
ସୋସିଆଲ ମିଡିଆରେ ଏକ ଧାର୍ମିକ ସ୍ଥଳ ପାଖରେ ନନ୍ଦିଙ୍କ ମୁର୍ତ୍ତି ମାଟି ତଳେ ବାହାରିଥିବାର ଫୋଟୋ ଭାଇରାଲ ହେଉଛି। ଭାଇରାଲ ଫୋଟୋ ସହ ଦାବି କରାଯାଇଛି ଯେ, ଏକ ମସଜିଦ୍ ତଳେ ଶିବଙ୍କ ବାହନ ନନ୍ଦିଙ୍କ ମୂର୍ତ୍ତି ମିଳିଛି। ଭାଇରାଲ ଫୋଟୋ କୁ ହିନ୍ଦୁ ମୁସ୍ଲିମ ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଦେଖାଯାଇଛି।
Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ତଳେ ନନ୍ଦୀ ବାବା ଉପରେ ମଜାର ପ୍ରାୟ ମସଜିଦ ମଜାର ଯଦି ଖୋଳି ଦେଖିବେ ନିଶ୍ଚିତ ଭାବରେ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ଭଗ୍ନାବଶେଷ ଦେଖିବାକୁ ପାଇବେ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଫେସବୁକ ଲିଙ୍କ ଦେଖନ୍ତୁ।
ଅନୁସନ୍ଧାନ-
ଗୁଗୁଲରେ ଏକ ରିଭର୍ସ ଇମେଜ କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଥିଲୁ। ଯାହାର ଫଳାଫଳ ଆମକୁ 2 ସେପ୍ଟେମ୍ବର 2021 ରେ ପୋଷ୍ଟ କରାଯାଇଥିବା ଡାଇନାମଲାର ଏକ ଟ୍ୱିଟକୁ ମିଳିଲା।
ଦିନାମାଲାର ଆର୍ଟିକିଲ ଅନୁଯାୟୀ, ମୋହନୁର ନିକଟସ୍ଥ ଏକ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ସମୟରେ ପାଣ୍ଡ୍ୟା ରାଜାଙ୍କ ଦ୍ୱାରା ନିର୍ମିତ ଏକ ହଜାର ବର୍ଷ ପୁରୁଣା ନନ୍ଦୀ ମୂର୍ତ୍ତି ଆବିଷ୍କୃତ ହୋଇଥିଲା। ମୋହନୁର ତାମିଲନାଡୁର ଏକ ସହର। ନାମାକ୍କାଲ ଜିଲ୍ଲାର ମୋହନୁର ନିକଟସ୍ଥ ଆର୍ଯ୍ୟ, ପାଣ୍ଡେଶ୍ୱର ମନ୍ଦିରର ଘର ଅଟେ, ଯାହା 1000 ବର୍ଷ ପୂର୍ବେ ଜଣେ ରାଜାଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା। ନିକଟସ୍ଥ ସେଲଣ୍ଡିଆମ୍ୟାନ ମନ୍ଦିରରେ ପୁନଃ ନିର୍ମାଣ କାର୍ଯ୍ୟ ଚାଲିଥିଲା।
ଏହି ଟ୍ୱିଟରୁ ଏକ ସୂଚନା ଗ୍ରହଣ କରି ଆମେ ୟୁଟ୍ୟୁବରେ ଏକ କୀୱାର୍ଡ ସର୍ଚ୍ଚ କରିଲୁ , ଆମକୁ 5 ସେପ୍ଟେମ୍ବର 2021 ରେ ପୁଥିଆଥାଲାମୁରାଇ ଟିଭି ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟ ମିଳିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଚିତ୍ରଟି ପୁନଃ ନିର୍ମାଣ କରାଯାଉଥିବା ସେଲଣ୍ଡିଆମ୍ୟାନ ମନ୍ଦିରର ଅଟେ ଏବଂ ଏକ ପ୍ରାଚୀର କାନ୍ଥ ନିର୍ମାଣ ପାଇଁ କର୍ତ୍ତୃପକ୍ଷ ମନ୍ଦିର ସମ୍ମୁଖରେ ଏକ ଖାଲ ଖୋଳିବା ପରେ ନନ୍ଦୀ ମୂର୍ତ୍ତି ଆବିଷ୍କୃତ ହୋଇଥିଲା। ଏହି ମୂର୍ତ୍ତି ପରୀକ୍ଷା ପାଇଁ ରାଜସ୍ୱ ଅଧିକାରୀ ଏବଂ ପ୍ରତ୍ନତତ୍ତ୍ୱବିତ୍ଙ୍କୁ ହସ୍ତାନ୍ତର କରାଯାଇଥିଲା।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ ଭାଇରାଲ ଫୋଟୋରେ ମସଜିଦ ଖୋଳିବା ସମୟରେ ଆବିଷ୍କୃତ ହିନ୍ଦୁ ଦେବତା ନନ୍ଦୀଙ୍କ ପ୍ରତିମା 2021 ମସିହାରେ ତାମିଲନାଡୁର ନାମାକ୍କାଲ ଜିଲ୍ଲାର ସେଲଣ୍ଡିଆମ୍ୟାନ ମନ୍ଦିରର ଖନନ ପରେ ଏହି ମୂର୍ତ୍ତି ଆବିଷ୍କୃତ ହୋଇଥିଲା। କୌଣସି ମସଜିଦରୁ ନୁହେଁ।

Title:କ’ଣ ମସଜିଦ୍ ଖୋଳିବାରୁ ମାଟି ତଳୁ ହିନ୍ଦୁ ଦେବତା ନନ୍ଦୀଙ୍କ ମୁର୍ତ୍ତି ବାହାରିଲା ?
Fact Check By: Saritadevi SamalResult: False
