ଫିଫା ବିଶ୍ଵ କପ୍ ୨୦୨୨ ରେ ଦର୍ଶକଙ୍କ ପାଇଁ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି କି? ଜାଣନ୍ତୁ ସତ୍ୟ।

Altered Sports

କାତାର ଦେଶରେ ଫିଫା ବିଶ୍ଵ କପ୍ ୨୦୨୨ ଫୁଟବଲ ଖେଳ ଆୟୋଜିତ କରା ଯାଇଛି। କାତାର ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଉପହାର ଦେଇଛି। ଷ୍ଟାଡିୟମରେ ସମସ୍ତ ସିଟ୍ ରେ ଦର୍ଶକଙ୍କ ପାଇଁ ଉପହାର ରଖା ଯାଇଥିଲା। ସେଥିରେ ଫୁଟବଲ୍, ବୋତଲ, ଅତର ପରି ଅନେକ ଜିନିଷ ଥିଲା। 

ଏହା ମଧ୍ୟରେ ସୋସିଆଲ ମିଡିଆରେ ସେହି ଉପହାର ବ୍ୟାଗର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଭାଇରାଲ ଫୋଟୋରେ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଉପହାର ବ୍ୟାଗର ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଫିପା ବିଶ୍ୱକପ ଆୟୋଜିତ ହେଉଥିବା ଷ୍ଟାଡିୟମ ରୁ ଜନ ସାଧାରଣଙ୍କ ପ୍ରତିକ୍ରିୟା! ବିଜେପି ହଟାଓ !” ଏହା ସହିତ ଦେଖିବାକୁ ମିଳିଛି ଯେ ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟରେ ସମାନ ବ୍ୟାଗର ଫୋଟୋ ମିଳିଲା। ଫୋଟୋ ସହିତ ଦିଆ ଯାଇଥିବା ସୂଚନା ରେ କୁହା ଯାଇଛି ଯେ କାତାର ଫିଫା ବିଶ୍ଵ କପ୍ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ଉପହାର ଦିଆ ଯାଇଛି। 

ଏହି ୱେବସାଇଟରେ ଆମେ ଦେଖିବାକୁ ପାଇଲୁ ଯେ ଉପହାରରେ ମିଳିଥିବା ବ୍ୟାଗରେ କୌଣସି ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇ ନାହିଁ। ବ୍ୟାଗରେ କେବଳ ଫିଫା ବିଶ୍ଵ କପ୍ କାତାର ୨୦୨୨ ଲେଖା ଯାଇଛି।

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଦି ସନ୍ ପତ୍ରିକା ୱେବସାଇଟ ରିପୋର୍ଟ ଅନୁଯାୟୀ କାଟାରରେ ଆୟୋଜିତ ଫିଫା ବିଶ୍ଵ କପ୍ ୨୦୨୨ ରେ ପ୍ରଥମ ମ୍ୟାଚ୍ ଦେଖି ଆସିଥିବା ଦର୍ଶକଙ୍କୁ ଉପହାର ପ୍ରଦାନ କରା ଯାଇଥିଲା। ସେହି ମ୍ୟାଚ୍ ଦେଖିବା ପାଇଁ ପ୍ରାୟ ୬୭୦୦୦ ଦର୍ଶକ ଆସିଥିଲେ। ସେହି ଉପହାର ରେ ଫୁଟବଲ୍। ଅତର ଏବଂ ବୋତଲ ପରି ବିଭିନ୍ନ ଜିନିଷ ଥିଲା। 

ଏହି ରିପୋର୍ଟରେ ଆମେ ଦେଖିଲୁ ଯେ ଷ୍ଟାଡିୟମରେ ଅନେକ ଉପହାର ରକ୍ଷା ଯାଇଛି କିନ୍ତୁ କୌଣସି ଉପହାରରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇ ନାହିଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋରେ ଉପହାର ବ୍ଯାଗ୍ ରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇ ନାହିଁ।

Avatar

Title:ଫିଫା ବିଶ୍ଵ କପ୍ ୨୦୨୨ ରେ ଦର୍ଶକଙ୍କ ପାଇଁ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି କି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *