
୨୬ ଫେବ୍ରୁଆରି ରେ ଓଡ଼ିଆ ଏକ୍ସପ୍ରେସ ନାମକ ଫେସବୁକ ପେଜରେ ସୋନଭଦ୍ରରେ ମିଳିଥିବା ସୁନା ବିଷୟରେ ଲେଖା ଯାଇଅଛି। ସୁନାର ଭଣ୍ତାର ମିଳିବା କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ର ଅଚାନକ ଏବେ ଚର୍ଚ୍ଚାର ଘେରରେ ଆସିଯାଇଅଛି , ଏହା ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଅଟେ, ଜଣାଯାଏ କି ଭାରତ ଦୁନିଆଁର ସବୁଠାରୁ ବଡ ସୁନାର ଖଣି ଅଟେ । ଉତ୍ତର ପ୍ରଦେଶର ସୋନଭଦ୍ର ର ସୋନ ପାହାଡିରେ ୨୭୦୦ ଟନ୍ ସୁନା ଓ ହରଦି କ୍ଷେତ୍ରରେ ୬୪୬,୧୫ ଟନ୍ ସୁନାର ଭଣ୍ତାର ହେବାର ଅନୁମାନ ଅଛି , ଭୁତତ୍ତ୍ୱବିଦ୍ ଖଣିକର୍ମ ନିର୍ଦ୍ଧେଶାଳୟ ଶୁକ୍ରବାରକୁ ଏହାର ପୃଷ୍ଟି କରିଥିଲେ, ଇ-ଇଞ୍ଜିନିୟରିଙ୍ଗ୍ ରୁ ଏହାର ନିଲାମୀ ଆଦେଶ ବି ଜାରି କରିଛନ୍ତି । ଏହାର ପୁର୍ବରୁ ଖଣିଜ ସ୍ଥଳର ଜିଓ ଟ୍ୟାଗିଗ୍ ପାଇଁ ସାତ ସଦସ୍ୟର ଟିମ୍ ଗଠନ କରିଦିଆଯାଇଛି , ଯାହାର ରିପୋର୍ଟ ୨୨ ଫେବୃୟାରୀ ପର୍ଯ୍ୟନ୍ତ ଲକ୍ଷ୍ନୌକୁ ଦିଆଯିବ , କହିଦେବୁ କି ଭାରତ ସରକାର ପାଖରେ ୬୧୮ ଟନ୍ ସୁନା ରିଜର୍ଭ ଅଛି । ୨୦୦୫ ରେ ଏଠାରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ(GSI) ଟିମ୍ ଅଧ୍ୟୟନ କରୁଛି , ଟିମ୍ ଏହି ଆଧାରରେ ହିଁ ସୋନାଭଦ୍ର ରେ ସୁନା ଅଛି ବୋଲି ଦାବି କରିଥିଲା , ଏହାର ପୃଷ୍ଟି ୨୦୧୨ରେ ହୋଇଥିଲା , ସୋନାଭଦ୍ରର ପାହାଡିରେ ସୁନା ମହଜୁଦ୍ ଅଛି
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ:
୨୨ ଫେବ୍ରୁଆରି ଦିନ ଜିଓଲୋଜିକାଳ ସର୍ଭେ ଅଫ ଇଣ୍ଡିଆର (GSI) ଅଧ୍ୟକ୍ଷ ଶ୍ରୀ. ଏମ.ଶ୍ରୀଧର ସୋନଭଦ୍ରରେ ମିଳିଥିବା ୩୩୫୦ ଟନ ସୁନା ବିଷୟରେ ମିଡିଆରେ ଦେଖା ଯାଇଥିବା ଖବରକୁ ନେଇ କିଛି କଥା ସ୍ପଷ୍ଟ କରିଛନ୍ତି। GSI କହିବା ଅନୁସାରେ ସୋନଭଦ୍ରରେ ମିଲିଥିବା ସୁନାରୁ ମାତ୍ର ୧୬୦ କେ.ଜି ସୁନା ବାହାର କରି ହେବ।
୨୨ ଫେବ୍ରୁଆରିରେ ଓଡ଼ିଶା ସମ୍ବାଦ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି। ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ। ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ ଏମ.ଶ୍ରୀଧର କହିଛନ୍ତି। ରାଜ୍ୟ ୟୁନିଟ ଯେଉଁ ରିପୋର୍ଟ ଦେଇଛି ତାହା ସମ୍ପୂର୍ଣ୍ଣ ତଥ୍ୟ ଭିତିକ ନୁହେଁ। ଅଧିକାରୀଜଣକ ପାହାଡରେ ୨୯୪୩୨୬ ଟନ ଏବଂ ହରଦୀ ବ୍ଲକରେ ୬୪୬.୧୬ କିଲୋଗ୍ରାମ ସୁନା ରହିଛି ବୋଲି ରିପୋର୍ଟ ଦେଇଥିଲେ। ଶ୍ରୀଧରଙ୍କ ମତରେ ପାହାଡରେ ଟନ ପିଛା ୩.୦୩ ପ୍ରତିଶତ ସୁନା ମିଳିବା ସମ୍ଭାବନା ରହିଛି।
୨୨ ଫେବ୍ରୁଆରି ରେ ଏନ.ଡି.ଟି.ଭି. ନିଜ ୟୁଟ୍ୟୁବ ଛେନାଲରେ ଏହି ବିଷୟରେ ଖବର ଦେଇଅଛି। ଏହି ଭିଡିଓରେ ଏନ.ଡି.ଟି.ଭି ଏହା କହିଅଛି ଯେ ସୋନଭଦ୍ରରେ ସୁନା ମିଳିବା ପର ଦିନ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ଏହା ସପ୍ଷ୍ଟ କରିଅଛି ଯେ ସୋନଭଦ୍ରରେ ୩୦୦୦ ଟନ ସୁନା ମିଳିବା କଥା ମିଥ୍ୟା ଓ ଏହା ମଧ୍ୟ ଅନୁରୋଧ କରିଅଛି ଯେ ଏପରି ଖବର ଉପରେ ବିଶ୍ଵାସ ନ କରା ଯାଉ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସୋନଭଦ୍ରରେ ୩୩୦୦ କେ.ଜି ସୁନା ମିଳିବା କଥା ଗୋଟିଏ ଭୁଲ ସୂଚନା। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ଏହି କଥାକୁ ଖଣ୍ଡନକରିଛନ୍ତି। GSI ଅନୁସାରେ ମାତ୍ର ୧୬୦ କେ.ଜି ସୁନା ବାହାରିବ। GSI ଏହା ଅନୁରୋଧ ମଧ୍ୟ କରିଛନ୍ତି ଯେ ଏପରି ଖବରକୁ ବିଶ୍ଵାସ ନ କରା ଯାଉ।

Title:କ’ଣ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩୩୦୦ ଟନ ସୁନା ମିଳିଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False