ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

False Social

ସୋସିଆଲ ମିଡିଆରେ ଏକ ଆହତ ଏକ ବ୍ୟକ୍ତିର ଫୋଟୋ ଏବଂ ରକ୍ତ ଜୁଡୁବୁଡୁ ପୋଲିସ୍ ୟୁନିଫର୍ମରେ ଭାଇରାଲ ହେଉଛି।  ଫଟୋ ମାଧ୍ୟମରେ ଦାବି କରାଯାଇଛି ଯେ ତାମିଲନାଡୁର ଚେନ୍ନାଇର ଜଣେ ପୋଲିସ୍ ଉପରେ  ମୁସଲମାନ ମାଓବାଦୀମାନେ ଆକ୍ରମଣ କରିଥିଲେ। ମଦ ପିଇ ନିଶାରେଥିବା ତିନିଜଣ ମୁସଲମାନ ଯୁବକ ଏକ ମହିଳା ସହ ଦୁର୍ବ୍ୟବହାର କରିବାକପ ଚେଷ୍ଟା କରୁଥ୍ବା ସମୟରେ ପୋଲିସ କର୍ମି ଜଣକ ମହିଳାକୁ ବଞ୍ଚାଇବାକୁ ଯାଇଥିଲେ। ସେତେବେଳେ ମୁସ୍ଲିମ ଯୁବକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।

28 ଅଗଷ୍ଟରେ ଅର୍ପନ୍ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ପୁଣି ୩ଜଣ ଜିହାଦୀ ମାରିନା ବିଚ(ଚେନ୍ନାଇ)ରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପଚରା ଉଚରା କରିବାରୁ ଶାନ୍ତିପ୍ରିୟ ସମୁଦାୟର ଡ଼ରିଯାଇଥିବା ଭାଇମାନେ #SI ଙ୍କୁ ଧାରୁଆ ଛୁରୀ ରେ ଆକ୍ରମଣ କରିଦେଲେ। ତାଙ୍କ ପାଖରେ #ଛୁରୀ #ବନ୍ଧୁକ #ବମ ସବୁ ଅଛି କେବଳ କାଗଜ ହିଁ ଛେଳି ଖାଇ ଦେଇଛି😥 #ତାମିଲନାଡୁ ନା #ତାଲିବାନ୍_ଦେଶ?

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ଫୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଚେନ୍ନାଇ  ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ସମ୍ପର୍କରେ ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ପାଇଲୁ। 22 ଅଗଷ୍ଟ 2017 ରେ Times of india ପେଜରେ ଖବର ପ୍ରକାଶିତ ହୋଇଥିବାର  ପାଇଲୁ। ଏହି ରିପୋର୍ଟ ଅନୁଯାୟୀ, ଅଗଷ୍ଟ 20, 2017 ରାତିରେ ମାରିନ୍ ବିଚରେ ଏହି ଘଟଣା ଘଟିଥିଲା। ସଶସ୍ତ୍ର ରିଜର୍ଭ ଫୋର୍ସର ଜଣେ କନଷ୍ଟେବଳ ଅକିଲାନ ପାଟ୍ରୋଲିଂ ଡ୍ୟୁଟି ସମୟରେ ମାରିନା ବିଚରେ ଦୁଇଜଣ ଯୁବକ ମଦ୍ୟପାନ କରୁଥିବା ଦେଖିଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ଯେତେବେଳେ ସେମାନେ ଦୁହିଁଙ୍କୁ ସେହି ସ୍ଥାନ ଛାଡିବାକୁ କହିଥିଲେ ଯାହାପରେ ବିବାଦ ଆରମ୍ଭ ହୋଇଥିଲା । ଏବଂ ପରେ ପୋଲିସ୍ କନଷ୍ଟେବଳଙ୍କୁ  ଯୁବକମାନେ ଆକ୍ରମଣ ଥିଲେ। ପରେ ମାରିନା ବିଚ୍ ପୋଲିସ ହରି ରାମ ନାମକ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ହତ୍ୟା ଉଦ୍ୟମ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା। ହରି ରାମ ଆନ୍ନା ନାଗରର ବାସିନ୍ଦା । ଏହି ରିପୋର୍ଟରେ ଅନ୍ୟ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Times of indiaArchive

ଅଧିକ ସୂଚନା ପାଇବା ପାଇଁ ଆମେ ମରିନା ପୋଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ରମେଶ ବାବୁଙ୍କ ସହିତ ଯୋଗାଯୋଗ କରିଥିଲୁ ଯିଏ ଆମକୁ ସୂଚନା ଦେଇଥିଲେ ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତି କନଷ୍ଟେବଳ ଆକିଲନ ଅଟନ୍ତି। ସେ କହିଛନ୍ତି ଯେ, 

  “ଏହା ହେଉଛି 2017 ର ଘଟଣା, ଅଭିଯୁକ୍ତଙ୍କ ନାମ ହରି ରାମ ଏବଂ ଦୀନେଶ। ମାରିନା ବିଚରେ ଦୁହେଁ ମଦ ପିଉଥିବା ସମୟରେ କନଷ୍ଟେବଳ ଆକିଲାନ ସେମାନଙ୍କୁ ଯିବାକୁ କହି ଥିଲେ। ଏହି ସମୟରେ ହରି ରାମ ଏକ ସହିତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। କନଷ୍ଟେବଳଙ୍କ ଚିତ୍କାର ଶୁଣି ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। 

ପରେ ଘଟଣାସ୍ଥଳରୁ ପଳାଇ ଆସିଥିବା ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଦାବି ମିଥ୍ୟା ଅଟେ। ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ମଦ୍ୟପାନ କରୁଥିବା ସମୟରେ କୌଣସି ମହିଳାଙ୍କୁ ଦୁର୍ବ୍ୟବହାର କରିନଥିଲେ। ଏହି ଘଟଣାରେ ଉଭୟ ଅଭିଯୁକ୍ତ ହିନ୍ଦୁ ଥିଲେ ।  ଭାଇରାଲ ଘଟଣାରେ କୌଣସି ସମ୍ପ୍ରଦାୟରମାଓବାଦୀଙ୍କ ଦ୍ୱାରା ପୋଲିସ ଆକ୍ରମଣ ହୋଇନଥିଲା।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଏହି ଘଟଣା 2017 ମସିହାର ଅଟେ।  ଯେତେବେଳେ କନଷ୍ଟେବଳ ଆକିଲାନ ଦୁଇ ଜଣଙ୍କୁ ସର୍ବସାଧାରଣ ସ୍ଥାନରେ ମଦ ନ ପିଇବା ପାଇଁ ବିରୋଧ କରିବାରୁ ଦୁଇ ହିନ୍ଦୁ ଯୁବକ ତାଙ୍କ ଉପରେ  ଆକ୍ରମଣ କରିଥିଲେ। ଭାଇରାଲ ଘଟଣାରେ କୌଣସି ସାମ୍ପ୍ରଦାୟକ ରୂପ ନାହିଁ।

Avatar

Title:ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *