
ଗତ 10 ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଅନେକ ଫଟୋ ଶିମିପାଳରେ ନିଆଁ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହୋଇଛି।
6 ମାର୍ଚ୍ଚରେ Banoj Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଶିମିଳିପାଳ ଜଙ୍ଗଲ ଜଳୁଛି। ଯେଉଁଥିରେ ଜଙ୍ଗଲ ଜଳୁଥିବାର ଫଟୋ ଅଛି ଏବଂ ବାଘ ଜଳିଯାଇଥିବାର ଦୃଶ୍ୟ ଦେଖାଯାଉଛି। ଦାବି କରାଯାଇଛି ଯେ, ଶିମିପାଳ ଜଳୁଥିବାର ଦୃଶ୍ୟ ଯାହା ନାସାରେ ଦେଖାଯାଉଛି କିନ୍ତୁ ଓଡ଼ିଶା ସରକାର ଏବଂ ଗଣମାଧ୍ୟମକୁ ଏହା ଦେଖାଯାଉ ନାହିଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ଲିଙ୍କ ଦେଖନ୍ତୁ। Santosh Kumar Biswal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋ ଶିମିଳିପାଳରେ ବର୍ତ୍ତମାନ ଲାଗିଥିବା ନିଆଁର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। outthere Colorado ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 22 ଅଗଷ୍ଟ 2018ରେ ପୋଷ୍ଚ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫଟୋ ଶିମିଳିପାଳରେ ନିଆଁ ଲାଗିଥିବା ଜଙ୍ଗଲର ନୁହେଁ। ଭାଇରାଲ ଫଟୋ କୋଲୋରାଡୋ (Colorando)ରେ ଲାଗିଥିବା ନିଆଁର ଫଟୋ ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ ଶିମିଳିପାଳରେ ନିଆଁ ଲାଗିଥିବା ଫଟୋ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- outthere Colorado । Archive
ଫଟୋ-2
ପରେ ଆମକୁ ଦ୍ୱିତିୟ ଫଟୋ sputnik news ପେଜରେ ମିଳିଲା। ଯାହାକି 10 ଜୁଲାଇ 2020ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 2020ରେ କଳା ବାଘ ଦେଖାଯଇଥିଲା। ଯାହାକି ଓଡ଼ିଶା ଶିମିଳିପାଳରେ ଦେଖାଯାଇଥିଲା। ସୂଚନା ଅନୁସାରେ କଳା ବାଘ ଭାରତରେ କବଳ ଶିମିଳିପାଳରେ ଦେଖାଯାଇଥିଲା। ଅନୁସନ୍ଧାନରୁ ସ୍ପଷ୍ଚ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁର ଫଟୋ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- sputnik news । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋ ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁର ଫଟୋ ନୁହେଁ। ପୁରୁଣା ଫଟୋକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି।

Title:ଭାଇରାଲ ଫଟୋର ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁ ସହ କୌଣସି ସମ୍ପର୍କ ନାହିଁ।
Fact Check By: Saritadevi SamalResult: False