
3 ଅଗଷ୍ଟରେ Amiya Pndab ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମସଜିଦରେ ତ୍ରୀରଙ୍ଗାର ଲାଇଟ ସୋ ହେଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଏକ ମସଜିଦରେ ସ୍ୱାଧିନତା ଦିବସ ଅବସରରେ ତ୍ରୀରଙ୍ଗା ଲାଇଟ ସୋ କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଅନୁସନ୍ଧାନ ପୂର୍ବରୁ ଭିଡିଓକୁ 768 ଲୋକ ଦେଖିସାରିଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ମସଜିଦରେ ତ୍ରୀରଙ୍ଗା ଲାଇଟ ସୋ ଦେଉଥିବା ଭାଇରାଲ ଭିଡିଓ ମୁମ୍ବାଇର ଅଟେ। ପୋଷ୍ଟର ସତ୍ୟତା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ମିଳିଥିବା ଫୋଟୋକୁ ରିଭର୍ସ ଇମେଜ କରିବାରୁ ଆମକୁ ଭାଇରାଲ ଭିଡିଓର କିଛି ଲିଙ୍କ ମିଳିଲା। 23 ଜୁନ 2017ରେ Rajasthan Patrika ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଥିଲା। ଯାହା ସ୍ୱାଧିନତା ଦିବସର ନଥିବା ଭଳି ଜଣା ପଡୁଛି। ଭାଇରାଲ ଭିଡିଓ 2017 ମସିହାର ଅଟେ। ଏହା ଛଡ଼ା ଭାଇରାଲ ଭିଡିଓ ମୁମ୍ବାଇର ନୁହେଁ ବରଂ ରାଜସ୍ଥାନର ଥିବାଭଳି ଜଣା ପଡ଼ୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ Rajasthan Patrika ର ଲିଙ୍କ ଦେଖନ୍ତୁ।
Imran Mansuri ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ଦେଖିବାକୁ ପାଇଲୁଯ ଯେଉଁଥିରେ ଭାଇରାଲ ଭିଡିଓ (Bhilwara Railway StationMasjid) ଭିଲୱାରା ରେଳ ଷ୍ଟେସନ ମସଜିଦର ବୋଲି ଲେଖା ଯାଇଛି। ଆମେ ଏହାର ଗୁଗଲ କରି ଦେଖିଲୁ। ଯେଉଁଥିରେ ଆମେ ଜାଣିବାକୁ ପାଇଲୁ ଯେ, ଏହା ରାଜସ୍ଥାନର ଅଟେ। wikipediaରେ ଏହାର ଲିଙ୍କ ଦେଖନ୍ତୁ। ତଳେ ମିଳିଥିବା ୟୁଟ୍ୟୁବ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ Imran Mansuri ୟୁଟ୍ୟୁବ ଚ୍ୟାନେଲର ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଗୁଗୁଲ ମାପରେ Bhilwara Railway Station Masjid ଲେଖି ସର୍ଚ୍ଚ କରିଲୁ। ଯେଉଁଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ମୁମ୍ବାଇର ନୁହେଁ ରାଜସ୍ଥାନ ଭିଲୱାରା ରେଳ ଷ୍ଟେସନ ପାଖରେଥିବା ମସଜିଦର ଅଟେ। ଏଠାରେ Google map ଦେଖନ୍ତୁ। ଆମକୁ ଭାଇରାଲ ଭିଡିଓ ପରି ଏକ ଇମେଜ ମଧ୍ୟ ମିଳିଲା, ଯାହାକି ରାଜସ୍ଥାନ ଭିଲୱାରା ରେଳ ଷ୍ଟେସନର ଅଟେ। ତଳେ ଫୋଟୋ ଦେଖନ୍ତୁ।

(Bhilwara Railway Station Masjid, Rajasthan)
ଏହା ପରେ ଆମକୁ First india news Rajasthan ୟୁଟ୍ୟୁବ ପେଜରେ ମଧ୍ୟ ଏକ ନ୍ୟୁଜ ପାଇଲୁ। ଯାହାକି 2018 ଜୁନ 13ରେ ପ୍ରକାଶିତ କରାଯାଇଥିଲା। 2018ରେ ମଧ୍ୟ ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ପାଖରେଥିବା ମସଜିଦରେ ଭାରତୀୟ ତ୍ରୀରଙ୍ଗାର ଲାଇଟ ସୋ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ମୁମ୍ବାଇର ନୁହେଁ, ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ପାଖରେଥିବା ମସଜିଦର ଅଟେ।

Title:ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ମସଜିଦର ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False