ନିଶା ଅବସ୍ଥାରେ ଗୋଟିଏ କାର ଟ୍ରାଫିକ୍ ପୋଲିସ କୁ ରାସ୍ତାରେ ଟାଣି ନେଉଥିବା ଘଟଣା ରାଜସ୍ଥାନର ନୁହେଁ ହରିୟାଣାର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ତୀବ୍ର ଗତିରେ ଯାଉଥିବା କାର୍ କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ଟ୍ରଫିକ୍ ପୋଲିସ କୁ ତାହା ଟାଣି ନେଉଛି।  କିଛି ଦୂର ଗଲା ପରେ ସେହି କାର୍ ରାସ୍ତା କଡ଼ରେ ଥିବା ଫୁଟପାଥ୍ ରେ ଧକ୍କା ମଧ୍ୟ ହେଉଛି। ତାହା ପରେ କିଛି ଲୋକଙ୍କ ସାହାଯ୍ୟ ରେ ପୋଲିସ ଉଭୟ ଡ୍ରାଇଭର କୁ ନେଇ ଥାନା ନେଉଛି। ଦାବି କରା ଯାଉଛି ଯେ […]

Continue Reading

ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଭାରତ ମାତା କି ଜୟ କହିଥିବାରୁ ମୁସ୍ଲିମ ସମୁଦାୟ ଲୋକମାନେ ଜଣେ ବୟସ୍କ ଲୋକକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟସ୍କ ଲୋକକୁ କିଛି ଲୋକମାନେ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେହି ବୟସ୍କ ଲୋକ ଭାରତ ମାତା କି ଜୟ କହିବା ପରେ ନିକଟରେ ଥିବା ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଦାବି କରା ଯାଉଛି ଯେ ଭାରତ ମାତା କି ଜୟ କହିବା ପରେ ମୁସ୍ଲିମ ଲୋକମାନେ ଏପରି ମାରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା […]

Continue Reading

କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଘଟଣାର କ୍ଲିପ୍ ଏବଂ ଫୋଟୋ ଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଭାରତର ବିଭିନ୍ନ ସ୍ଥାନରେ ଘଟିବା ବିଭିନ୍ନ ଘଟଣାକୁ ମଣିପୁରର ହୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।  ନିମ୍ନରେ ଆପଣ ମାନେ ସେହି […]

Continue Reading

କ’ଣ ଭିଡିଓରେ ଜଣେ ପିତା ନିଜ ଝିଅକୁ ଗୋଟିଏ ମୁସ୍ଲିମ ପିଲା ସହିତ ବିବାହ ନକରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ସମୟ-ସମୟରେ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅତୀତରେ ମଧ୍ୟ ଲଭ୍-ଜିହାଦ ନାମରେ ଭାଇରାଲ ହେଉଥିବା ଦାବିକୁ ଖଣ୍ଡନ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବୟସ୍କ ଲୋକ ଜଣେ ଯୁବତୀଙ୍କ ପାଦରେ ନିଜ ପଗଡି ରଖି କିଛି ଅନୁରୋଧ କରୁଛନ୍ତି। ଭିଡିଓ ସହିତ ଦାବି କରା ଯାଉଛି ଯେ ରାଜସ୍ଥାନରେ […]

Continue Reading

କ’ଣ ରାସ୍ତାରେ ଧସି ଯାଇଥିବା ଏହି ସ୍କୁଟିର ଘଟଣା ହରିୟାଣା ରାଜ୍ୟରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତା ମାଝିରେ ଗୋଟିଏ ଖାଲରେ ଏକ ସ୍କୁଟି ଧସି ଯାଇଅଛି। ଦାବି ଅନୁଯାୟୀ ଏହି ଘଟଣା ହରିୟାଣା ରାଜ୍ୟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ହରିୟାଣାର ନୁହେଁ ବରଂ ରାଜସ୍ଥାନର ଯୋଧପୁର ସହରର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ […]

Continue Reading

କ’ଣ ଭିଡିଓରେ ଥିବା ବାଳକ ରାଜସ୍ଥାନର ସେହି ଦଳିତ ଛାତ୍ର ଯିଏ ଶିକ୍ଷକଙ୍କ ମାଡ଼ କାରଣରୁ ନିଜ ପ୍ରାଣ ହରାଇଛି? ଜାଣନ୍ତୁ ସତ୍ୟ। 

ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳରେ ଜଣେ ଦଳିତ ଛାତ୍ରର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧୀୟ ବିଭିନ୍ନ ଦାବି ସହିତ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ମାଠିଆରୁ ପାଣି ପିଥିବାରୁ ଶିଶୁଟିକୁ ମାରି ତାହାର ହତ୍ୟା କରି ଦିଆ ଯାଇଛି।  କ’ଣ […]

Continue Reading

ପାକିସ୍ତାନର ଏକ ପୁରୁଣା ଭିଡିଓକୁ ରାଜସ୍ଥାନର ରାସ୍ତାରେ ନମାଜକୁ ବିରୋଧ କରି ହିନ୍ଦୁ ମାନେ ହନୁମାନ ଚାଳିଶା ପାଠ କରୁଥିବା ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ଦାବି ଅନୁଯାୟୀ ଏହା ରାଜସ୍ଥାନର ଦୃଶ୍ୟ ଅଟେ ଯେଉଁଠାରେ ସ୍ଥାନୀୟ ହିନ୍ଦୁ ମାନେ ମୁସ୍ଲିମ ମାନଙ୍କ ନମାଜକୁ ଅବରୋଧ କରି ରାସ୍ତାରେ ହନୁମାନ ଚାଳିଶା ପାଠ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ରାଜସ୍ଥାନର ନୁହେଁ ବରଂପ୍ପାକିସ୍ତାନର ଏକ ପୁରୁଣା ଭିଡିଓ ଅଟେ।  କ’ଣ […]

Continue Reading

ଜାଲୋରୀ ଗେଟ୍ ସଂଘର୍ଷ ସମୟରେ ରାଜସ୍ଥାନ ପୋଲିସକୁ ଲାଗିଥିବା ଆଘାତକୁ ନକଲି ନୁହଁ।

ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ରକ୍ତ ଜୁଡୁବୁଡୁ ବନ୍ଧା ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ, ପୋଲିସ୍ ରୁମାଲରେ ନାଲି ରଙ୍ଗ ବ୍ୟବହାର କରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ଦାବି କରୁଛନ୍ତି।  ଫେସବୁକ ୟୁଜର୍ସମାନେ ଦାବି କରିଛନ୍ତି ଯେ, ପୋଲିସ ମୁଣ୍ଡରେ କିମ୍ବା ହାତରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ। ଇଦ୍ ପୂର୍ବରୁ ଜାଲୋରୀ ଫାଟକରେ ଇସଲାମିକ୍ ପତାକା ଉତ୍ତୋଳନ କରିବା ପରେ […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଯେଉଁଥିପାଇଁ ଅନେକ ଭିଡିଓ ଏବଂ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ଏକ ଭିଡିଓ ଭାଇରାଲ ହେଉଛି।  ଭିଡିଆରେ ସେ କହୁଛନ୍ତି ଯେ,  “ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ଆମେ ମଧ୍ୟ ଭୟଭୀତ, ଲୋକ ଭୋଟ୍ ଦେବେ ନାହିଁ , ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଆମକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡିବ ଏବଂ ଆମର ଆଦର୍ଶକୁ […]

Continue Reading

ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କ’ଣ ଉତ୍ତରପ୍ରଦେଶ ଟିଇଟି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ସୋଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କ ଖବର ପ୍ରଚାର ଯେଉଛି ଯେ ଉତ୍ତରପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ପ୍ରଶ୍ନ କାଗଜ ଲିକ୍ ହେତୁ ରଦ୍ଦ କରା ଯାଇଛି। ଏହି କାରଣରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୈତିକ ନିଆ ଲଗାଇଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ରାସ୍ତାର ସୋଇଥିବା କିଛି ଲୋକଙ୍କର ଏଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଦେଖି ଜଣା ପଡୁଛି ଯେ ଏହା ଶୀତ ମାସ ଭିଡିଓ ଅଟେ। ଭିଡିଓ ପୋଷ୍ଟ କରି ଦାବି କରା […]

Continue Reading

କ’ଣ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁବକ ଦେଖା ଯାଉଛନ୍ତିଏବନ ସେ ଏହି ଫୋଟୋରେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ଏହା ୧୯୮୨ ମସିହାର ଫୋଟୋ ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜସ୍ଥାନ ଯୋଧପୁରର ଷୋଳଙ୍କିଆତଲା ଯାଇଥିଲେ। ସ୍ଥାନୀୟ ସରପଞ୍ଚ ନରପତସିଂ ରାଠୋର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସେହି ସମୟରୁ ମହାରାଷ୍ଟ୍ର, ଗୁଜୁରାଟ […]

Continue Reading

ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି।  ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ।  2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ […]

Continue Reading

ଫିଲିପିନ୍ସ ଦେଶର ଫଟୋକୁ ଚାଷୀ ଏବଂ ଚାଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମି଼ଡିଆରେ କୃଷୁ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥି ମଧ୍ୟରୁ କିଛି ଖବର ମିଥ୍ୟା ହୋଇଥିବା ବେଳେ କିଛି ଫଟୋ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେବାରେ ଲାଗାଛି। ଏହିପରି କିଛି ଫଟୋ ସୋସିଆଲ ମିଡିଆରୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଚାଷ ଜମିରେ ଦୁଇ ପୁଅ ଝିଅ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫଟୋରେ ଦାବି କରାଯାଉଛି ଯେ, ରାଜରାସ୍ତାରେ ଚାଷି ହକପାଇଁ ଲଢ଼ୁଛନ୍ତି, କିନ୍ତୁ ଏଠି ଚାଷ ଜମିରେ […]

Continue Reading

ପିତା ଝିଅ ପାଦରେ ପଗଡ଼ି ରଖୁଥିବାର ଏହି ଭାଇରାଲ ଭିଡିଓର ଲଭ ଜିହାଦ କୌଣସି ସମ୍ପର୍କ ନାହିଁ। ଜାଣନ୍ତୁ ସତ୍ୟତା ।

ଲଭ ଜିହାଦକୁ ନେଇ ସୋସିଆଲ ମିଡ଼ିଆରେ ଅନୋକ ସମୟରେ ପୋଷ୍ଟ ଭାଇରାଲ ହେବାରେ ଲାଗିଥାଏ। ହିନ୍ଦୁ ମିସ୍ଲିମ ପ୍ରେମ ବିବାହ ସମ୍ପର୍କକୁ ଲଭ ଜିହାଦ ନାମରେ ଚର୍ଚ୍ଚା କରାଯାଇଥାଏ। ହିନ୍ଦୁ ଝିଅ ମୁସଲ୍ମାନ ପୁଅକୁ ବିବାହ କରିଲେ ହିନ୍ଦୁ ଧର୍ମରେ ଏହା ଏକ ଆଲୋଚନା ବିଷୟ ବନିଯାଏ। ଏପରି ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲେଗିଛି। ଭିଡିଓରେ ଝିଅର ବାପା ଝିଅ ପାଦ ତଳେ ତାଙ୍କ ପଗଡ଼ି ରଖୁଥିବାର ଦେଖି ପାରୁଥିବେ। ଭିଡିଓରେ […]

Continue Reading

ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

ସୋସିଆଲ ମିଡିଆରେ ଏକ ଜଳିଯାଇଥିବା ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ମହିଳାର ସମ୍ପୁର୍ଣ୍ଣ ଶରୀର ଜଳି ଯାଇଛି। ଖାଲି ମୁଣ୍ଡ ଏବଂ ହାତ ଦେଖାଯାଉଛି। ମହିଳାର ଛାତିଥରା ଏହି  ଭାଇରାଲ ଫଟୋକୁ ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଇଛି। ଦାବି କରାଯାଉଛି ଯେ, ଏହି ଘଟଣା କଂଗ୍ରେସ ସାସନ ରାଜ୍ୟ ରାଜସ୍ଥାନର ଅଟେ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ ସରାକର ଚୁପ ବସିଥିବା ବେଳେ, ବିଜେପି ସରକାର ସାସନ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା […]

Continue Reading

21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।

ଦେଶରେ  କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ […]

Continue Reading