ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ ସତ୍ୟତା।

False Social

ସୋସିଆଲ ମିଡିଆରେ ଜଣେ ଏସୀୟ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ନେବାର ଏକ ଭିଡିଓ ଭାଇରାଲ କରାଯାଉଛନ। ଭିଡିଓରେ ବ୍ୟକ୍ତି ଜଣକ ସିରିଞ୍ଜରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇଞ୍ଜେକ୍ସନ ନେବାରେ ଡରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣତ ହେଲା। 

30 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଭିଡିଓରେଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। 

ତେବେ କଣ ଭାଇରାଲ ଭିଡିଓରେ ଇଞ୍ଜେକ୍ସନ ନେବାରେ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  South China Morning Post ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ ହେଇଥିବାର ପାଇଲୁ। ଖବର ଅନୁସାରେ , ଏହି ଭିଡିଓ (SCMP) ଦ୍ୱାରା 4 ଫେବୃଆରୀ  2018 ରେ ପ୍ରକାଶିତ କରାଯାଇଛିଲା। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଚାଇନାର ବ୍ୟକ୍ତି ତାଙ୍କର ପ୍ରଥମ ଇଞ୍ଜେକ୍ସନକୁ ଡରୁଛନ୍ତି(Chinese man scared of his first ever injection) ଶୀର୍ଷକ ସହିତ ଅପଲୋଡ୍ କରାଯାଇଥିଲା। ଏହି ଭିଡିଓରେ ଇଂରାଜୀ ସବ୍ଟାଇଟ୍ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି ଯାହା ସ୍ପଷ୍ଟ କରେ ଯେ ଏହା କେବଳ ଏକ ସାଧାରଣ ଇଞ୍ଜେକ୍ସନ୍ ଏବଂ କୌଣସି ଟିକା ନୁହେଁ। ଭିଡିଓକୁ 1.5 ମିଲିୟନରୁ ଅଧିକ ଥର ଦେଖାଯାଇଛି। 

ମୂଳ ଭିଡିଓରେ ଉକ୍ତ ବ୍ୟକ୍ତିଙ୍କୁ ଜଣେ ଚାଇନିଜ୍ ବୋଲି ଉଲ୍ଲେଖ କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ,ସେ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ନୁହଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

29 ଜୁନ 2018ରେ Radio Jambo KENYA ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଥାଇଲ୍ୟାଣ୍ଡର ନୁହେଁ ବରଂ ଚାଇନାର ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। ଭିଡିଓରେ କାନ୍ଦୁଥିବା ବ୍ୟକ୍ତିଙ୍କ ସହ ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫଟୋ ତୁଳନା କରି ଏହା ନିଶ୍ଚିତ ହେଉଛି ଯେ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ ନୁହଁନ୍ତି। ତଳେ ଫଟୋର ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ନୁହଁନ୍ତି।

Avatar

Title:ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *