ଉନ୍ନାଓ ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳିବା ଦାବି ମିଥ୍ୟା ଅଟେ।

False Political

ବିଜେପି ନେତା କୁଲଦିପ ସଂ ସେଙ୍ଗରକୁ  ଉନ୍ନାଓ ବଳାତ୍କାର ଅପରାଧରେ ଆଜିବନ କାରାଦଣ୍ଡ ଦିଆ ଯାଇଥିଲା। କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଉଛି ଯେ, ହାଇକୋର୍ଟ ତାଙ୍କୁ ଜାମିନ ଦେଇ ଦେଇଛି। ଏହା ଖବରକୁ ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ରାଗ ଏବଂ ଚର୍ଚ୍ଚା ବଢ଼ବାରେ ଲାଗିଛି। 25 ମେ ରେ Aktar Khan Fc ନାମକ ଜଣେ ଫେସବୁକ ୟୁଜର ବିଜେପି ନେତା କୁଲଦିପ ସଂ ସେଙ୍ଗରଙ୍କ କୁଷପୁତଳିକା ଦାହର ଫୋଟୋ ପେଷ୍ଟ କରି ଏହା ଦାବି କରିଛନ୍ତି। 

ପୋଷ୍ଟରେ ଲେଖା ଯାଇଛି ଯେ, ଉନ୍ନାଓ ବଳାତ୍କାର ମାମଲା, ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ସାବ୍ୟସ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ହାଇକୋର୍ଟରୁ ଜାମିନ ପାଇଛି,ଏବେ ପ୍ରଶ୍ନ ଉଠୁଛି କି ଯେଉଁ ବିଚାରପତି ଜାମିନ ଦେଇଛନ୍ତି ଯଦି ପୀଡିତା ସେଇ ବିଚାରପତିଙ୍କ ଝିଅ ହୋଇଥିଲେ କଣ ବିଚାରପତି ଜାମିନ ଦେଇଥାନ୍ତେ ..? ଏହି ବଳାତ୍କାରି କୁଲଦୀପ ସେଙ୍ଗର ପୀଡିତାଙ୍କ ସମଗ୍ର ପରିବାରକୁ ହତ୍ୟା କରିଥିଲା, ତଥାପି ବିଚାରପତି ଜାମିନ ଦେଇଛନ୍ତି,ଏପରି ବିଚାରପତିଙ୍କୁ ଅଭିଶାପ … ସେ ଜଣେ ବିଚାରପତି ନୁହେଁ, ବରଂ ଜଣେ ବିଚାରପତିଙ୍କ ରୂପରେ ଲୁଚି ରହିଥିବା ବିଜେପିର ଗଧିଆ ଅଟେ । 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 61 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 109 ଲାଇକ ମଧ୍ୟ ମିଳିଛା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଉନ୍ନାଓ ବଳାତ୍କାର ମାମଲାର ଅପରାଧି କୁଲଦୀପ ସିଂ ସେଙ୍ଗରକୁ ହାଇକୋର୍ଟରୁ ଜାମିନ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ ଏହାକୁ ନେଇ ଅନେକ ଖବର ମିଳିଲା। 23 ମେ ରେ Hindustan live ପେଜରେ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଉନ୍ନାଉ ଦୁଷ୍କର୍ମ ମାମଲାରେ ପିଡ଼ିତର ଦାଦାଙ୍କୁ ହାଇକୋର୍ଟ ଜାମିନ ଦେଇଛି। ଉନ୍ନାଓ ମାମଲାର ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Hindustan liveArchive 

17 ଜାନୁଆରି 2020ରେ The print ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଉନ୍ନାଓ ଦୁଷ୍କର୍ମ ଅପରାଧି କୁଲଦିପ ସିଂ ସିଙ୍ଗର ଜମାନତ ପାଇଁ ହାଇ କୋର୍ଟରେ ଅପିଲ କରିଥିଲେ। କିନ୍ତୁ ହାଇ କୋର୍ଟରୁ ଏହି ଅପିଲ ଖାରଜ କରି ଦିଆ ଯାଇଥିଲା। କହି ରଖୁଚୁ ଯେ, ଡିସେମ୍ବର 2019ରେ ଉନ୍ନାଓ ଦୁଷ୍କର୍ମ ଅପରାଧି କୁଲଦିପ ସିଂ ସିଙ୍ଗରକୁ ଆଜିବନ କାରାଦଣ୍ଡ ସହ 25 ଲକ୍ଷ୍ୟ ଟଙ୍କାର ଜୋରିମାନା ଭରିବା ପାଇଁ ଦଣ୍ଡ ଦିଆ ଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- The print  । Archive

ଏହା ପରେ ଆମକୁ 25 ମେ ରେ News 18 ପେଜରେ ଏହାକୁ ନେଇ ଏକ ଖବର ପ୍ରକାଶିତ ହୋଇଥିବାର ମିଳିଲା। ଖବର ଅନୁସାରେ ଉନ୍ନାଉ  ବଳାତ୍କାର ମାମଲାରେ ଦିଲ୍ଲୀର ତିହାର ଜେଲରେ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଝିଅ କଂଗ୍ରେସ (କଂଗ୍ରେସ) ନେତା ଅଲକା ଲାମ୍ବାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।  ବାସ୍ତବରେ କଂଗ୍ରେସ ନେତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କୁଲଦୀପ ସିଂ ସେଙ୍ଗରଙ୍କୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାମିନ ମିଳିଥିବା ଅଭିଯୋଗ କରିଛନ୍ତି, ଯାହାକୁ ଅନ୍ୟ କଂଗ୍ରେସ ନେତା ଧର୍ନା ପଟେଲ ମଧ୍ୟ ସମର୍ଥନ କରିଥିଲେ। ଏହା ପରେ ପୂର୍ବତନ ବିଧାୟକଙ୍କ କୁଲଦିପ ସିଂ ଝିଅ ଏହି ଟ୍ୱିଟକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜାମିନ ଆବେଦନ କୋର୍ଟରେ ଦିଆଯାଇନଥାଏ ତେବେ ଜାମିନକୁ କିପରି ଅନୁମୋଦନ କରାଯିବ? ସେଙ୍ଗରଙ୍କ ଝିଅ ଉନ୍ନାଓର ଏସପିଙ୍କୁ ଭେଟି ଅଲକା ଲାମ୍ବାଙ୍କ ଟ୍ୱିଟର ଆଧାରରେ ସଦର କୋଟୱାଲୀରେ ମାମଲା ଦାୟର କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- News 18Archive

ଏହା ପରେ ଆମକୁ 25 ମେ ରେ କୁଲଦିପ ସିଂ ସେଙ୍ଗର ଝିଅ Aman Sengarର ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ ହୋଇଥିବାର ମିଳିଲା। ଭିଡ଼ିଓରେ ସେ ସ୍ପଷ୍ଟ କରିଛନ୍ତି ଯେ, କୁଲଦିପ ସିଂ କୁ ଜାମିନ ମିଳି ନାହିଁ। କିମ୍ବା ତାଙ୍କ ଜାମିନ ପାଇଁ ଅପିଲ ମଧ୍ୟ କରାଯାଇ ନାହିଁ। କଂଗ୍ରେସ ନେତା ମାନେ ମିଥ୍ୟା ଖବର ପ୍ରଚାର କରି ହିଂସା ସୃଷ୍ଟି କରୁଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଉନ୍ନାଉ ଦୁଷ୍କର୍ମ ମାମଲାର ଅପରାଧି କୁଲଦିପ ସିଂ ସେଙ୍ଗିର କୁ ଜାମିନ ମିଳିଥିବା ଦାବି ମିଥ୍ୟା ଅଟେ। କୁଲଦିପ ସିଂ ସେଙ୍ଗିରର ଝିଅ ଏହା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପିତାଙ୍କ ଜାମିନ ପାଇଁ କୌଣସି ଅପିଲ କରାଯାଇ ନାହିଁ ତ ଜାମିନ ମିଳିବ କେମିତି। କଂଗ୍ରେସ ନେତା ମିଥ୍ୟା ପ୍ରଚାର କରୁଛନ୍ତି।

Avatar

Title:ଉନ୍ନାଓ ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳିବା ଦାବି ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *