ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ? ଜାଣନ୍ତୁ ସତ୍ୟତା।

False Social

କୃଷି ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସମୟରେ କୃଷି ଆନ୍ଦୋଳନ ଦ୍ୱାରା ଦର୍ଶାଯାଇଥିବା ବିବାଦୀୟ ଟୁଲ୍କିଟ୍ ମାମଲାରେ 21 ବର୍ଷିୟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ନିକିତା ଯାଦବଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ପରେ ନିକିତା ଯାଦବ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ଗିରଫରୁ ସୁରକ୍ଷା ପାଇଁ ସେ ଅପିଲ କରିଛନ୍ତି।। ଏଥି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ନିକିତା ଯାଦବ ନାମକ ଝିଅ ସହିତ ଦେଖିବାକୁ ମିଳୁଛି, ଏହା ଜାଣିବା ଉଚିତ ଯେ ନିକିତା ଯାଦବଙ୍କ ନାମ ମଧ୍ୟ ବିବାଦୀୟ ଟୁଲ୍କିଟ୍ ମାମଲା ସାମ୍ନାକୁ ଆସିଛି ଏବଂ ଦିଲ୍ଲୀ ପୋଲିସ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି। ତେବେ ଆମ ଅନୁସନ୍ଧାନରେ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।

16 ଫେବୃଆରିରେ Kailash Gupta ନାମକ ଜଣେ ଫେସବୁକ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋରେ କେଜରିୱାଲ ସହ ଟୁଲବମ ନିକିତା ଜେକବ । ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଟୁଲବମ ନିକିତା ଯାଦବ ସହ ଦିଲ୍ଲୀର କେଜରିୱାଲ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋରେ କେଜରିୱାଲଙ୍କ ସହ ଟୁଲବମ ନିକିତା ଯାଦବ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ ଆମକୁ ଅନେକ ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ Ankita Shah ନାମକ ଜଣେ ଝିଅ ଟ୍ୱିଟର ଆକାଉଣ୍ଟରେ ଦେଖିବାକୁ ମିଳିଲା। ଯେଉଁଥିରେ ଲେଖାଯାଇଛି, ଶେଷରେ ମୋ ପ୍ରିୟ ଅର୍ବିନ୍ଦ କେଜରିୱାଲ ସହ ଭେଟ ହେଲା (Finally met my favorite @Arvindkejriwal)। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫଟୋରେଥିବା ଝିଅ ନିକିତା ଯାଦବ ନୁହେଁ ବରଂ ଅଙ୍କିତା ସାହ ଅଟନ୍ତି। ଅଙ୍କିତା ସାହ ଏହି ପୋଷ୍ଟ ତାଙ୍କ Facebook ପେଜରେ ମଧ୍ୟ ଦେଖିପାରିବେ। ଯାହାକି 3 ମାର୍ଚ 2019ରେ ପୋଷ୍ଟ କରାଯାଇଥିଲା। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ। 

 ନିମ୍ନରେ ଆପଣ ଅଙ୍କିତା ଶାହା ଏବଂ ନିକିତା ଯାଦବଙ୍କ ଚିତ୍ରଗୁଡ଼ିକର ଏକ ତୁଳନାତ୍ମକ ବିଶ୍ଳେଷଣ ଦେଖିପାରିବେ, ଯାହା ସ୍ପଷ୍ଟ କରେ ଯେ ଆମ୍ ଆଦମୀ ପାର୍ଟି ସଦସ୍ୟ ଅଙ୍କିତା ଶାହା ଏବଂ ଓକିଲ ନିକିତା ଯାଦବ ଦୁଇଟି ଭିନ୍ନ ବ୍ୟକ୍ତି ଅଟନ୍ତି।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ସୋସିଆଲ ମିଡିଆରେ ଅରବିନ୍ଦ କେଜ୍ରିୱାଲଙ୍କ ସହ ଥିବା ଝିଅଓକିଲ ନିକିତା ଯାଦବ ନୁହଁ ବରଂ ଆମ୍ ଆଦମୀ ପାର୍ଟିର ଜଣେ ପ୍ରଶଂସକ  ଅଙ୍କିତା ଶାହା ଅଟନ୍ତି।

Avatar

Title:ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *