
କୃଷି ଆନ୍ଦୋଳନ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଯେଉଁଥିରେ କିଛି ଖବର ସତ୍ୟଥିବା ବେଳେ ଅନେକ ଖବର ଏବଂ ଭିଡିଓ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲେଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟର ପ୍ୟାରେଡ ହେଉଥିବାର ଦେଖାଯାଉଛି। ଭିଡିଓରୋ ଦାବି କରାଯାଉଛି ଯେ, ଆସନ୍ତା ଗଣତନ୍ତ୍ର ଦିବସରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତି ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।
4 ଜାନୁଆରିରେ Durgaprasad Dash ନାମକ ଜଣେ ଫେସବୁକ ୟୁଜର ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗଣତନ୍ତ୍ର ଦିବସରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗଣତନ୍ତ୍ର ଦିବସରେ ପ୍ୟାରେଡ ପାଇଁ ପ୍ରସ୍ତୁତି । ଜୟ କିଷାନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 4,584 ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭିଡିଓରେ ଟ୍ରାକ୍ଟର ପ୍ୟାରେଡ୍ ଚାଷିମାନେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏକ Youtube ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 7 ଅକ୍ଟୋବର 2020ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି Tractor stunt . ଭାଇରାଲ ଭିଡିଓ 7 ଅକ୍ଟୋବରହ 2020ର ଅଟେ। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭିଡିଓର ଗଣତନ୍ତ୍ର ଦିବସ ପାଇଁ କୃଷିକ ପ୍ୟାରେଡ୍ ପ୍ରସ୍ତୁତ କରୁଥିବା ଦାବି ମିଥ୍ୟା ଅଟେ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ Youtube ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଭାଇରାଲ ଭିଡିଓ ଅନ୍ୟ Youtube ଚ୍ୟାନେଲରେ ମଧ୍ୟ ପାଇଲୁ। ଯାହାକି ଡିସେମ୍ବର 2020ରେ ପ୍ରକାଇଶତ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହି ଭିଡିଓକୁ 11 ନଭେମ୍ବର 2020 ରେ ବେୱ୍ରିର ସ୍ୱରାଜ ଟ୍ରାକ୍ଟର କିସାନ ମୋଟର୍ସ ନାମକ ଏକ ଫେସବୁକ୍ ପେଜରେ ପ୍ରସାରିତ ହୋଇଥିବାର ପାଇଲୁ। ଏହି ଭିଡିଓଟି ଟ୍ରାକ୍ଟର ବିଜ୍ଞାପନ ଭାବରେ ପ୍ରସାରିତ ହୋଇଛି। ପୋଷ୍ଟରେ ଲେଖାଯାଇଛି ଯେ,
“ଆଜି ସ୍ୱରାଜ 855 FE କିଣନ୍ତୁ, ଯେଉଁଥିରେ ଅନ୍ତର୍ଭୁକ୍ତ:3307 c.c. କା 55 HP ଏକ ଶକ୍ତିଶାଳୀ 3 ସିଲିଣ୍ଡର ଇଞ୍ଜିନ୍ ସହିତ… !!!ସ୍ୱରାଜ 855 FE ବିଷୟରେ ଅଧିକ ସୂଚନା ପାଇଁ, ନିମ୍ନ ଲିଙ୍କରେ କ୍ଲିକ୍ କରନ୍ତୁ କିମ୍ବା 9414177701 କୁ କଲ୍ କରନ୍ତୁ। ସାଇଡ୍ ଗିଅର୍ 8F + 2R । ସର୍ବାଧିକ ଗତି 30.9 Kmph ପର୍ଯ୍ୟନ୍ତ। ହାଇଡ୍ରୋଲିକ୍ ଲିଫ୍ଟ 1500 କେଜିଏଫ୍ ।ସସୋର ଫ୍ରଣ୍ଟ 6 × 16 (7.50 × 16) || ପଛ 13.6 × 28 (14.9 × 28) (16.9 × 28) s । ୟୁଟ୍ୟୁବରେ ସର୍ଚ୍ଚ କରି ଆମେ ଏହି ପରି ଅନ୍ୟାନ୍ୟ ଭିଡିଓ ପାଇଲୁ। ଯାହାକି ଟ୍ରାକ୍ଟର ସ୍ଟଣ୍ଟ ଲେଖି ପୋଷ୍ଟ କରାଯାଇଛି। ତଳେ ଲିଙ୍କ ଦେଖନୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ, ଉପରୋକ୍ତ ସୂଚନାକୁ ଦୃଷ୍ଟିରେ ରଖି ଆମେ କିସାନ ମୋଟର୍ସର ମାଲିକ ରାକେଶ ମାଚ୍ରାଙ୍କ ସହ ଯୋଗାଯୋଗ କଲୁ, ଯିଏ ଆମକୁ ସ୍ପଷ୍ଚ କଲେ ଯେ, ଭାଇରାଲ ହେଉଥିବା ଦାବି ସଂପୂର୍ଣ୍ଣ ଭୁଲ ଅଟେ। ଆମେ ଏହି ଭିଡିଓ ନେଇଛୁ। ଏଠାରେ ବିକ୍ରି ହେଉଥିବା ଟ୍ରାକ୍ଟରଗୁଡିକର ବିଜ୍ଞାପନ ଦେବା ପାଇଁ ଆମେ ଆମର ଫେସବୁକ୍ ପୃଷ୍ଠାରେ ଏହିପରି ଭିଡିଓ ଏବଂ ଚିତ୍ର ବିଜ୍ଞାପନ କରୁ। ଏହି ଭିଡିଓ ଯୋଧପୁରର ଏବଂ କୃଷକ ଆନ୍ଦୋଳନ ଏବଂ ଟ୍ରାକ୍ଟର ମାର୍ଚ ସହିତ କୌଣସି ସମ୍ପର୍କ ନାହିଁ। ଏଠାରୁ କେହି କୃଷକ ଆନ୍ଦୋଳନକୁ ଯାଇ ନାହାଁନ୍ତି। ”
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଚାଷିମାନେ ଗଣତନ୍ତ୍ର ଦିବସ ପାଇଁ ଟ୍ରାକ୍ଟର ପ୍ୟାରେଡ୍ ପ୍ରସ୍ତୁତକରିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ 7 ଅକ୍ଟୋବର 2020ର ଅଟେ।

Title:ପୁରୁଣା ଭିଡିଓକୁ ଗଣତନ୍ତ୍ର ଦୀବସ ପାଇଁ ଚାଷି ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତ କରୁଥିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False