
ନିକଟରେ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ ପରେ ମୋହନ ଯାଦବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ୧୩ ଡିସେମ୍ବର ରେ ଶପଥ ଗ୍ରହଣ କରିଥିଲେ ଏବଂ ସମାରୋହ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଏହି ପ୍ରସଙ୍ଗରେ ଜଣେ ବ୍ୟକ୍ତିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବ୍ୟକ୍ତି ମୁସଲମାନମାନଙ୍କୁ ଦେଶରେ ପାକିସ୍ତାନ ସମର୍ଥକ ନାରା ଦେଇଥିବାରୁ ଚେତାବନୀ ଦେଉଛନ୍ତି ବୋଲି ଜଣା ପଡିଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, “ଉଜ୍ଜୈନର ଘଟଣା ସାମ୍ନାକୁ ଆସିଛି। ଆମେ ପୂର୍ବରୁ କହିଛୁ ଯେ ନମାଜଙ୍କୁ କରିବାକୁ କୌଣସି ଆପତ୍ତି ନାହିଁ, ରୋଜାରେ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଆପଣ ମୋହର୍ରମ ଉପରେ ଏକ ରାଲି କରିବାକୁ ଚାହୁଁଛନ୍ତି, ତେବେ ଆମର ସେଥିରେ ମଧ୍ୟ ଆପତ୍ତି ନାହିଁ। କିନ୍ତୁ ଆପଣ ସମସ୍ତଙ୍କୁ ଗୋଟିଏ କଥା ବୁଝିବା ଆବଶ୍ୟକ ଯେ ଏହା ହିନ୍ଦୁସ୍ତାନ ଅଟେ ଏବଂ ସମସ୍ତଙ୍କୁ ବାବା ଶାହାବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ। ଯଦି ଭାରତ ଦେଶରେ ପାକିସ୍ତାନ ଜିନ୍ଦାବାଦ ନାରା ଉଠାଯିବ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ମୌଲବୀଙ୍କୁ କହିବାକୁ ଚାହୁଁଛୁ ଯେ ଆପଣ ନମାଜ କର ଏବଂ ଧାର୍ମିକ ଶିକ୍ଷା ଦିଅ କିନ୍ତୁ ସେମାନଙ୍କୁ ମଧ୍ୟ କୁହନ୍ତୁ ଯେ ଏହା ହେଉଛି ଭାରତ ଦେଶ। ଯେତେବେଳେ ଏହି ଦେଶ ହିନ୍ଦୁସ୍ତାନ ସେତେବେଳେ ପାକିସ୍ତାନ ଜିନ୍ଦବାଦର ନାରା ଉଠାଇବା ଉଚିତ କି?”
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ୟାଦବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ମଧ୍ୟପ୍ରଦେଶର ବିଜେପି ନେତା ରାମେଶ୍ଵର ଶର୍ମା ଅଟନ୍ତି, ମୋହନ ୟାଦବ ନୁହଁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୨୧ ମସିହାରେ ଏକ ଟୁଇଟରେ ମିଳିଲା। ଟୁଇଟରେ କୁହା ଯାଇଛି ଯେ ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାମେଶ୍ଵର ଶର୍ମା।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ୨୯ ନଭେମ୍ବର ୨୦୨୨ ରେ ଆଇବିସି ୨୪ ୱେବସାଇଟର ଏକ ରିପୋର୍ଟ ମିଇଲା। ରିପୋର୍ଟ ଅନୁଯାୟୀ, ଉଜ୍ଜୈନରେ ପାକିସ୍ତାନ ଜିନ୍ଦାବାଦ ନାରା ଉଠିଥିଲା। ସମ୍ବିଧାନ ଅନୁଯାୟୀ ଭାରତ କାର୍ଯ୍ୟ କରିବ ଏବଂ ଦେଶରେ ପାକିସ୍ତାନ ସମର୍ଥକ ସ୍ନାରାକୁ ବରଦାସ୍ତ କରାଯିବ ନାହିଁ ବୋଲି ରମେଶ୍ୱର ଶର୍ମା ସ୍ପଷ୍ଟ କରିଛନ୍ତି।

ଇଟିଭି ଭରତ ରିପୋର୍ଟ ଅନୁଯାୟୀ, ମୋହର୍ରମର ଅବସରରେ ଉଜ୍ଜୈନରେ ଜାତୀୟ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ଏହା ପରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ରାମେଶ୍ୱର ଶର୍ମା ଗଣମାଧ୍ୟମକୁ ଏପରି ବିବୃତ୍ତି ଦେଇଛନ୍ତି। ନିମ୍ନରେ ଆପଣ ଭିଡିଓ ଦେଖିପାରିବେ।
ଆପଣ ନିମ୍ନରେ ରମେଶ୍ୱର ଶର୍ମା ଏବଂ ମୋହନ ଯାଦବଙ୍କ ତୁଳନା ମଧ୍ୟ ପାଇପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବ୍ୟକ୍ତି ମଧ୍ୟପ୍ରଦେଶର ବିଜେପି ନେତା ରାମେଶ୍ଵର ଶର୍ମା ଅଟନ୍ତି, ମୋହନ ୟାଦବ ନୁହଁ।

Title:କ’ଣ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ମୁସ୍ଲିମ ମାନଙ୍କୁ ଚେତାବନୀ ଦେଉଥିବା ବ୍ୟକ୍ତି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ୟାଦବ ଅଟନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
