟ ରହିଛନ୍ତି ଏବଂ ନାସା ତାଙ୍କ ଠାରୁ […]

Continue Reading

ଏଡିଟେଡ୍ ଭିଡିଓକୁ ପ୍ରୟାଗରାଜରେ ବିମାନ ଅବତରଣ ସମୟରେ କରାଯାଇଥିବା ଘୋଷଣା ଦାବି ସହିତ ସେୟାର କରା ଯାଉଛି।

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ପ୍ରୟାଗରାଜ ମହାକୁମ୍ଭର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ, ଜଣେ ଅନ୍ତର୍ଜାତୀୟ ପାଇଲଟ୍ ମହାକୁମ୍ଭ ବିଷୟରେ ଉଡ଼ାଣ ମଧ୍ୟରେ ଘୋଷଣା କରୁଥିବାର […]

Continue Reading

ଜଣେ ବ୍ୟକ୍ତି ୨ ମିନିଟରୁ ଅଧିକ ସମୟ ଧରି ଶଙ୍ଖ ବଜାଉଥିବାର ପୁରୁଣା ଭିଡିଓ କୁ ପ୍ରୟାଗରାଜର ମହାକୁମ୍ଭ ମେଳା ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ମହାକୁମ୍ ମେଲା ୧୩ ଜାନୁୟାରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଏହା ଅନୁଷ୍ଠିତ ହେଇଛି | ଏହି ମେଲା ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସାଧୁ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଗଙ୍ଗା, ଯମୁନା, ଏବଂ ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳରେ ଆନୁଷ୍ଠାନିକ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। […]

Continue Reading

ଜଣେ ସାଧୁଙ୍କର ଅଗ୍ନି ଉପରେ ବିଶ୍ରାମ କରୁଥିବା ପୁରୁଣା ଭିଡିଓକୁ ବିବିସି ନ୍ୟୁଜ୍ ଏବଂ ଚଳିତ ବର୍ଷ କୁମ୍ଭମେଳା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି। 

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଯେଉଁମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମରେ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

କ’ଣ ଏହି ଫୋଟୋ ମୀରା ରୋଡ଼ ହିଂସା ଅଭିଯୁକ୍ତଙ୍କର ଘର ଭାଙ୍ଗା ଯାଉଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ମିରା ରୋଡ ଅଞ୍ଚଳରେ ହିଂସା ଦେଖାଦେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଏହି ହିଂସା ଦୁଇ ଦିନ ଧରି ଚାଲିଥିଲା। ପ୍ରାଣ ପ୍ରତିଷ୍ଠା ଅବସରରେ ମୀରା ରୋଡରେ ଜୟ ଶ୍ରୀ ରାମ ନାରା ଦେଉଥିବା ଏକ ଗୋଷ୍ଠୀକୁ ସ୍ଥାନୀୟ ଲୋକ ଅଟକାଇ ଥିଲେ। ଏହା ଦ୍ୱାରା ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା ଏବଂ ପରିସ୍ଥିତି ଗୁରୁତର ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି […]

Continue Reading