କ’ଣ ଏହି ଝିଅ ସହିତ ବିବାହ କରିଲେ ସରକାର ଦେବ ଘର, ଚାକିରି ଏବଂ ପଇସା? କ’ଣ ସତ୍ୟ ଏହି ପୋଷ୍ଟର? ପଢିକି ଜାଣନ୍ତୁ।

False Social

ଗୀତା ଜଣେ ମୁକ ବଧିର ଝିଅ ଯେ ୧୧ ବୟସ ରେ ଭୁଲରେ ଦେସର ସୀମା ଟପି ପାକିସ୍ତାନ ପହଞ୍ଚି ଯାଇ ଥିଲେ। ସେ ଗତ ୧୫ ବର୍ଷରୁ ପାକିସ୍ତାନରେ ଅଟକି ରହି ଯାଇ ଥିଲେ। ଅକ୍ଟୋବର ୨୦୧୫ ମସିହାରେ ସ୍ଵର୍ଗତ ସୁଷମା ସ୍ଵରାଜ ଗୀତାଙ୍କୁ ଭାରତକୁ ଫେରେଇ ଆଣି ଥିଲେ ଓ ଗୀତାଙ୍କ ପରିବାର ଲୋକଙ୍କୁ ଖୋଜିବାରେ ସାହାଜ୍ୟ କରୁଥିଲେ। ସ୍ସୁଶମା ସ୍ଵରାଜ ଗୀତାଙ୍କ ବିବାହ ପାଇଁ ଗୋଟିଏ ପୁଅ ମଧ୍ୟ ଖୋଜୁଥିଲେ। ସେ ଗୀତାକୁ “ଭାରତ ର ଝିଅ” ନାମରେ ଡାକିଥିଲେ। 

୧୫ ନଭେମ୍ବର ୨୦୧୯ ରେ ଓଡ଼ିଆ ନ୍ୟୁଜ ସାଇଟରେ ଗୀତାଙ୍କ ବିଷୟରେ ପୋଷ୍ଟ କରା ଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇ ଅଛି ଯେ ପ୍ରଧାନମନ୍ତ୍ରୀ ମୋଦୀଜି ଏବେ ଏମିତି ଏକ ଝିଅକୁ ବିବାହ କରାଇବା ପାଇଁ ପ୍ରସ୍ତାବ ଦେଇଅଛନ୍ତି ଯାହା ଦ୍ଵାରା ଯିଏ ଏହି ଝିଅ ସହିତ ବିବାହ କରିବ ତାହାର ଭାଗ୍ୟ ବଦଳି ଜୀବ। 

ପୋଷ୍ଟରେ ଥିବା ଝିଅର ନାମ ଗୀତା ଓ ସେ ଜଣେ ମୁକ ବଧିର ମହିଳା ଯେ କି ପାକିସ୍ତାନରୁ ଆସିଥିଲେ। ବହୁତ ଅସୁବିଧା ପରେ ସେ ଭାରତକୁ ଫେରି ପାରିଛନ୍ତି ଓ ଏବେ ସେ ଭଲ ଭାବେ ରହୁଛନ୍ତି। ସେ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଗୀତାଙ୍କ ପରିବାର ଲୋକଙ୍କୁ ଏବେ ଖୋଜା ଚାଲିଅଛି। ତାଙ୍କର କେହି ନଥିବା କାରଣରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ଵର୍ଗତ ସୁଷମ ସ୍ଵରାଜ, ଗୀତାଙ୍କ ବିବାହର ଦାଇତ୍ଵ ମୁଣ୍ଡାଇ ନେଇ ଥିଲେ ଏବଂ ଏହା ମଧ୍ୟ ଘୋଷଣା କରି ଥିଲେ ଯେ ଯେଉଁ ପୁଅ ଗୀତାକୁ ବିବାହ କରିବ ତାକୁ ସରକାରୀ ଚାକିରି ମିଳିବ ଓ ବିବାହର ସମସ୍ତ ଖରଚ ମଧ୍ୟ ସରକାର ବହନ କରିବ। ଏହି ବିବାହରେ ଗୀତାଙ୍କ ପାଇଁ ସଟୀକ ବର ପାତ୍ର ପାଇଁ ଗୋଟିଏ ଏନଜିଓ ସଂସ୍ଥାଙ୍କୁ ଏହି କାର୍ଯ୍ୟ ବାହାର ଦିଆ ଯାଇଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଯଦି କାହାର ବୟସ ୨୮ ବର୍ଷ ଅଟେ ଓ ଗୀତାଙ୍କୁ ବିବାହ କରିବାକୁ ଚାହେଁ ତେବେ ନିଜର ସିଭି ପଠାଇ ପାରିବେ ଏବଂ ସବୁ ଯାଞ୍ଚ ସରିଲା ପରେ ଜଣା ଦିଆ ଜୀବ କି ସେହି ପିଲା ସଠିକ ବର ପାତ୍ର ହୋଇପାରିବେ କି ନାହିଁ। ଏହି ପୋଷ୍ଟଟି ଓଡ଼ିଆ ଅନାବନା ନାମ ପେଜରେ ମଧ୍ୟ ଭାଇରାଲ କରା ଯାଇ ଅଛି।

