
ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିବା ଏବଂ ସଂସଦର ଉଭୟ ଗୃହରେ ନିର୍ମାଣ କରାଯାଉଥିବା ସୁବିଧା ଦେଖିଥିଲେ। ସେ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ସ୍ସିଆଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ସେଣ୍ଟ୍ରାଲ୍ ଭିଷ୍ଟାର କାର୍ଯ୍ୟ ୧୭ ମାସ ମଧ୍ୟରେ ଶେଷ ହୋଇଛି ଯାହା ଟାଟା କମ୍ପାନୀ ମାଗଣାରେ ନିର୍ମାଣ କରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟାଟା କମ୍ପାନୀ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରି ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ଆନେ ଦାବି କରୁଛନ୍ତି ଯେ, “ନୂଆ ସଂସଦ ଭବନ ମାତ୍ର 17 ମାସରେ ସମ୍ପୂର୍ଣ୍ଣ ହୋଇ ଉଦଘାଟନ ଅପେକ୍ଷାରେ, ଦେଶର ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଥିଲେ, TATA ଏହାକୁ ତିଆରି କରିଛି, ସବୁଠାରୁ ଖୁସିର କଥା, ଏହାର ସମୁଦାୟ ଖର୍ଚ୍ଚ TATA ବହନ କରିବ, TATA ତରଫରୁ ଏହା ଦେଶ ପାଇଁ ସମର୍ପିତ, ସରକାରକୁ ଏଥିପାଇଁ TATA କମ୍ପାନୀକୁ ମାତ୍ର ଗୋଟିଏ ଟଙ୍କା ଦେବାକୁ ହେବ“

ଆମ ଅନୁସନ୍ଧାନ:
ଭାଇରାଲ ପୋଷ୍ଟରେ ଦୁଇଟି ଦାବି କରା ଯାଇଛି। ପ୍ରଥମ ଏହା ଯେ ଟାଟା କମ୍ପାନୀ ସଂସଦ ଭବନର ନିର୍ମାଣ ମାଗଣାରେ କରିଛି। ଦୁଇତୀୟ ଦାବି କରା ଯାଇଛି ଯେ ସଂସଦ ଭବନର କାର୍ଯ୍ୟ ମାତ୍ର 17 ମାସ ସମୟରେ ଶେଷ ହୋଇଛି।
ତେବେ ଏହି ଦାବି ଗୁଡିକର ସତ୍ୟତା କ’ଣ?
ପ୍ରଥମ ଦାବି: ଟାଟା କମ୍ପାନୀ ମାଗଣାରେ ସଂସଦ ଭବନ ନିର୍ମାଣ କରିଛି।
ଏହା ଜାଣିବା ପାଇଁ ଆମେ ସେଣ୍ଟ୍ରାଲ୍ ଭିଷ୍ଟାର ୱେବସାଇଟରେ ସର୍ଚ୍ଚ କରିଲୁ।ଆମ ଏଜାଣିବାକୁ ପାଇଲୁ ଯେ ନୂତନ ସଂସଦ ଭବନର କାର୍ଯ୍ୟ ପାଇଁ ୮୬୨ କୋଟି ଟଙ୍କା ଏବଂସେଣ୍ଟ୍ରାଲ୍ ଭିଷ୍ଟା ଏଭିନ୍ୟୁ ର ପୁନଃ ବିକାର୍ଷ କାର୍ଯ୍ୟ ପାଇଁ ୪୭୭ କୋଟି ଟଙ୍କା ର ଟେଣ୍ଡର ଦିଆ ଯାଇଛି। ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ୨ ଟି ପ୍ରକଳ୍ପରେ ବ୍ୟୟ ହେଉଛି ₹ ୧୯୫ କୋଟି ଏବଂ ୨୦୨୧-୨୨ ପାଇଁ ବଜେଟ୍ ବ୍ୟବସ୍ଥା ହେଉଛି ୭୯୦ କୋଟି।

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ୨୨ ସେପ୍ଟେମ୍ବର ୨୦୨୦ ରେ ସଂସଦରେ ଏକ ପ୍ରାହ୍ନର ଉତ୍ତରରେ ହାଉସିଂ ଏବଂ ଅର୍ବାନ୍ ମନ୍ତ୍ରାଳୟ କହିଛି ଯେ ନୂତନ ସଂସଦର ଟେନ୍ଡର ଉପରେ ନଜର ରଖା ଯାଇଛି ଏବଂ ଅନ୍ୟ ବିଲଡିଙ୍ଗ ଗୁଡିକ ସ୍ଥାପତ୍ୟ ଯୋଜନା ପର୍ଯ୍ୟାୟ ରେ ଅଛି। ନୂତନ ସଂସଦ ଭବନର ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ୯୭୧ କୋଟି ଟଙ୍କା ଅଟେ। ଅନ୍ୟାନ୍ୟ ବିଲଡିଙ୍ଗ ଆନୁମାନିକ ମୂଲ୍ୟ ଏବଂ ସେଣ୍ଟ୍ରାଲ୍ ଭିଷ୍ଟା ଆଭେନ୍ୟୁର ବିକାଶ / ପୁନଃ ବିକାଶ ଯୋଜନା ଚୂଡ଼ାନ୍ତ ହେବା ପରେ କାର୍ଯ୍ୟ କରାଯିବ।

୯ ଡିସେମ୍ବର ୨୦୨୧ ରେ ସଂସଦରେ ବାର୍ତ୍ତା ହୋଇଥିଲା ଯେ ସେଣ୍ଟ୍ରାଲ୍ ଭିଷ୍ଟା ବିକାଶ / ପୁନଃ ବିକାଶ ମାଷ୍ଟର ପ୍ଲାନ୍ ଅଧୀନରେ କେବଳ 4 ଟି ପ୍ରକଳ୍ପ ରେ କାର୍ଯ୍ୟ ହେଉଛି। ନୂତନ ସଂସଦ ଭବନ ନିର୍ମାଣ, ସେଣ୍ଟ୍ରାଲ ଭିସ୍ତା ଆଭେନ୍ୟୁର ପୁନଃ ବିକାଶ ଏବଂ ସାଧାରଣ କେନ୍ଦ୍ରୀୟ ସଚିବାଳୟ ବିଲଡିଂ। ଅନୁମୋଦିତ ପାଣ୍ଠିର ବିବରଣୀ ଏବଂ ଏହାର ବର୍ତ୍ତମାନର ସ୍ଥିତି ନିମ୍ନଲିଖିତ ଅଟେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୬ ସେପ୍ଟେମ୍ବର ୨୦୨୦ ରେ ମନିକଣ୍ଟ୍ରୋଲ୍ ୱେବସାଇଟରେ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍ର ନୂତନ ସାଂସଦ ଭବନର ନିର୍ମାଣ ୮୬୧.୯୦ କୋଟି ଟଙ୍କାର ଟେନ୍ଡର ଜିଟିଛି।
୧୬ ସେପ୍ଟେମ୍ବର ୨୦୨୦ ରେ, କେନ୍ଦ୍ରୀୟ ଜନସମ୍ପର୍କ ବିଭାଗ (CPWD) ନୂତନ ସଂସଦ ଭବନ ନିର୍ମାଣ ପାଇଁ ଆର୍ଥିକ ବିଡ୍ ଖୋଲିଥିଲା, ଯାହା କେନ୍ଦ୍ରୀୟ ଭିସ୍ତା ପୁନ e ନିର୍ମାଣ ପ୍ରକଳ୍ପର ଏକ ଅଂଶ। ଟାଟା ପ୍ରୋଜେକ୍ଟ ଦ୍ୱାରା ସର୍ବନିମ୍ନ ବିଡ୍ ଦାଖଲ କରାଯାଇଥିଲା। ଲାରସେନ୍ ଏବଂ ଟୁବ୍ରୋଙ୍କ ବିଡ୍ ୮୬୫ କୋଟି ଟଙ୍କା ଥିଲା।

୨୦ ଜାନୁଆରୀ ୨୦୨୨ ରେ ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ନୂତନ ସାଂସଦ ଭବନର ନିର୍ମାଣ ପାଇଁ ନିର୍ଧାରିତ କରା ଯାଇ ଥିବା ବଜେଟରେ ୨୯% ବୃଦ୍ଧି ହୋଇଥିଲା। ଏହାର ଅର୍ଥ ହେଉଛି ଯେଉଁ ୯୭୭ କୋଟି ଟଙ୍କାର ବଜେଟ୍ କରା ଯାଇଥିଲା ସେଥିରେ ୨୮୨ କୋଟି ଟଙ୍କାର ବୃଦ୍ଧି ହୋଇଛି।

ଏହା ପରେ ଆମେ ଟାଟା ପ୍ରୋଜେକ୍ଟ ଲିମିଟେଡର ଫେସବୁକ ପେଜରେ ସର୍ଚ୍ଚ କରିଲୁ। ୧୪ ଜାନୁଆରୀ ୨୦୨୧ ରେ ଆମକୁ ଟାଟା ଦ୍ଵାରା ଏକ ଭିଡିଓ ପୋସ୍ତ କରା ଯାଇଥିବା ମିଳିଲା ଯେଉଁଥିରେ ନୂତନ ସାଂସଦ ଭବନ ବିଷୟରେ କୁହା ଯାଇଛି। ଏହି ଭିଡିଓର ୩ ମିନିଟ ସମୟ ପରେ ଟାଟା ଗ୍ରୁପର ଭାଇସ୍ ପ୍ରେସିଡେନ୍ଟଙ୍କୁ ମଧ୍ୟ ଏହି ପ୍ରୋଜେକ୍ଟ ବିଷୟରେ କହୁଥିବା ଶୁଣିବାକୁ ପାଇଲୁ। ଭିଡିଓରେ ସେ କହିଛନ୍ତି, ” ଏହି ପ୍ରୋଜେକ୍ଟ ପାଇଁ ବିଡ୍ କରିବା ପାଇଁ ଆଗ୍ରହୀ ଥିଲୁ, ପ୍ରଭୁଙ୍କ ଦୟାରେ ଆମେ ଏହି ଟେନ୍ଡର ଜିତିଛୁ। ଆମର ଆତ୍ମବିଶ୍ଵାସ ଅହି ଯେ ଆମେ ଏହି ପ୍ରୋଜେକ୍ଟକୁ ନିର୍ଦ୍ଧିଷ୍ଟ ସମୟରେ ଶେଷ କରିବୁ। ଆମେ ଏହି ପ୍ରଜେକ୍ଟର ଏକ ଅଂଶ ହେଇଥିବାରୁ ଗର୍ବିତ।”
ଉପରୋକ୍ତ ଭିଡିଓରୁ ଆମେ ଜାଣିବାକୁ ପାଇଲୁ ଯେ ଟାଟା ନୂତନ ସଂସଦ ଭବନକୁ ମାଗଣାରେ ନିର୍ମାଣ କରୁ ନାହିଁ। ସେ ଏହା ପାଇଁ ଏକ ୮୬୨ କୋଟି ଟଙ୍କାର ଟେନ୍ଡର ଜିତିଥିଲା।
କ’ଣ ନୂତନ ସଂସଦ ଭବନର ନିର୍ମାଣ ୧୭ ମାସ ସମୟରେ ଶେଷ ହୋଇଛି?
ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ୩୦ ମାର୍ଚ୍ଚ ୨୦୨୩ ରେ ରିପବ୍ଲିକ୍ ୱାର୍ଲ୍ଡ ୱେବସାଇଟରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନୂତନ ସଂସଦ ଭବନ ପରିଦର୍ଶନର ଏକ ରିପୋର୍ଟ ପ୍ରକାଶିତ ହେଇଛି। ରିପୋର୍ଟ ଅନୁଯାୟୀ, ୩୦ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନର କାର୍ଯ୍ୟ ଯାଞ୍ଚ କରିବାକୁ ଯାଇଥିଲେ। ସଂସଦର କାମ ଶେଷ ହେବାକୁ ଯାଉଛି। ସେଠାରେ ସେ ଶ୍ରମିକଙ୍କ ସହିତ ସାକ୍ଷାତ କରିଥିଲେ। ନୂତନ ସଂସଦରେ ରାଜ୍ୟସଭା ଓ ଲୋକସଭାରେ ଉପଲବ୍ଧ ହେବାକୁ ଥିବା ବିଭିନ୍ନ ସୁବିଧାର ସେ ଯାଞ୍ଚ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଟାଟା ଲମ୍ପାନୀ ମାଗଣାରେ ସଂସଦ ଭବନ ନିର୍ମାଣ କରୁଥିବା ଦାବି ମିଥ୍ୟା ଅଟେ। ଏହା ବାବଦ ସଂସଦର ନିର୍ମାଣର କରର୍ଜୀ ଶେଷ ହୋଇ ନାହିଁ। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ମାଣ କାର୍ଯ୍ୟ ଯାଞ୍ଚ କରିବାକୁ ଯାଇଥିଲେ।

Title:କ’ଣ ଟାଟା କମ୍ପାନୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
