
UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ।
କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି ଭାବରେ ୧.୧% ଚାର୍ଜ କରାଯିବ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ସହିତ ଲେଖା ହେଇଛି ଯେ, “ମିତ୍ରୋ, ୨୦୦୦ ଟଙ୍କାର ଫୋନପେ କାଲେ ୨୨ ଟଙ୍କା ଟିକସ କହି ଆଦାୟ କରିବି ଆଉ ଏହି ପଇସା ଆଦାନିକୁ ଦେଇ ଦେଶ ହିତରେ ଲଗେଇବି। କିଛି ଭୁଲ ନିଷ୍ପତ୍ତି ନେଇଛି କି?”

ସମାନ ଦାବି ସେୟାରଚାଟ୍ ରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା। ଏପରି ଏକ ପୋଷ୍ଟରେ କୁହା ଯାଇଛି, “ଆପଣ ଯଦି ଅନଲାଇନରେ ଟଙ୍କା ଦେବାନେବା କରୁଛନ୍ତି । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ଟଙ୍କା ପଠାଉଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୯ ମାର୍ଚ୍ଚରେ ଇଣ୍ଡିଆ ଟୁଡେ ୱେବସାଇଟରେ ଏହି ବିଷୟ ରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଡିଜିଟାଲ୍ ୱାଲେଟ୍ (PPI) ରୁ UPI ID ସହିତ ୨୦୦୦ କିମ୍ବା ଏହା ଠାରୁ ଅଧିକ ଦେୟ ଉପରେ ୧.୧ ପ୍ରତିଶତ ଦେୟ ଆଦାୟ କରାଯିବ। ପ୍ରବନ୍ଧରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି, “ବଣିକ ପକ୍ଷରୁ ଶୁଳ୍କ ଆଦାୟ କରାଯିବ। ଏହାର ଅର୍ଥ ବ୍ୟବସାୟୀମାନଙ୍କ ନିକଟରେ ଗ୍ରାହକ ଠାରୁ ଅତିରିକ୍ତ ଶୁଳ୍କ ନେବା ବା ଛାଡ କରିବାର ବିକଳ୍ପ ରହିବ।”

୨୯ ମାର୍ଚ୍ଚ ୨୦୨୩ ରେ NCPI ଦ୍ଵାରା ଏକ ସ୍ପାସ୍ତିକରଣ ଜାରି କରା ଯାଇଥିଲା। NCPI ଦ୍ଵାରା ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ଏବଂ ସମ୍ପ୍ରତି ନିୟାମକ ନିର୍ଦ୍ଦେଶାବଳୀ କେବଳ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ (PPI ୱାଲେଟ୍) ପାଇଁ ଅଟେ। ବିଜ୍ଞପ୍ତିରେ କୁହା ଯାଇଛି, “ସାମ୍ପ୍ରତିକ ନିୟାମକ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ (PPI ୱାଲେଟ୍) କୁ ପାରସ୍ପରିକ UPI ବ୍ୟବସାୟୀ କାରବାରର ଏକ ଅଂଶ ହେବାକୁ ଅନୁମତି ଦିଆ ଯାଇଛି। ଏହାକୁ ଦୃଷ୍ଟିରେ ରଖି NCPI ବର୍ତ୍ତମାନ PPI ୱାଲେଟଗୁଡ଼ିକୁ ପାରସ୍ପରିକ କାର୍ଯ୍ୟକ୍ଷମ UPI ବ୍ୟବସାୟୀ କାରବାରର ଅଂଶ ହେବାକୁ ଅନୁମତି ଦେଇଛି। ପ୍ରବର୍ତ୍ତିତ ଅଦଳବଦଳ ଦେୟ କେବଳ PPI ବଣିକ କାରବାର ପାଇଁ ପ୍ରଯୁଜ୍ୟ ଏବଂ ଗ୍ରାହକଙ୍କୁ ଏହା ନେଇ କୌଣସି ଦେୟ ଦେବାକୁ ପଡିବ ନାହିଁ। ଏହା ଆହୁରି ସ୍ପଷ୍ଟ କରିଛି ଯେ UPI ମାଧ୍ୟମରେ ବ୍ଯାଙ୍କ ଖାତାରୁ ଅନ୍ୟ ବ୍ଯାଙ୍କ ଖାତା ସହିତ ଲେନଦେନ୍ ରେ କୌଣସି ଅଧିକ ଶୁଳ୍କ ଲାଗିବା ନାହିଁ।”
ଏହାକୁ ବୁଝିବା ପାଇଁ, ଆମକୁ ଦୁଇ ପ୍ରକାରର UPI କାରବାର ବୁଝିବାକୁ ପଡିବ: ପ୍ରଥମ: ବ୍ୟକ୍ତି-ରୁ-ବ୍ୟକ୍ତି ଯାହାକୁ ଆମେ (P2P) କହୁ ଏବଂ ବ୍ୟକ୍ତି-ଟୁ-ମର୍ଚାଣ୍ଟ ଯାହା (P2M) ନାମରେ ଜଣା ଯାଏ। ଯେତେବେଳେ ଆମେ ଆମ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁ, ତାହାକୁ P2P କାରବାର କୁହାଯାଏ।
ଯଦି ଆମେ ଗୋଟିଏ ଦୋକାନରୁ କିଛି ସାମଗ୍ରୀ କିଣିବା ପରେ UPI ବ୍ୟବହାର କରି ଟଙ୍କା ପଠାଇବୁ, ତେବେ ଏହି କାରବାରକୁ P2M କାରବାର କୁହାଯାଏ। ଏହି କାରବାରରେ ମଧ୍ୟ ଅଧିକ ଶୁଳ୍କ ଦେବାକୁ ପଡିବ ନାହିଁ କାରଣ ଏହି ଟଙ୍କା ଆମର ବ୍ଯାଙ୍କ ଏକାଉଣ୍ଟରୁ ଅନ୍ୟ ଜଣଙ୍କ ବ୍ଯାଙ୍କ ଏକାଉଣ୍ଟକୁ ଯାଇଥାଏ।
NPCI ବର୍ତ୍ତମାନ PPI ପାଇଁ UPI ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ଅନୁମତି ଦେଇଛି ଯେଉଁଥିରେ ପେଟିଏମ ୱାଲେଟ୍, କ୍ରେଡିଟ୍ କାର୍ଡ ଅନ୍ତର୍ଭୁକ୍ତ ଅଟେ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଆମେ UPI ମାଧ୍ୟମରେ ଆମର ଡିଜିଟାଲ୍ ୱାଲେଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରି ପାରିବା। ତେଣୁ ଆମ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଟଙ୍କା ଆମ ୱାଲେଟ କିମ୍ବା କ୍ରେଡିଟ କାର୍ଡ ଦ୍ୱାରା ଟ୍ରାନ୍ସଫର ହେବ। ଏହି କାରବାରକୁ PPI ବଣିକ କାରବାର କୁହାଯାଏ। ଏଠାରେ ଆପଣ ମାନେ PPI ବିଷୟରେ ଅଧିକ ଜାଣି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସମସ୍ତ UPI କାରବାରରେ 1.1% ର ଇଣ୍ଟରଚେଞ୍ଜ୍ ଫି ଆଦାୟ କରାଯିବ ନାହିଁ। NCPI ସ୍ପଷ୍ଟ କରିଛି ଯେ କେବଳ ପିପିଆଇ ବ୍ୟବହାର କରି ବାଣିଜ୍ୟ କାରବାର ପାଇଁ ଇଣ୍ଟରଚେଞ୍ଜ୍ ଫି ଆଦାୟ କରାଯିବ।

Title:NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।
Fact Check By: Siddharth SahuResult: Misleading
