ଅସଲି ଫୋଟୋକୁ ଏଡିଟ୍ କରି ରାହୁଲ ଗାନ୍ଧୀଙ୍କୁ ଜଣେ ସାଧୁଙ୍କ ପୋଷାକ ପିନ୍ଧି ଥିବା ଦାବି ସହିତ ଭାଇରାଲ କରା ଯାଉଛି।

Altered Political

କଂଗ୍ରେସ ଭାରତ ଯୋଡା ଯାତ୍ରା ଆରମ୍ଭ କରିବା ପରଠାରୁ ଏହି କାର୍ଯ୍ୟକ୍ରମ ସହ ଜଡିତ ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ବିଭିନ୍ନ ଦାବି ସହ ସେୟାର କରାଯାଉଛି। ନିକଟରେ ଭାରତ ଯୋଡୋ ଯାତ୍ରା ୬ ଟି ରାଜ୍ୟ ପାର କରିବାବା ପରେ ରାଜସ୍ଥାନରେ ପହଞ୍ଚିଥିଲା।

ରାହୁଲ ଗାନ୍ଧୀଙ୍କ ଏକ ସାଧୁର ପୋଷାକରେ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ଗାନ୍ଧୀ ଧୋତି, ଜଟା ଏବଂ ରୁଦ୍ରାକ୍ଷ ପିନ୍ଧିଥିବାର ନଜର ଆସିଛନ୍ତି। ସେ ସଚିନ୍ ପାଇଲଟ୍ ଏବଂ ଅନ୍ୟମାନଙ୍କ ସହିତ ସାଧୁଙ୍କ ପୋଷାକରେ ଚାଲୁଥିବା ଦେଖିବାକୁ ମିଳିଛି।

ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଏହି ଧଳା ଧୋତି ଏବଂ ରୁଦ୍ରାକ୍ଷ ହେଉଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପାଇଁ ନୂଆ ପୋଷାକ।

Facebook | Archive

ସମାନ ପୋଷ୍ଟକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

ଆମ ଅନୁସନ୍ଧାନ: 

ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୩ ଡିସେମ୍ବର ୨୦୨୨ ରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ମୂଳ ଫୋଟୋ ମିଳିଲା। ଏଥିରେ ଲେଖା ଯାଇଛି ଯେ “ସାଧୁମାନଙ୍କ ଆଶୀର୍ବାଦ ଏବଂ ଲୋକଙ୍କ ସମର୍ଥନ। #ଭାରତଯୋଡୋଯାତ୍ରା ତିରଙ୍ଗା ସହିତ ସଫଳତାର ପଦକ୍ଷେପକୁ ଚୁମ୍ବନ ଦେଇ ଆଗକୁ ବଢୁଛି।”

ଉପରୋକ୍ତ ଫୋଟୋରେ ରାହୁଲ ଗାନ୍ଧୀ ଧୋତି ଏବଂ ରୁଦ୍ରାକ୍ଷ ପିନ୍ଧିଥିବା ଜଣେ ସାଧୁଙ୍କ ସହିତ ଚାଲୁଥିବାର ଦେଖିବାକୁ ମିଳିଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ୍ ଇମେଜକୁ ଏଡିଟ୍ କରା ଯାଇଛି। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ମୂଳ ଫୋଟୋର ତୁଳନା ଦେଖିପାରିବେ। 

ତେବେ ଫୋଟୋରେ ଥିବା ସାଧୁ କିଏ?

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ବିବାଦୀୟ ସାଧୁ ନାମଦେବ ଦାସ ତ୍ୟାଗୀ ଯିଏ ‘କମ୍ପ୍ୟୁଟର ବାବା’ ଭାବରେ ଜଣାଶୁଣା ମଧ୍ୟପ୍ରଦେଶରେ ଭାରତ ଯୋଡା ଯାତ୍ରାରେ ଡିସେମ୍ବର ୩ ରେ ଅଂଶଗ୍ରହଣ କରିଥିଲେ।

୨୦୨୦ ମସିହାରେ ଇନ୍ଦୋର ନିକଟସ୍ଥ ତାଙ୍କ ଆଶ୍ରମରେ ଏକ ବେଆଇନ ନିର୍ମାଣ କୋଠାକୁ ଭାଙ୍ଗିବା ପୂର୍ବରୁ ଜଣେ ପଞ୍ଚାୟତ କର୍ମଚାରୀଙ୍କୁ ଆକ୍ରମଣ କରି ଥିବାରୁ ‘କମ୍ପ୍ୟୁଟର ବାବା’ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଟ୍ରାଇବ୍ଯୁନର ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ରିପୋର୍ଟର ହେଡଲାଇନରେ କୁହାଯାଇଛି, “କମ୍ପ୍ୟୁଟର ବାବା ଭାରତ ଯୋଡା ଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧୀ, ମଧ୍ୟପ୍ରଦେଶର ମହୁଦିଆରେ କମଲ ନାଥଙ୍କ ସହ ଚାଲିଥିଲେ।”

ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଧଳା ଧୋତି ଏବଂ ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ନୁହଁନ୍ତି, ବରଂ କମ୍ପ୍ୟୁଟର ବାବା ଅଟନ୍ତି।

କ’ଣ ଫୋଟୋରେ ସଚିନ ପାଇଲଟ୍ ମଧ୍ୟ ଉପସ୍ଥିତ ଥିଲେ?

ଭାଇରାଲ ଚିତ୍ରରେ ଆମେ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ମଧ୍ୟ ଦେଖିପାରିବା। ସଚିନ ପାଇଲଟଙ୍କ ଛବିର ଏକ ରିଭର୍ସ ଇମେଜ ସର୍ଚ୍ଚ କରିବା ପରେ ଆମେ ତାଙ୍କର ଏହି ଫୋଟୋ ୬ ଡିସେମ୍ବରରେ ଅମର ଉଜାଲା ୱେବସାଇଟରେ ପ୍ରକାଶିତ ହେଇଥିବା ପାଇଲୁ।

ଫୋଟୋରୁ ଜଣା ପଡିଛି ଯେ ସଚିନ ପାଇଲଟଙ୍କ ଫୋଟୋକୁ ମଧ୍ୟ ଏଡିଟ୍ କରା ଯାଇଛି ଏବଂ ଭାଇରାଲ ଫୋଟୋରେ ଯୋଡା ଯାଇଛି। 

ଶେଷକଥା: 

ଫ୍ୟାକ୍ଟ କ୍ରେସେଣ୍ଡୋ ଜାଣିବାକୁ ପାଇଛି ଯେ ଭାଇରାଲ୍ ଫୋଟୋକୁ ଏଡିଟ୍ କରା ଯାଇଛି ଏବଂ ମିଥ୍ୟା ଦାବି ସହିତ ସେୟାର କରା ଯାଇଛି | ମୂଳ ଫୋଟୋରେ ଧୋତି ଏବଂ ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ନୁହଁନ୍ତି ବରଂ କମ୍ପ୍ୟୁଟର ବାବା ଅଟନ୍ତି ଯିଏ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

Avatar

Title:ଅସଲି ଫୋଟୋକୁ ଏଡିଟ୍ କରି ରାହୁଲ ଗାନ୍ଧୀଙ୍କୁ ଜଣେ ସାଧୁଙ୍କ ପୋଷାକ ପିନ୍ଧି ଥିବା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *