
ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଏକ ଅନ୍ୟ ନେତାଙ୍କ ଫୋଟୋକୁ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ଅଛନ୍ତି। ବିଜେପି ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କ ରହିଛି। 5 ଜୁଲାଇରେ Pravhat Pnigrahi ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି। ଆତଙ୍କବାଦୀ ବିକାଶ ଦୁବେ ମାନନୀୟ ଲୋକଙ୍କ ସହିତ..। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 17ଥର ସେୟାର ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମକୁ Soumya Ranjan dash ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିବାର ପାଇଲୁ। ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ନେତାଙ୍କର ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ପର୍କ ରହିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏଇ ବାବୁ ହେଉଚନ୍ତି ସେଇ #ବିକାଶ_ଦୁବେ ଯାହାଙ୍କ ନାମରେ ୬୦ ରୁ ଉର୍ଦ୍ଧ ହତ୍ୟା ଓ ଦୁଷ୍କର୍ମ ଭଳି ଅତି ଜଘନ୍ୟ ଅପରାଧିକ ମାମଲା ରହିଛି ରାମରାଜ୍ୟ #ଉତ୍ତମ_ପ୍ରଦେଶର କାନପୁର ସହରରେ ଗତକାଲି ରାତିରେ ତାଙ୍କୁ ଗିରଫ କରିବାକୁ ଗଲାବେଳେ ଗ୍ୟାଙ୍ଗ ଲୋକଙ୍କ ଗୁଳି ମାଡ଼ରେ ଜଣେ DSP ଙ୍କ ସାହିତ ଆଠ ଜଣ POLICE କର୍ମଚାରୀ ଶହୀଦ ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 175ତର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 146 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
Amiya Pndav ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ, ଗତକାଲି ଉତ୍ତରପ୍ରଦେଶର ୮ ଜଣ ପୋଲିସ ଙ୍କୁ ଗୁଳିମାରି ହତ୍ୟାକରି ଥିବା କୁଖ୍ୟାତ ଆତଙ୍କବାଦୀ ବିକାଶ ଦୁବେର #ମାଙ୍କଡ #ମୋହ ! ! ! ! ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପୋଷ୍ଟରେଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋରେଥିବା ବ୍ୟକ୍ତି ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିବାବେଳେ ଆମକୁ ଏକ Twitter ପୋଷ୍ଟ ମିଳିଲା। ଯେଉଁଥିରେ ଲେଖା ଯାଇଛି। ଯେ, ଫେକ ପୋଷ୍ଟ କରିବା ବନ୍ଧ କର। ଭାଇରାଲ ହେଉଥିବା ପୋଷ୍ଟରେଥିବା ବ୍ୟକ୍ତି ଏବଂ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଦୁହେଁ ଅଲଗା ଅଲଗା ବ୍ୟକ୍ତି ଅଟନନ୍ତି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହାପରେ ଆମକୁ 3 ଜୁଲାଇରେ Twitter କରାଯାଇଥିବା ଏକ ପୋଷ୍ଟ ମିଳିଲା। ଏହି ଟ୍ୱିଟ ବିଜେପି ନେତା ବିକାଶ ଦୂବେ ପୋଷ୍ଟ କରି କହିଛନ୍ତି। ୟେ ପୋଷ୍ଟରେ ଲିଖିଛନ୍ତି ଯେ ଆଜି ଯିଏ କାନପୁରରେ ପୋଲିସ କର୍ମିଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେଥିବା ଅପରାଧି ବିକାଶ ଦୂବେ ଫୋଟୋ ବଦଳରେ ସୋସିଆଲ ମିଡିଆରେ ମୋର ଫଟୋ ଲଗାଇ ଭାଇରାଲ କରାଯାଉଛି। ଏବଂ ମତେ ଗ୍ୟାଙ୍ଗଷ୍ଟର ସଙ୍ଗଠନର ବୋଲି କୁହାଯାଉଛି।
ମୁଁ ଅନୁରୋଧ କରୁଛି ଦୟାକରି ମିଥ୍ୟା ତଥ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ କରନ୍ତୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ Vikash dubey ଏକ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।
ଯେଉଁଥିରେ ସେ ନିଜେ କହୁଛନ୍ତି ଯେ ତାଙ୍କ ଫୋଟୋକୁ ବିକାଶ ଦୁବେ ଗ୍ୟାଙ୍ଗଷ୍ଟର ଅପରାଧିଙ୍କ ନାମରେ ଭାଇରାଲ କରାଯାଉଛି। ସେ ଆଗକୁ କହୁଛନ୍ତି ଯେ, ସେ ବିଜେପି ପାଇଁ ବିଗତ 20 ବର୍ଷ ହେଲା କାମ କରୁଛନ୍ତି। ମୋ ଫୋଟୋ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାମରେ ଭାଇରାଲ କରୁଥିବା ଲୋକଙ୍କ ବିରୋଧରେ ମୁଁ ପୋଲିସ ଥାନାରେ ମାମଲା ରୁଜୁ କରିବା କଥା କହିଛନ୍ତି। ଏବଂ ସେ ଫେକ ପୋଷ୍ଟ ସେୟାର ନ କରିବା ପାଇଁ ଅନୁରୋଧ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
गलत पोस्ट करके लोगों को भ्रमित करने वाले सभी अराजक तत्वों के खिलाफ कड़ी से कड़ी कार्रवाई की जाएगी pic.twitter.com/zZZayhWtgt
— vikasdubeybjp (@vikasdubeybjp2) July 3, 2020
ଏହା ଛଡ଼ା Pandit vikas Dubey Bjym ତାଙ୍କ ଫେସବୁକ ଆକାଉଣ୍ଟରେ ମଧ୍ୟ ଭିଡ଼ିଓ ପୋଷ୍ଟ କରି ତାଙ୍କ ନାମରେ ଭାଇରାଲ ହେଉଥିବା ମିଥ୍ୟା ପୋଷ୍ଟକୁ ରୋକିବା ପାଇଁ ନିବେଦନ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଆମେ ପ୍ରକୃତ ଅପରାଧି ଅର୍ଥାତ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଫୋଟୋ ଏବଂ ଭାଇରାଲ ହେଉଥିବା ବିଜେପି ନେତା ବାକିଶ ଦୁବେଙ୍କ ଫୋଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ଆମେ ସ୍ପଷ୍ଟ ହେଲୁ ଯେ, ଦୁଇ ଜଣ ବ୍ୟକ୍ତି ଅଲଗା ଅଲଗା ଅଟନ୍ତି। ତଳେ ଫୋଟୋ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ପାଲୁ ଯେ, ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଭାଜପା ସହ ସମ୍ପର୍କଥିବା ଦାବିରେ ଯେଉଁ ବ୍ୟକ୍ତିର ଫୋଟୋ ଭାଇରାଲ କରାଯାଉଛି ସେ ବିଜେପି ନେତା ବିକାସ ଦୂବେ ଅଟନ୍ତି। ବିଜେପି ନେତା ଏବଂ ଗ୍ୟାଙ୍ଗଷ୍ଟର ବିକାଶ ଦୂବେ ଦୁହେଁ ଅଲଗା ଅଲଗା ବ୍ୟକ୍ତି ଅଟନ୍ତି।

Title:ଭାଇରାଲ୍ ଫଟୋରେ ସିଏମ୍ ଯୋଗୀଙ୍କ ସହ ଦେଖାଯାଇଥିବା ଏହି ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନୁହଁନ୍ତି।
Fact Check By: Saritadevi SamalResult: False