୨୦୧୯ ରେ ସିଏଏ କୁ ବିରୋଧ କରୁଥିବା ଏକ ପ୍ରଦର୍ଶନର ଭିଡିଓକୁ ନିକଟରେ ୱାକଫ୍ ବିଲ୍ ବିରୋଧ ପ୍ରଦର୍ଶନ ଦାବି ସହିତ ଭାଇରାଲ କରା ଯାଉଛି।

୧୭ ମାର୍ଚ୍ଚ ୨୦୨୫ ରେ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ (AIMPLB) ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ବିରୋଧରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିଥିଲା ​​ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା।  ଏହି ସମୟରେ, ପୋଲିସ କର୍ମଚାରୀମାନେ ଭିଡ଼ ଉପରେ ଲାଠିଚାର୍ଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ ଉତ୍ତର ପ୍ରଦେଶରେ ୱାକଫ ବିଲ୍ ବିରୋଧରେ ପ୍ରଦର୍ଶନ କରୁଥିବା […]

Continue Reading

ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

ଦୁଇଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଦୋକାନୀଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ଯୁବକ ପ୍ରଥମେ ଦୋକାନ ଭଙ୍ଗାରୁଜା କରୁଛନ୍ତି ଏବଂ ତା’ପରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ମାଡ଼ ମାରୁଛନ୍ତି।  ଭିଡିଓ ସେୟାର କରି ଦାବି କରାଯାଉଛି ଯେ ରାସ୍ତାରେ ଏପରି ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସେହି ଯୁବକଙ୍କୁ ମାଡ଼ […]

Continue Reading

ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି। 

ନିକଟରେ ରାଜସ୍ଥାନ ନିର୍ବାଚନର ଫଳାଫଳ ରେ କଂଗ୍ରେସ ପରାଜୟ ହେଇଛି। ବିଜେପି ଦଳ ନିର୍ବାଚନରେ ବିଜଯ ହୋଇ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମାଳବାହିନୀ ଟ୍ରେନରେ କିଛି ଜେସିବି ମେସିନ୍ ଯାଉଥିବା ଭିଡିଓ ଭାଇରାଲ ହେଉଛି। ୟୁଜର ମାନେ ଏହାକୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ସେୟାର କରୁଛନ୍ତି।  ଦାବି କରାଯାଉଛି ଯେ ରାଜସ୍ଥାନରେ ବିଜେପି ନିର୍ବାଚନ ଜିତିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନକୁ ବୁଲଡୋଜର ପଠାଇଛନ୍ତି। […]

Continue Reading

କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ ଅଫିସ୍ ରେ ବସି ଫାଇଲ୍ ଚେକ୍ କରୁଛି। ସେଠାର କର୍ମଚାରି ମାନେ ତାକୁ କଦଳୀ ଦେବା ପରେ ମଧ୍ୟ ମାଙ୍କଡଟି ଫାଇଲ୍ ଯାଞ୍ଚ କରିବା ବନ୍ଦ କରୁ ନାହିଁ। ଦାବି କରା ଯାଇଛି ଯେ ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ […]

Continue Reading

କ’ଣ ଭାଇରାଲ ଫୋଟୋ ନାଗ ବାସୁକି ମନ୍ଦିରର ଅଟେ ଯାହା ଉତ୍ତରପ୍ରଦେଶରେ ଅବସ୍ଥିତ? ଜାଣନ୍ତୁ ସତ୍ୟ।

ବାରତାମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ ଗଛରେ ମୂର୍ତ୍ତି ନିର୍ମାଣ କରା ଯାଇଛି। ଦାବି ଅନୁଯାୟୀ ଏହି ଫୋଟୋ ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରେ ଅବସ୍ଥିତ ନାଗ ବାସୁକି ମନ୍ଦିରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ କର୍ଣାଟକାର ଏକ ପଥର ବଗିଚାର ଫୋଟୋ ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ […]

Continue Reading

2016ର ଅଖିଲେଶ ଯାଦବ ସମୟର ଫୋଟୋକୁ ବର୍ତ୍ତମାନ ଯୋଦି ଆଦିତ୍ୟନାଥଙ୍କ ଦାବିରେ ଭାଇରାଲ କରଯାଉଛି।

ଘର ଗୁଡ଼ିକୁ ଭଙ୍ଗାଯାଇଥିବାର ତିନୋଟି ଚିତ୍ର ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି।  ଭଙ୍ଗାଯାଇଥିବା ଘର ପାଖରେ ଠିଆ ହୋଇଥିବା ବୁଲଡୋଜର ଏବଂ ପୋଲିସ୍ କର୍ମଚାରୀଙ୍କୁ ଦେଖାଯାଇପାରିବ। ସୋସିଆଲ ମିଡିଆ ୟୁଜର୍ସ ଫୋଟୋ ସହ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଘର ଗୁଡ଼ିକର ଏହି ଫୋଟୋ ଉତ୍ତରପ୍ରଦେଶର ଅଟେ। କେତେକ ଉପଭୋକ୍ତା ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଚିତ୍ରଗୁଡ଼ିକ ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ସଂଘର୍ଷରୁ ଆସିଛି।  ଉତ୍ତରପ୍ରଦେଶରେ ପ୍ରଦର୍ଶନ କରୁଥିବା ଲୋକମାନେ ଦେଶର ସମ୍ପତ୍ତି […]

Continue Reading

କ’ଣ ହିନ୍ଦୁ ନୂତନ ବର୍ଷ ଅବସରରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଉପରେ ଫୁଲ ବର୍ଷାଇଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ହେଲିକପ୍ଟରର ଲୋକମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରୁ ଲୋକଙ୍କ ଉପରେ ଫୁଲ ବର୍ଷା କଲେ। Santosh Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯୋଗୀ ଜି ପାଳିଲେ ହିନ୍ଦୁ ନବବର୍ଷ #Jay_shree_ram । ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

2019 ଅଜମେର ଭିଡିଓକୁ ବର୍ତ୍ତମାନ ଉତ୍ତରପ୍ରେଦଶ ନିର୍ବାଚନ ସହ ଜୋଡ଼ି ଭାଇରାଲ କରାଯାଉଛି।

ୟୁପି ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରିକ୍ରିୟା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ 26 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଭାରତୀୟ ଜନତା ଦଳର ନେତା ଉପରେ ମାଡ଼ ହେଉଥିବାର ହେଖାଯାଉଛି।   ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି […]

Continue Reading

ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ […]

Continue Reading

ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |

ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ  ଡିଏମ୍ ସାର୍  ମୁଁ  ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]

Continue Reading

ପୋଲିସ କର୍ମିଙ୍କ ସହ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡ଼ିଥିବାର ଏହି ଭିଡିଓ ଉତ୍ତରପ୍ରଦେଶର ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡିଥିବାର ଦେଖାଯାଉଛି।  ଏହି ଇ-ରିକ୍ସାରେ ପୋଲିସ୍ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଉତ୍ତରପ୍ରଦେଶର ବୋଲି ଦାବି କରାଯାଇଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ନୁହେଁ ବରଂ ରାଜସ୍ଥାନର ଅଟେ।  Mahua Moitra Fans ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇ-ରିକ୍ସା […]

Continue Reading

ଭାଇରାଲ ଫଟୋରେ ଯୋଗୀ ସରକାର ଜନତାଙ୍କ ସହ ଦାଦାଗିରି କରୁଛି ? ଜାଣନ୍ତୁ ସତ୍ୟତା।

ସୋସିଆାଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖାଯାଉଛନ୍ତି। ଏହା ସହ କିଛି ଲୋକ ଚେୟାରରେ ବସିଥିବା ଦେଖା ଯାଉଛନ୍ତି ଏବଂ ତାଙ୍କୁ କିଛି ଲୋକ କାନ୍ଧରୁ ଧରିଥିବାରୁ ଧରିଥିବାର ମଧ୍ୟ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୋଗି ଆଦିତ୍ୟନାଥ ଲୋକଙ୍କ କାନ୍ଧରେ ସୁରକ୍ଷୀ କର୍ମୀଙ୍କ ହାତରଖି ଡରାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 23 ଜୁଲାଇରେ Susanta […]

Continue Reading