୨୦ ଏପ୍ରିଲ ୨୦୧୮ ରେ ଅମିତ ଦେଶପାଣ୍ଡେ ନାମ ଜଣେ ବ୍ୟକ୍ତି ନିଜ ଟୁଇଟର ହେଣ୍ଡେଲରେ ଏହା ପୋଷ୍ଟ କରିଅଛନ୍ତି ଯେ ଯେଉଁ ବ୍ୟକ୍ତି ପାକିସ୍ତାନରୁ ଫେରି ଥିବା ଗୀତାଙ୍କ ସହିତ ବିବାହ କରିବ ତାକୁ ମୋଦୀ ସରକାର ଜଉତୁକ ଦେବ। ସରକାର ଗୀତାଙ୍କ ବରକୁ ସରକାରୀ ଚାକିରି, ଘର ଏବଂ କାର ଦେବେ। ନିଜ ଟୁଇଟର ଶେଷରେ ସେ ଏହା ମଦ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଉପରେ ଯଉତୁକ ପ୍ରଥା ନିୟମ ଲାଗୁ କରା ଯାଉ ନାହିଁ। 

Archive

ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟ ବିଷୟରେ ଅନୁସନ୍ଧାନ କରିଲୁ। ଜାଣନ୍ତୁ ଆମେ ଅନୁସନ୍ଧାନରୁ କ’ଣ ପାଇଲୁ। 

ଆମ ଅନୁସନ୍ଧାନ: 

ଏହି ପୋଷ୍ଟ ବିଷୟରେ ସତ ଜାଣିବା ପାଇଁ ଆମେ ଏହି ପୋଷ୍ଟରେ ଛପି ଥିବା ଫୋଟୋ ଗୁଗଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସାହାଯ୍ୟରେ ଆମେ କିଛି ତଥ୍ୟ ସାମନାକୁ ଆସିଲୁ। 

୨୦ ଏପ୍ରିଲ ୨୦୧୮ ରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରୀକରେ ଏହା ଲେଖା ଯାଇ ଅଛି ଯେ ସ୍ଵର୍ଗୀୟ ସୁଷମ ସ୍ଵରାଜ ଅକ୍ଟୋବର ୨୦୧୭ ରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ. ଶିବରାଜ ସିଙ୍ଘ ଚୌହାନ ସହିତ ସାକ୍ଷାତ କରିଲା ପରେ ଗୀତାଙ୍କ ବିବାହର ଯୋଜନା ଘୋଷଣା କରିଥିଲେ। ଏପରି ଗୋଟିଏ ମୁକ ବଧିର ପୁଅର ପ୍ରସ୍ତାବ ମଧ୍ୟ ଆସିଥିଲା, କିନ୍ତୁ ଏହି ପ୍ରସ୍ତାବକୁ ନେଇ ଗୀତା ରାଜି ହେଇ ନଥିଲେ। 

ଆନନ୍ଦ ସର୍ଭିସ ଷୋସାଇଟି ଅଧ୍ୟକ୍ଷ ଶ୍ରୀ. ଜ୍ଞାନେନ୍ଦ୍ର ପୁରୋହିତ କହିଛନ୍ତି ଯେ ମୁକ ବଧିର ଲୋକଙ୍କ ପରିଚୟ ସମ୍ମେଳଣରେ ସୁଶମା ସ୍ଵରାଜ ଗୀତାଙ୍କ ବାୟୋଡେଟା ଘୋଷଣା କରିଥିଲେ ଏବଂ ଫେସବୁକ ମାଧ୍ୟମରେ ପ୍ରସ୍ତାବ ପଠାଇବା ପାଇଁ ଆମନ୍ତ୍ରଣ ଦେଇଥିଲେ। ଏବେ ଯାଏଁ ୨୫ ପ୍ରସ୍ତାବ ଆସି ସାରିଛି ଏବଂ ଘର ଓ ସରକାରି ଚାକିରି ଲୋଭରେ କିଛି ପପ୍ରସ୍ତାବ ମଧ୍ୟ ଆସିଥିଲା। କିନ୍ତୁ ସେ ପ୍ରସ୍ତାବକୁ ଖଣ୍ଡିନ କରା ଯାଇଥିଲା। ଗୀତାଙ୍କ ଶିକ୍ଷକ ମୋନିକା ପଞ୍ଜାବୀଙ୍କ କହିବା ଅନୁସାରେ ଏହି ପ୍ରକ୍ରିୟା ଗୀତାଙ୍କୁ ଗୋଟିଏ ପରିବାର ଯୋଗେଇବା ପାଇଁ ଏବଂ ତାଙ୍କୁ ସୁଖୀ ରଖିବା ପାଇଁ କରା ଯାଇଅଛି। 

HT 2.jpg

Archive

ଏହି ବିଷୟରେ ବିସ୍ତାରରେ ଜାଣିବା ପାଇଁ ଆମେ ଆନନ୍ଦ ସର୍ଭିସ ସୋସାଇଟିର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ପୁରୋହିତଙ୍କ ସହିତ ଫୋନ ରେ କଥା ହେଳୁ। ଶ୍ରୀ. ଜ୍ଞାନେନର ପୁରୋହିତ ଆମକୁ ପୁରା ସହଜଯୋଗ ଦେଲେ ଆଉ ଘଟଣା ବିଷୟରେ ବିସ୍ତାରରେ କହିଲେ। ସେ କହିଲେ ଯେ ଗୀତାଙ୍କ ପାଇଁ କେବଳ ମୁକ ବଧିର ପୁଅ ଖୋଜା ହେବାର କଥା ଠିକ କରା ହେଇଥିଲା। କିନ୍ତୁ ସୁଶମା ସ୍ବରାଜଙ୍କ ନିଧନ ପରେ ଏହି ପ୍ରଣାଲୀଟି ବନ୍ଦ ହେଇ ଯାଇଅଛି ଏବଂ ବର୍ତମାନ ସମୟରେ ଗୀତା ଜଦିବ ବିବାହ କରି ନାହାନ୍ତି, ତାଙ୍କୁ ଏବେ ଆଉ ବିବାହିତ ଜୀବନ କାଟିବା ପାଇଁ କୌଣସି ଇଚ୍ଛା ନାହିଁ। ଶେଥି ପାଇଁ ବର୍ତମାନ ଗୀତାଙ୍କ ବିବାହ ପାଇଁ କୌଣସି ପୁଅ  ଖୋଜା ହେଉ ନାହିଁ। ଜ୍ଞାନେନ୍ଦ୍ର ପୁରୋହିତ ଏହା ମଧ୍ୟ କହିଲେ ଯେ ଗୀତାଙ୍କ ବିଷୟରେ କୌଣସି ମଧ୍ୟ ନୂଆ ଖବର ଜାଣିବା ପାଇଁ ତାଙ୍କ ଫେସବୁକ ପେଜ “ଋୟୁନାଇଟ ଗୀତା ଏ ଦେଫ ଗାର୍ଲ ୱୀଥ ଫ୍ୟାମିଲି” ପଢୀ ଜାଣି ହେବ। ସେ ଏହା ମଧ୍ୟ କହିଲେ ଯେ ଗୀତାଙ୍କ ସହିତ ବିବାହ କରିବା ପୁଅକୁ ସରକାର ପଇସା, ଘର ଏବଂ ଚାକିରି ଦେବା କଥା କେବେ କୁହା ଯାଇ ନାହିଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଗୀତାଙ୍କ ସହିତ ବିବାହ କରିବା ପୁଅକୁ ସରକାର ପଇସା, ଘର ଏବଂ ଚାକିରି ଦେବା କଥା କେବେ କୁହା ଯାଇ ନାହିଁ। ଏହା ଗୋଟିଏ ମିଥ୍ୟା ଖବର। ଏବେ ଗୀତାଙ୍କୁ ମଧ୍ୟ ବାହା ହେବା ପାଇଁ କୌଣସି ଇଚ୍ଛା ନାହିଁ। ପ୍ରସ୍ତାବ ପକାଇବା କଥା ଗୋଟିଏ ପୁରୁଣା ଖବର। ସେଥିପାଇଁ ବର୍ତମାନ କୌଣସି ପ୍ରସ୍ତାବକୁ ଧ୍ୟାନ ଦିଆ ଯାଉ ନାହିଁ।

Avatar

Title:କ’ଣ ଏହି ଝିଅ ସହିତ ବିବାହ କରିଲେ ସରକାର ଦେବ ଘର, ଚାକିରି ଏବଂ ପଇସା? କ’ଣ ସତ୍ୟ ଏହି ପୋଷ୍ଟର? ପଢିକି ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *