କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

False Political

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା। 

ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ ମିଳୁନଥିବାରୁ ଗୋଟିଏ କୁକୁରକୁ ନେଇ ନୋମିନେସନ୍ ଭରିବାକୁ ଯାଉଛି ଦଳ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ମହାରାଷ୍ଟ୍ରର ନିର୍ବାଚନ ସମୟର ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଝାରସୁଗୁଡ଼ା ରେ ଲୋକ ନ ମିଳିବାରୁ ଏକ କୁକୁର କୁ ଧରି ନୋମିନେସନ୍ ଭରିବା ଅବସରରେ ବିଜେପି ନେତା।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୯ ମସିହାରେ ନ୍ୟୁ ଷ୍ଟ୍ରେଟ୍ ଟାଇମ୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ମହାରାଷ୍ଟ୍ରର। ମତଦାନ କେନ୍ଦ୍ର ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରୁଥିବା ଏବଂ ଭାରତର ନିର୍ବାଚନ ନିୟମକୁ ଉଲ୍ଲଂଘନ କରିଥିବାରୁ ଏକ ଗୃହପାଳିତ କୁକୁରକୁ ଗିରଫ କରାଯାଇଥିଲା। 

ମତଦାନ ଚାଲୁଥିବା ସମୟରେ ଗୋଟିଏ କୁକୁର ମାଧ୍ୟମରୁ ପାର୍ଟିର ପ୍ରଚାର କରୁଥିବା ହେତୁ ପଶ୍ଚିମ ମହାରାଷ୍ଟ୍ର ପୋଲିସ ଜେନ ବ୍ୟକ୍ତି ଏବଂ ତାହାର କୁକୁରକୁ ଗୋରଫ କରିଥିଲା। ଭୋଟ୍ ଦେଉଥିବା ଅଞ୍ଚଳରେ ଭୋଟ୍ ଦିନ ପ୍ରଚାର ଅଭିଯାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପୋଲିସ ସେହି ବ୍ୟକ୍ତିଙ୍କୁ ଚେତାବନୀ ସହିତ ମୁକ୍ତ କରିଥିଲେ। 

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ମହାରାଷ୍ଟ୍ରର ନନ୍ଦୁର୍ବାର ଜିଲ୍ଲାରେ ନିର୍ବାଚନ ସମୟରେ ଗୋଟିଏ କୁକୁର ଶରୀରରେ ବିଜେପି ପତକା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଷ୍ଟିକର ଲାଗିଥିବାରୁ ପୋଲିସ ସେହି କୁକୁର ଏବଂ ତାହାର ମାଲିକକୁ ଗିରଫ କରିଥିଲା। ପୋଲିସ କହିବା ଅନୁଯାୟୀ କୁକୁର ଶରୀରରେ ଷ୍ଟିକର ଲାଗିଥିଲା ଯେଉଁଥିରେ ଲେଖା ହେଇଥିଲା ‘ମୋଦୀ ଲାଓ ଦେଶ ବଚାଓ’। ସେହି କୁକୁରର ମାଲିକ ଏକନାଥ ଚୌଧରି ବିରୁଦ୍ଧରେ ଧାରା ୧୭୧(କ) ଅନ୍ତର୍ଗତ ମାମଲା ରୁଜୁ କରା ଯାଇଥିଲା। ମୁନିସିପାଲିଟି ମଧ୍ୟ ସେହି କୁକୁରକୁ ଅଟକାଇ ରାଖୀ ଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ବିଜେପି ପତକା ସହିତ ରାସ୍ତାରେ ଚାଲୁଥିବା କୁକୁରର ଫୋଟୋ ଝାରସୁଗୁଡାର ନୁହେଁ, ମହାରାଷ୍ଟ୍ରର ଅଟେ। ଏହା ଏକ ପୁରୁଣା ଫୋଟୋ ଯାହା ୨୦୧୯ ମସିହାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Avatar

Title:କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *