
ବିଗତ କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ପାଳନ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭୁ ଶ୍ରୀ ରାମଙ୍କ ଚିତ୍ର ଅଙ୍କନ ହେଇଥିବା ଦେଖିବାକୁ ମିଳିଛି।
ଦାବି କରା ଯାଉଛି ଯେ ଏହା ହେଉଛି ଦୁନିଆର ଉଚ୍ଚତମ ବିଲଡିଙ୍ଗ ବୁର୍ଜ ଖାଲିଫ ଯେଉଁଠାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ଏହା ସହିତ ଜୟ ଶ୍ରୀ ରାମ ମଧ୍ୟ ଲେଖା ଯାଇଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ପ୍ରଭୁ ରାମଙ୍କ ଚିତ୍ର ଯୋଡା ଯାଇଛି।
କ’ଣ ଦାବି କର ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏ ଦୃଶ୍ୟ ଟି ଭାରତର କୌଣସି ରାଜ୍ୟର ନୁହେଁ । ଦୁବାଇ ରେ ସରକାର ଙ୍କ ଦ୍ଵାରା ଖଲିଫା ଟାୱାର ରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଙ୍କର ଚିତ୍ର ଲେଜର ବିମ୍ ରେ ନିର୍ମାଣ କରାଯାଇ ରାମ ନବମୀ ପାଳନ କରାଯାଇଛି କିନ୍ତୁ ଦୁଃଖର ବିଷୟ ବେଙ୍ଗଲ ରେ ମମତା ବାନୋ ସରକାର ଦ୍ଵାରା ରାମନବମୀ ଶୋଭା ଯାତ୍ରାକୁ ଟେକା ପଥର ମାରି ବିରୋଧ କରାଯାଇଛି।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ବୁର୍ଜ ଖାଲିଫାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ ନେଇ କୌଣସି ସୂଚନା ମିଳିଲା ନାହିଁ।
ଆମେ ବୁର୍ଜ ଖାଲିଫାର ଅଫିସିଆଲ ଫେସବୁକ ପେଜରେ ମଧ୍ୟ ଏହି ବିଷୟରେ ସର୍ଚ୍ଚ କରିଲୁ। ଏହି ପେଜରେ ୨୬ ମାର୍ଚ୍ଚରେ ବାଂଲାଦେଶର ୫୨ ତମ ସ୍ଵାଧୀନତା ଦିବସ ଅବସରରେ ବୁର୍ଜ ଖାଲିଫାରେ ବାଂଲାଦେଶ ପତକା ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ୩୧ ମାର୍ଚରେ ହେବାକୁ ଥିବା ଏକ ଲାଇଟ୍ ଶୋ ର ସୂଚନା ମଧ୍ୟ ଦିଆ ଯାଇଥିଲା। କିନ୍ତୁ ଆମେ ଏହି ଫେସବୁକ ପେଜରେ ରାମ ନବମୀ ଅବସରରେ ବୁର୍ଜ ଖାଲିଫାକୁ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯିବା କୌଣସି ପୋଷ୍ଟ ପାଇଲୁ ନାହିଁ।
ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ବୁର୍ଜ ଖାଲିଫାର ସମାନ ଫୋଟୋ ଏକ ୱେବସାଇଟରେ ୨୮ ଡିସେମ୍ବର ୨୦୧୫ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଫୋଟୋ ସହିତ କୁହା ଯାଇକ୍ଜୋ ଯେ ଏହା ରାତ୍ରି ସମୟରେ ବୁର୍ଜ ଖାଲିଫାର ଏକ ଫୋଟୋ ଅଟେ। ସମାନ ଫୋଟୋ ଆମକୁ ଅନ୍ୟ ଏକ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା।

ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ରାମ ନବମୀ ଅବସରରେ ଭାରତର କିଛି ଅଞ୍ଚଳରେ ହିଂସା ହେଇଥିବା ଦେଖିବାକୁ ମିଳିଥିଲା। ପଶିମବଙ୍ଗ, ମହାରାଷ୍ଟ୍ର ଏବଂ ବିହାରରେ ହିଂସା ଆଦିକ ହୋଇଥିବା ସୂଚନା ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ଅସଲି ଫୋଟୋ ୨୦୧୫ ମସିହାର ଅଟେ ଏବଂ ତାହା ରେ ପ୍ରଭୁ ରାମଙ୍କ କୌଣସି ଚିତ୍ର ଅଙ୍କନ ହୋଇ ନାହିଁ। ଅସଲି ଫୋଟୋକୁ ଏଡିଟ୍ କରି ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିବା ମିଥ୍ୟା ପ୍ରଚାର କରା ଯାଉଛି।

Title:କ’ଣ ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯାଇଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Altered
