କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

Altered Political

ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆମେରିକା ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନ, ଅନ୍ୟାନ୍ୟ ନେତା ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଚର୍ଚ୍ଚା ଦେଖିବାକୁ ମିଳିଛି। 

ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ‘ଦି ନ୍ୟୁୟର୍କ ଟାଇମ୍ସ’ ଖବରକାଗଜର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନ୍ୟୁୟର୍କ ଟାଇମ୍ସ ଖବରକାଗଜକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆଜି ଆମେରିକା ର ନ୍ୟୁୟର୍କ ଟାଇମ୍ସ ସମ୍ବାଦ ପତ୍ର ରେ ପ୍ରଥମ ପୃଷ୍ଠା ରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲେଖା ଯାଇଛି”ବିଶ୍ବ ର ଶେଷ ଓ ଶ୍ରେଷ୍ଠ ଆଶା”ଓ ସବୁଠାରୁ ଶକ୍ତିଶାଳୀ ଓ ସବୁଠୁ ପ୍ରିୟ, ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗର୍ବ ର ବିଷୟ

Facebook | Archive

ସମାନ ପୋଷ୍ଟ ଆମକୁ ଟୁଇଟରରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ସର୍ବପ୍ରଥମେ, ଭାଇରାଲ୍ ଫଟୋକୁ ଭଲଭାବେ ଦେଖିବା ପରେ, ଆମେ ଜାଣିଲୁ ଯେ ଖବରକାଗଜ କ୍ଲିପ୍ ରେ ୨୬ ସେପ୍ଟେମ୍ବର ୨୦୨୧ ଲେଖା ହେଇଛି ଯେଉଁଥିରେ ସେପ୍ଟେମ୍ବରର ବନନା ତ୍ରୁଟି ଅଛି। ସେଥିରେ (SETPEMBER) ସେପ୍ଟେମ୍ବର ସ୍ଥାନରେ ସେଟ୍ପେମ୍ବର ଲେଖା ହେଇଛି। ଏହା ପରେ ଆମେ ଗୁଗୁଲରେ ୨୬ ସେପ୍ଟେମ୍ବର ୨୦୨୧ ର ନ୍ୟୁୟର୍କ ଟାଇମ୍ସର ସଂସ୍କରଣ ଖୋଜି ପାଇଲୁ। ଏହି ସଂସ୍କରଣରେ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ କିମ୍ବା ତାଙ୍କ ବିଷୟରେ କିଛି ରିପୋର୍ଟ ହୋଇଥିବା ପାଇଲୁ ନାହିଁ। 

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଦି ନ୍ୟୁୟର୍କ ଟାଇମ୍ସ ର ଏକ ଟୁଇଟ ପାଇଲୁ ଯେଉଁଥିରେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି ବୋଲି ସୂଚନା ଦିଆ ଯାଇଛି। ୨୯ ସେପ୍ଟେମ୍ବର ୨୦୨୧ ର ଏହି ଟୁଇଟରେ ଲେଖା ଯାଇଛି, “ଏହା ଏକ ଏଡିଟ୍ କରା ଯାଇଥିବା ଫୋଟୋ ଅଟେ। ନରେନ୍ଦ୍ର ମୋଦୀଙ୍କୁ ନେଇ ଆମର ସମସ୍ତ ରିପୋର୍ଟ ଆପଣ ମାନେ https://www.nytimes.com/topic/person/narendra-modi ୱେବସାଇଟରେ ଦେଖି ପାରିବେ।”

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ନ୍ୟୁୟର୍କ ଟାଇମ୍ସ ଏପରି କୌଣସି ରିପୋର୍ଟ ସଂସ୍କରଣ କରି ନାହିଁ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୃଥିବୀର ଶ୍ରେଷ୍ଠ ଏବଂ ଶେଷ ଆଶା ବୋଲି ସମ୍ବୋଧିତ କରା ଯାଇଛି।

Avatar

Title:କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *