3 ମାସ ପୁରୁଣା ଫଟୋକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ହେଉଛି।

False International

ସୋସିଆଲ ମିଡିଆରେ କାବୁଲ ଏୟାରପୋର୍ଟ ବିସ୍ଫୋରଣକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିବା ଲୋକଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ହସ୍ପିଟାଲ ବେଡ଼ରେ ପଡ଼ିଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

ରାଜନୀତି ଖବର ନାମକ ଏକ ସେୟାରଚାଟ ପୋଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ ବିସ୍ଫୋରଣରେ 100ରୁ ଅଧିକ ଲୋକଙ୍କ ମୃତ୍ୟୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳୋ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Sharechat । Archive

ତେବେ କଣ ହସ୍ପିଟାଲ ବେଡ଼ରେ ପଡ଼ିଥିବା ଲୋକମାନେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ େହାକୁ ନେଇ କିଛି ଲିଙ୍କ ମିଳିଲା। Bloomberg ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 8 ମଇ 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ପଶ୍ଚିମ କାବୁଲର ଅଧିକାଂଶ ଶିଆ ଜିଲ୍ଲାର ଏକ ବାଳିକା ସ୍କୁଲ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ବୋମା ବିସ୍ଫୋରଣରେ  30 ଜଣଙ୍କର ମୃତ୍ୟୁ ଘଟିଥିଲା, ସେମାନଙ୍କ ମଧ୍ୟରୁ 11 ରୁ 15 ବର୍ଷ ବୟସର ଯୁବକ ଛାତ୍ରଥିଲେ। ତାଲିବାନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହି ଆକ୍ରମଣ ସିଏ କରିଛନ୍ତି ବୋଲି ଅସ୍ୱୀକାର କରିଥିଲେ। ଏହି ଖବର firstpost , nbcwashington ପେଜରେ ମଧ୍ୟ ପ୍ରକାଶିତ କରାଯାଇଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Bloomberg । Archive। firstpostnbcwashington

ଏହା ପରେ ମିଳିଥିବା ଖବରର ଅଧିକ ସୂଚନା ପାଇଁ ଆମେ ସର୍ଚ୍ଚ କରିଲୁ।  9 ମେ 2021ରେ NBC News ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଆଫଗାନିସ୍ତାନ ରାଜଧାନୀରେ ଏକ ବାଳିକା ବିଦ୍ୟାଳୟରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ 11 ରୁ 15 ବର୍ଷ ବୟସର 50 ଛାତ୍ର ମୃତ୍ୟୁ ହୋଇଥିଲା। 

ଛାତ୍ରୀଛାତ୍ରମାନେ ସ୍କୁଲକୁ ଯାଉଥିବା ବେଶେ ପ୍ରବେଶ ଦ୍ୱାର ବାହାରେ ତିନିଟି ବିସ୍ଫୋରଣ ହୋଇଥିଲା। ରାଜଧାନୀର ପଶ୍ଚିମରେ ଥିବା ଅଧିକାଂଶ ଶିଆ ପଡ଼ିଆରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ଆଫଗାନିସ୍ତାନର ଜାତିଗତ ହାଜାରଙ୍କୁ ଟାର୍ଗେଟ କରିଥିଲା ​​ଯେଉଁମାନେ ପଶ୍ଚିମ ଦାଶ-ଇ-ବାରଚି ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଆକ୍ରମଣ ହୋଇଥିବା ସ୍ଥାନରେ ଅଧିକାଂଶ ହାଜାର ହେଉଛନ୍ତି ଶିଆ ମୁସଲମାନ ରହୁଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, 3 ମାସ ପୁରୁଣା ଫଟୋକୁ ବର୍ତ୍ତମାନ କାବୁଲ ଏୟାରପୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ଦାବିରେ ଭାଇରାଲ ହେଉଛି।

Avatar

Title:3 ମାସ ପୁରୁଣା ଫଟୋକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *