
କୋରୋନା ପାଇଁ ହସ୍ପିଟାଲରେ ଦିନ କୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। କୋରୋନା ସହ ଲଢେଇରେ ଡାକ୍ତର, ପୋଲିସ ଏବଂ ସଫା କରୁଥିବା କର୍ମୀଙ୍କୁ ଆଗ ଧାଡ଼ୀର ସୈନ୍ୟ ବୋଲି ଆକ୍ଷା ଦିଆ ଯାଇଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ କିଛି ଡାକ୍ତର କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବାର ତ ପୋଲିସ୍ କର୍ମୀଙ୍କ ଗୀତ ଗାଇ କୋରୋନା ସହ ଲଢିବା ପାଇଁ ଲୋକଙ୍କ ମନୋବଳ ବଢାଉଥିବାର ଭିଡ଼ିଓ ସାମ୍ନାକୁ ଆସୁଛି। 12 ଏପ୍ରିଲରେ Times odia ନାମକ ଏକ ପେଜରେ କିଛି ଡାକ୍ତର କୋରୋନା ରୋଗିଙ୍କ ସାମ୍ନାରେ ନାଚୁଥିବାର ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପୋଷ୍ଟ କରାଯାଇଥିବା ଭିଡ଼ିଓ ଭାରତର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 276 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ 26 କମେଣ୍ଟ ଏବଂ 282 ଲାଇକ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ।
ତେବେ କଣ ଡାକ୍ତର କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବା ଭିଡିଓ ଭାରତର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ଭାଙ୍ଗୀ ଇମେଜରେ ଭାଙ୍ଗୀଲୁ। ଫୋଟୋକୁ ଗୁଗୁଲ ସର୍ଚ କରିଲାରୁ । ସର୍ଚରେ India tv ରେ ପ୍ରକାଶିତ ହୋଇଥିବା ଖବର ମିଳିଲା। ଖବରରେ ଭାରତ କ୍ରୀକେଟର ଗୋତମ ଗମ୍ଭୀର ଏହି ଭାଇରାଲ ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥାବର ଲେଖା ଯାଇଛି। ଗୋତମ ଗମ୍ଭୀର ନୀଜ ପୋଷ୍ଟରେ ଭିଡିଓ ପାକିସ୍ତାନର ଅଟେ ବୋଲି ଲେଖି ଛନ୍ତି। ପୋଷ୍ଟରେ ନୟା ପାକିସ୍ତାନ ଲେଖିଛନ୍ତି। ଏଥିରୁ ପାଇଲୁ ଯେ, ଭାଇରାଲ ଭିଡିଓ ପାକିସ୍ତାନ ହୋଇଥାଇ ପାରେ। କିନ୍ତୁ ଏହା ସ୍ପଷ୍ଟ କରିବା ପାଇଁ ଆମେ ଅଧିକ ସର୍ଚ କରିଲୁ। ଅଧିକ ସୂଚନା ପାଇଁ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-India tv । The economic times
ଏହା ପରେ ଆମକୁ 12 ଏପ୍ରିଲରେ ପାକିସ୍ତାନର ଅଗ୍ରଣୀ ଇଂରାଜୀ ନ୍ୟୁଜ୍ Dawn.com ଫେସବୁକ ପେଜରେ ଅପଲୋଡ୍ ହୋଇଥିବାର ଏହି ଭିଡିଓ ମିଳିଲା। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, Pakistani doctor cheer up covid-19 patients in hospital. ଅର୍ଥାତ୍ ପାକିସ୍ତାନି ଡାକ୍ତରମାନେ ନାଚିକରି କୋରୋନା ସଂକ୍ରମିତ ରୋଗୀଙ୍କ ମନୋବଳ ବଢ଼ାଉଛନ୍ତି। ତଳେ ଫେସବୁକ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ Pkistani news ପେଜରେ 12 ଏପ୍ରିଲରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ପାଇଲୁ। ଯେଉଁଥିରେ ଭିଡିଓ ବିଷୟରେ ଲେଖା ଯାଇଛି। ନ୍ୟୁଜଟି Umarulla Hussaini ନାମକ ପାକିସ୍ତାନୀ ସାମ୍ବାଦିକ ଲେଖିଛନ୍ତି। ଖବର ଅନୁସାରେ ପାକିସ୍ତାନୀ ଡାକ୍ତରମାନେ କୋରୋନା ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ଚିତ୍ତା ଚୋଲା ସି ଦେ ଦର୍ଜି ( CHITTA CHOLA SEE DE DARZI) ନାମକ ଗୀତରେ ନାଚୁଛନ୍ତି। ଭିଡିଓରେ ରୋଗୀ ଏବଂ ଡାକ୍ତର ଦୁହେଁ ନାଚୁଥିବାର ଦେଖା ଯାଉଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Pkistani news । Archive
ତେବେ ଆମେ CHITTA CHOLA SEE DE DARZI ପାକିସ୍ତାନର ନା ନାହିଁ ତାହା ଜାଣିବା ପାଇଁ ସର୍ଚ କରିଲୁ। ସର୍ଚ୍ଚରେ ଆମକୁ Enghindi.com ପେଜରେ ଏହାର ବିଷୟରେ ତଥ୍ୟ ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ Saraiki Language ର ଏହି କ୍ଲାସିକାଲ ଗୀତ ପାକିସ୍ତାନରେ ଲୋକପ୍ରିୟ ଅଟେ। ଏହି ଗୀତ ଉର୍ଦୁ ଭାଷାରେ ଲେଖା ଯାଇଛି। ସାରକି ଭାଷା ପାକିସ୍ତାନ ପଞ୍ଜାବରେ ଥିବା ଲୋକମାନେ କହିଥାନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Enghindi.com । Archive
ଭାଇରାଲ ଭିଡିଓରେ ଥିବା ଗୀତ Mushtaq Ahmad Cheena ପାକିସ୍ତାନୀ ଗାୟକ ଏହି ଗୀତକୁ ଗାଇଛନ୍ତି। ଲିଙ୍କରେ କ୍ଲିକ କରି ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଡାକ୍ତରମାନେ କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବା ଭିଡ଼ିଓ ଭାରତର ନୁହେଁ ବରଂ ପାକିସ୍ତାନର ଅଟେ।

Title:କୋରୋନା ରୋଗୀଙ୍କ ସାମ୍ନାରେ ଡାକ୍ତରଙ୍କ ନାଚୁଥିବା ଭିଡିଓ ପାକିସ୍ତାନର ଅଟେ।
Fact Check By: Saritadevi SamalResult: False