କ’ଣ ଚଣ୍ଡିଗଡ଼ର ଗୋଟିଏ ମୁସ୍ଲିମ ହୋଟେଲରେ ନାଳ ପାଣିରୁ ବିରିଆନୀ ରନ୍ଧା ହେଉଥିବା ବେଳେ ସେହି ହୋଟେଲ ମାଲିକ ଧରା ପଡିଛି? ଜାଣନ୍ତୁ ସତ୍ୟ। 

Communal Misleading

ନିକଟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଦେଖିପାରିବେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ସହିତ ଅସଦାଚରଣ କରୁଛନ୍ତି। ଦାବି କରା ଯାଉଛି ଯେ ହରିୟାଣାରେ ଅବସ୍ଥିତ ଶମା ବିରିୟାନି ଢାବା ଗଟର ପାଣି ବ୍ୟବହାର କରି ଖାଦ୍ୟ ରାନ୍ଧୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଘଟଣା ନାଳ ପାଣିରୁ ଖାଦ୍ୟ ରାନ୍ଧିବାନେଇ ହୋଇନଥିଲା। ହୋଟେଲ ମାଲିକ ନାଳ ପାଣିକୁ ରାସ୍ତାଉପରେ ଫିଙ୍ଗୁଠିବା ନେଇ ଏହି ସ୍ଥାନୀୟ ଲୋକେ ଆପତ୍ତି ଜଣାଇଥିଲେ। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ହୋଟେଲ ରେ ବିରିୟାନି ଖାଇବାକୁ ଇଚ୍ଛା କରୁଥିବା ହିନ୍ଦୁ ଭଉଣୀ ଓ ଭାଇ ମାନଙ୍କୁ ଅନୁରୋଧ, ଏହି ଭିଡିଓ ଦେଖି ଜାଣନ୍ତୁ କି, ଅଧର୍ମି/ବିଧର୍ମୀ – ମୁସଲମାନ ଆପଣଙ୍କୁ କେତେ ଭଲ ପାଉ ଛନ୍ତି। ସ୍ଥାନ…. ଚଣ୍ଡିଗଡ/ପଞ୍ଜାବ।

Facebook | Archive 

ସମାନ ଦାବି ଏବଂ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଜଣେ ଟୁଇଟ କରି ଲେଖିଛନ୍ତି, “ଜିହାଦୀ ମାନଙ୍କ ମନ ଛେପ ପକାଇବାରୁ ଭରିଲା ନାହିଁ। ଗାଟର ଭିତରେ ପାଇପ୍ ପଶେଇ ସେହି ସେହି ପାଣିରୁ ବିରିଆନୀ ବନା ଯାଉଛି ଏବଂ ବାସନ ମଧ୍ୟ ସଫା କରା ଯାଉଛି। ଯେତେବେଳେ ଲୋକ ମାନେ ଧରିଲେ ତେବେ ୫୦୦୦ ଟଙ୍କା ଲାଞ୍ଚ ଦେବାକୁ ଚେଷ୍ଟା କରିଲେ।”

ଆମ ଅନୁସନ୍ଧାନ: fi

ଏହି ଭିଡିଓ ବିଷୟରେ ସୂଚନା ପାଇବାକୁ, ଆମେ ପ୍ରଥମେ ପିଞ୍ଜୋରରେ ଅବସ୍ଥିତ ଶମା ଢାବାର ମାଲିକ ସାଦାମ ଅଲିଙ୍କ ସହ ଯୋଗାଯୋଗ କରିଲୁ। ସେ କହିଛନ୍ତି ଯେ “ଭିଡିଓରେ ଦେଖାଯାଇଥିବା ଘଟଣା ୧୪ ଅଗଷ୍ଟ ର ଅଟେ। ନାଳ ପାଣି ସହିତ ବିରିୟାନି ତିଆରି କରିବା ଭଳି କିଛି ନାହିଁ। ବାସ୍ତବରେ ଢାବା ସାମ୍ନାରେ ନାଳ ପାଣି ପ୍ରତିଦିନ ଜମା ହୋଇଯାଏ। ଆମ ଢାବାରେ କାମ କରୁଥିବା ପିଲାମାନେ ଏହାକୁ ପ୍ରତିଦିନ ମ୍ୟୁନିସିପାଲିଟି ଟ୍ରକ୍ ରେ ଏହାକୁ ଫିଙ୍ଗନ୍ତି। କିନ୍ତୁ ସେଦିନ ମ୍ୟୁନିସିପାଲିଟି ଟ୍ରକ ଆସିଲା ନାହିଁ, ତେଣୁ ଆମ ଲୋକ ସକାଳେ ଏବଂ ସନ୍ଧ୍ୟାରେ ପାଣି ବାହାର କରି ରାସ୍ତାରେ ଫିଙ୍ଗିଥିଲେ। ରାସ୍ତାରେ ପାଣି ଢାଳି ଦିଆଯାଉଥିବାରୁ ଏବଂ ସେହି ପାଣିରେ ଦୁର୍ଘନ୍ଧ ଆସୁଥିବାରୁ ଭିଡିଓରେ ଦେଖାଯାଇଥିବା ଲୋକମାନେ ଏହାକୁ ବିରୋଧ କରିଥିଲେ। ସେମାନେ ସକାଳେ ମଧ୍ୟ ଆସିଥିଲେ ଏବଂ ତା’ପରେ ପୁଣି ସନ୍ଧ୍ୟାରେ ସେମାନେ ଆମ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କ ସହ ଅସଦାଚରଣ କରିଥିଲେ। ଆମ ବ୍ୟକ୍ତି ଏଥିପାଇଁ ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବିଷୟରେ ମଧ୍ୟ କହିଥିଲେ।”

ସେ ଆମକୁ ଏହା ମଧ୍ୟ କହିଛନ୍ତି ଯେ ସେମାନେ ନାଳ ପାଣି ବ୍ୟବହାର କରି ଖାଇବା ରାନ୍ଧନ୍ତି ନାହିଁ। ଏହି କଥାକୁ ପ୍ରମାଣ କରିବା ପାଇଁ ସଦ୍ଦାମ ଅଲି ଆମକୁ ଗୋଟିଏ ଭିଡିଓ ପଠାଇଛନ୍ତି ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେଉଁ ପାଣିରେ ରାନ୍ଧନ୍ତି। ଆପଣ ସେହି ଭିଡିଓକୁ ନିମ୍ନରେ ଦେଖି ପାରିବେ। 

ସଦ୍ଦାମ ଅଲିଙ୍କ ଦ୍ଵାରା ଦିଆ ଯାଇଥିବା ସୂଚନାକୁ ନିଶ୍ଚିତ କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ହରିୟାଣାଯ ପିଞ୍ଜୋର ଥାନା ଅଧିକାରୀ କରମବିର ସିଂହଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ଜଣାଇଛନ୍ତି ଯେ, “ଏହି ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଏଥିରେ ନାଳ ପାଣି ବ୍ୟବହାର କରି ଖାଇବା ବନାଉଥିବାର କୌଣସି ମାମଲା ନାହିଁ। ଶମା ଢାବା ଲୋକମାନେ ରାସ୍ତାରେ ନାଳର ଦୁର୍ଘନ୍ଧ ପାଣି ଢାଲୁଥିଲେ ଯାହା ଫଳରେ ସ୍ଥାନୀୟ ଲୋକ ମାନେ ଆପତ୍ତି ଜଣାଇଥିଲେ। ଏହି କାରଣ ହେତୁ ଲୋକମାନେ ଢାବା କର୍ମଚାରି ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଘଟଣା ନାଳ ପାଣିରୁ ଖାଧ୍ୟ ତିଆରି ତିଆରି କରୁଥିବାର ନୁହେଁ। ଶମା ହୋଟେଲରେ ନାଳ ପାଣି ଜମି ରହିଥିବାରୁ ସେଠିକାର କର୍ମଚାରି ମାନେ ସେ ଦୁର୍ଘନ୍ଧ ନାଳ ପାଣିକୁ ରାସ୍ତାରେ ଫିଙ୍ଗିଥିଲେ। ଏହି କାରଣରୁ ସ୍ଥାନୀୟ ଲୋକମାନେ ଆପତ୍ତି ଜଣାଇ ସେଠାରେ ଆସି ହୋଟେଲରେ ଧମକ ଦେଇଥିଲେ। 

Avatar

Title:କ’ଣ ଚଣ୍ଡିଗଡ଼ର ଗୋଟିଏ ମୁସ୍ଲିମ ହୋଟେଲରେ ନାଳ ପାଣିରୁ ବିରିଆନୀ ରନ୍ଧା ହେଉଥିବା ବେଳେ ସେହି ହୋଟେଲ ମାଲିକ ଧରା ପଡିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *