
ନିକଟରେ ସୋସିଆଲ ମିଡିଆରେ ଏହ ଖବର ବିସ୍ତାର ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହେଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କୋଲନ ଏବଂ ଲିଭର କ୍ୟାନସର ଚିକିତ୍ସିତ ହେଉଥିଲେ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୩ ଅଗଷ୍ଟ ୨୦୨୩ ର ଇଣ୍ଡିଆ ଟୁଡେ ୱେବସାଇଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଜିମ୍ବାୱେର ଅନ୍ୟ ଜଣେ ପୂର୍ବତନ ଖେଳାଳି ହେନେରୀ ଓଲୋଙ୍ଗା ସ୍ପଷ୍ଟ କରିଛନ୍ତି ଯେ ହିଥ୍ ଷ୍ଟ୍ରିକ ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ଏକ ଗୁଜବ ଅଟେ।

ଏହି ଖବରକୁ ହେନେରୀ ଓଲୋଙ୍ଗା ମଧ୍ୟ ଟୁଇଟ ମାଧ୍ୟମରେ ଗୁଜବ ବୋଲି କହିଛନ୍ତି। ସେ ନିଜ ଟୁଇଟରେ ହିଥ୍ ଷ୍ଟ୍ରିକଙ୍କ ସହିତ ୱ୍ହାଟ୍ସ ଆପ୍ ରେ ହେଇଥିବା ଏକ ବାର୍ତ୍ତାଲାପର ସ୍କ୍ରିନଶଟ୍ ମଧ୍ୟ ସେଯାର କରିଛନ୍ତି। ସେ ଟୁଇଟରେ କହିଛନ୍ତି, “ମୁଁ ନିଶ୍ଚିତ କରିପାରିବି ଯେ ହିଥ୍ ଷ୍ଟ୍ରିକ୍ ଙ୍କ ଦେହାନ୍ତର ଗୁଜବ ତିଳ କୁ ତାଳ କରି ସେୟାର କରା ଯାଉଛି। ମୁଁ ତାଙ୍କ ସହିତ ଯୋଗାଯୋଗ କରିଛି।
ଏହି ସମସ୍ତ ସୂଚନା ପାଇବା ପରେ, ଆମେ ନିଶ୍ଚିତ ହେଳୁ ଯେ ଏକଦା ପ୍ରସିଦ୍ଧ ଅଲରାଉଣ୍ଡର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହେଇ ନାହିଁ। ସେ ଜୀବିତ ଅଛନ୍ତି। ସୋସିଆଲ ମିଡିଆରେ ଏହା କେବଳ ମିଥ୍ୟା ଖବର।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ହିଥ୍ ଷ୍ଟ୍ରିକ୍ ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁର ଖବର ଏକ ଗୁଜବ ଅଟେ।
Title:କ’ଣ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ସ୍ଵର୍ଗବାସ ହେଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False


