2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଥିବାର ଭିଡିଓ ଅଟେ। 23 ଅଗଷ୍ଟରେ Rangacharan pradhan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଆପଣ କେଉଁ ମିଡିଆରେ ଏ ବିଷୟରେ ଦେଖିବାକୁ ପାଇଛନ୍ତି କି ? ଭାଇରାଲ ଭିଡିଓରେ ବର୍ତ୍ତମାନ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଛନ୍ତି ବୋଲି ଦାବି କରିଛନ୍ତି। ତଳୋ ଭିଡିଓ ଦେଖନ୍ତୁ। 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟରୁ 5 ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହା ସହ ଭିଡିଓକୁ ଅଧିକରୁ ଅଧିକ ସେୟାର ମଧ୍ୟ କରାଯାଇଛି। ତଳେ ଭିଡିଓ ଲିଙ୍କ୍ ଦେଖନ୍ତୁ।  

ଏଠାରେ ଭିଡିଓର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡିଓରେ  ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Largess Media ୟୁଟ୍ୱୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଯେଉଁଥିରେ ଆମେ  ଦେଖିବାକୁ ପାଇଲୁ ଯେ, ଭାଇରାଲ ଭିଡିଓ 28 ଜୁଲାଇ 2019ରେ ପ୍ରକାଶିତ କରାଯାଇଥିଲା। ଏଥିରେ ଲେଖା ଯାଇଛି ଯେ, ରେଳ କର୍ମିମାନେ ଘରୋଇ କରୋଣକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। 

ଏଠାରେ ୟୁଟ୍ୟୁବ ଚ୍ୟାନେଲର ଲିଙ୍କ Largess Media ଦେଖନ୍ତୁ। 

ଏହା ପରେ ଆମେ ଜାଣିବା ପାଇଁ ଚାହିଁଲୁ ଯେ, ଭାଇରାଲ ଭିଡିଓ କେବେର ଏବଂ ଭିଡିଓଟି କେଉଁଠିକାର ଅଟେ। ସର୍ଚ୍ଚରେ ଆମକୁ The tribune ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ମିଳିଲା, ଯାହାକି 2019ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ରେଳ କୋଚ୍ କାରଖାନାର କର୍ମଚାରୀମାନେ କାପୁରଥାଲାରେ ଘରୋଇକରଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା 2019ର ଅଟେ। ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ପୁରୁଣା ଭିଡିଓକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି। ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ The tribune ୟୁଟ୍ୟୁବ ଚ୍ୟାନେଲର ଲିଙ୍କ ଦେଖନ୍ତୁ। 

5 ଜୁଲାଇ 2019 ରେ jagran ରିପୋର୍ଟ ଅନୁଯାୟୀ ରେଳ କର୍ମଚାରୀମାନେ ଏକ ରାଲି କରି ରେଳ କୋଚ କାରଖାନାର କର୍ପୋରେଟାଇଜେସନ୍ ଅର୍ଥାତ୍ ଘରୋଇକରଣକୁ ବିରୋଧ କରିଥିଲେ। ଏହି ଲୋକମାନେ ରାଲିରେ ସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଖବରରେ କୁହାଯାଇଛି ଯେ କର୍ମଚାରୀ ଏବଂ ସେମାନଙ୍କ ପରିବାର କାରଖାନାର ରାମଲିଲା ମଇଦାନରେ ଏକ ରାଲି କରିଥିଲେ, ଯେଉଁଠାରେ ଆଖପାଖର ଲୋକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। 

ଏଠାରେ ଲିଙ୍କ ଦେଖନ୍ତୁ- jagran

ତେବେ ଆମେ ପୁଣି ଜାଣିବାକୁ ଚାହିଁଲୁ ଯେ, ଏବେ ଦେଶରେ ରେଳ ବାଭିଗ ଘରୋଇକରଣ  ନେଇ କିଛି ଆନ୍ଦୋଳନ ହେଇଛି କି? 

RAILWAY employees strike against privatisation ଗୁଗୁଲରେ ସର୍ଚ୍ଚ କରି ଦେଖିଲୁ। ଯେଉଁଥିରୁ ସ୍ପଷ୍ଟ ହେଲୁ ଏପରି କୌଣସି ଆନ୍ଦୋଳନ ଦେଶ ସାରା ଚାଲି ନାହିଁ। ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ଭାଇରାଲ ଭିଡିଓ 2019 ଜୁଲାଇର ଅଟେ। ଏଡ଼ା  ଛଡ଼ା  ଭାଇରାଲ ଖବରଲଆମକୁ ରେଳ ବିଭାଗ ପେଜରେ ମଧ୍ୟ ମିଳିଲା। 15 ଜୁଲାଇ 2019ରେ railsamacharରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶିତ କରାଯାଇଥିଲା। ଅଧିକ  ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ଭାଇରାଲ ଭିଡିଓ 2019 ଜୁଲାଇର ଅଟେ। ବର୍ତ୍ତମାନ ଦେଶରେ ଏପରି କୌଣସି ଆନ୍ଦୋଳନ ହୋଇ ନାହିଁ। 

Avatar

Title:2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *