କ’ଣ ଭିଡିଓରେ ରିଲାଏନ୍ସ ବିରୁଦ୍ଧରେ ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ଅଟନ୍ତି? ଜାଣନ୍ତୁ ସତ୍ୟ। 

False Social

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ରିଲାଏନ୍ସ, ଆରଏସଏସ ଏବଂ ବାବା ରମାଦେବଙ୍କ ବିରୁଦ୍ଧରେ ଭାଷଣ ଦେଉଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହିମାଳୟ ଆୟୁର୍ବେଦ କମ୍ପାନୀ ମାଲିକ ଅଟନ୍ତି। ପୋଷ୍ଟର କମେଣ୍ଟରେ ଅନେକ ଲୋକ ହିମାଳୟ କମ୍ପାନୀ ଉତ୍ପାଦନକୁ ବୟକଟ୍ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ନୁହଁନ୍ତି। ସେ ଜଣେ ସୁପ୍ରିମ୍ କୋର୍ଟର ଓକିଲ। 

କ’ଣ ଦାବି କରା ଯାଇଛି  ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ, ହିମାଳୟ କମ୍ପାନୀ ମାଲିକ ରିଲାଏନ୍ସ ଏବଂ ଆରଏସଏସ ବିରୁଦ୍ଧରେ ଭାଷଣ ଦେଉଛନ୍ତି। 

Facebook | Archive

ଆମେ ଜାଣିବାକୁ ପାଇଲୁ ଯେ ଏହା ଏକ ପୁରୁଣା ଭିଡିଓ ଅଟେ ଯାହା ସମୟ ସମୟ ଧରି ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ସମାନ ଭିଡିଓ ଆମେ ୨୦୨୨ ରେ ଫେସବୁକରେ ଭାଇରାଲ ହେଇଥିବା ପାଇଲୁ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

https://www.facebook.com/100052322765299/posts/469291974880918/

ଆମ ଅନୁସନ୍ଧାନ: 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୫ ଜାନୁଆରୀ ୨୦୨୦ ରେ ଟାଇମ୍ସ ଏକ୍ସପ୍ରେସ ଦ୍ୱାରା ପ୍ରକାଶିତ ଭିଡିଓର ଲମ୍ବା ସଂସ୍କରଣ ପାଇଲୁ। ଭିଡିଓର କ୍ୟାପସନରେ କୁହାଯାଇଛି ଯେ “ହିନ୍ଦୁସ୍ତାନୀ କହିବା ବନ୍ଦ କର – ଭାନୁ ପ୍ରତାପ ସିଂ! CAA ସମୟରେ ମୁସଲମାନମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।” ଭିଡିଓର ବର୍ଣ୍ଣନାରେ କୁହା ଯାଇଛି, “ଆମ ଦେଶର ଜଣାଶୁଣା ଓକିଲ ଭାନୁ ପ୍ରତାପ ସିଂଙ୍କ ଭାଷଣର ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ, CAA ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରିବା ପରେ ଦିଲ୍ଲୀର ମୁସ୍ତାଫାବାଦରେ ଧରଣାରେ ବସିଥିବା ଲୋକଙ୍କୁ ସମ୍ବୋଧିତ କରୁଥିବା ସମୟର ଏହି ଭିଡିଓ।”

ସୂଚନା ଅନୁଯାୟୀ, ଭିଡିଓରେ ଭାଷଣ ଦେଉଥିବା ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟ ଓକିଲ ଭାନୁ ପ୍ରତାପ ସିଂ। 

https://www.youtube.com/watch?v=5UILmsGneGE

ଓକିଲ ଭାନୁ ପ୍ରତାପ ସିଂ କିଏ? 

ଭାନୁ ପ୍ରତାପ ସିଂ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଥିବା ସୂଚନା ଅନୁଯାୟୀ ସେ ଜଣେ ସୁପ୍ରିମକୋର୍ଟର ଓକିଲ ଏବଂ ଜାତୀୟ ଜନହିତ ସଂଗଠନ ପାର୍ଟି (NJSP) ର ଜାତୀୟ ସଭାପତି।

ନିମ୍ନରେ ଆପଣ ମାନେ ଭିଡିଓରେ ଥିବା ବ୍ୟକ୍ତି ଏବଂ ହିମାଳୟ କମ୍ପାନୀ ମାଲିକଙ୍କ ମଧ୍ୟରେ ତୁଳନା ଦେଖି ପାରିବେ। 

ତେବେ ହିମାଳୟ କମ୍ପାନୀ ମାଲିକ କିଏ?

ଏହା ଜାଣିବା ପାଇଁ ଆମେ ହିମାଳୟ କମ୍ପାନୀ ୱେବସାଇଟରେ ଯାଇ ସର୍ଚ୍ଚ କରିଲୁ। ସେଠାରେ ଆମେ ଜାଣିବାକୁ ପାଇଲୁ ଯେ ହିମାଳୟ କମ୍ପାନୀର ସ୍ଥାପନା ୧୯୩୦ ମସିହାରେ ମୋହମ୍ମଦ ମନାଲ ନାମକ ଜେନ ବ୍ୟକ୍ତି କରିଥିଲେ। ବର୍ତ୍ତମାନ କମ୍ପାନୀର ମାଲିକ ହେଉଛନ୍ତି ମିରାଜ ମନାଲ। ଗୋଟିଏ ୱେବସାଇଟରେ ଆମକୁ ମିରାଜ ମନାଲଙ୍କ ଫୋଟୋ ମଧ୍ୟ ଦେଖିବାକୁ ମିଳିଲା ଯାହା ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିଙ୍କ ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭିଡିଓରେ ଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ନୁହଁନ୍ତି। ସେ ଜଣେ ସୁପ୍ରିମ୍ କୋର୍ଟ ଓକିଲ ଭାନୁ ପ୍ରତାପ ସିଂ। 

Avatar

Title:କ’ଣ ଭିଡିଓରେ ରିଲାଏନ୍ସ ବିରୁଦ୍ଧରେ ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ଅଟନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *