
କୋରୋନା ସଂକ୍ରମଣ ପାଇଁ ଦେଶରେ ହୋଇଥିବା ଲକଡାଉନ କାରଣରୁ ଅର୍ଥନିତି କମିବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ମଧ୍ୟ କରାଯାଉଛି। ଏଥିମଧ୍ୟରେ ଚାଷି ଆତ୍ମହତ୍ୟା ଖବରତ ସାମ୍ନାକୁ ଆସୁଥିଲା, ଏବେ କିନ୍ତୁ ଚାଷି ପରି ଅନ୍ୟ ବ୍ୟବସାୟକାରିଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବାରେ ଲାଗିଛି। 27 ଜୁଲାଇରେ Baalia Baba ନାମକ ଏକ ଫେସବୁକ ପେଜରେ ଏକ ବୁଣାକାର ଆତ୍ମହତ୍ୟା ଖବର ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ଜଣେ ବୁଣାକାର ଆତ୍ମହତ୍ୟା କରିଥିବାର ଫୋଟୋ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦିୟ କ୍ଷେତ୍ର ବାରାଣସିରେ ଦାରିଦ୍ରଓ ଅସହାୟତା କାରଣରୁ ଜଣେ ବୁଣାକାର ଆତ୍ମହତ୍ୟା କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ନେଇ କମେଣ୍ଟରେ ଅନେକ ଆଲୋଚନା ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦିୟ କ୍ଷେତ୍ର ବାରାଣସିରେ ଦାରିଦ୍ରଓ ଅସହାୟତା କାରଣରୁ ଏହି ବୁଣାକାର ଆତ୍ମହତ୍ୟା କରିଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରଲା ଫୋଟୋକୁ ଗୁଗୁଲରେ ମାରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। 26 ଜୁଲାଇରେ weaver ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ଫୋଟୋ ବାରାଣସିର ନୁହେଁ ବାଙ୍ଗାଲୁରୁର ଅଟେ। ଖବର ଅନୁସାରେ ବାଙ୍ଗାସୁରୁ ଅଗ୍ରହାରାରେ ଜଣେ 55 ବର୍ଷର ବୁଣାକାର ଲକଡାଉନ କାରଣରୁ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା। ବ୍ୟକ୍ତି ଜଣଙ୍କ ନାମ ଲକ୍ଷ୍ମିପତି ଅଟେ। ସେ ବ୍ୟାଙ୍କରୁ 75,000 ଟଙ୍କା ଲୋନ ନେଇଥିଲେ। କିନ୍ତୁ ସମୟ ମଧ୍ୟରେ ଋଣ ନ ସୁଯି ପାରିବାରୁ ସେ ଆତ୍ମହତ୍ୟା କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଖବରରେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- weaver । Archive
ଏହା ପରେ ଆମକୁ Twitter ଏକ ଟ୍ୱିଟର ଆକାଉଣ୍ଟ ମିଳିଲା। ଯେଉଁଥିରେ DM Varanasi ନାମକ ଜଣେ ବ୍ୟକ୍ତି ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଘଟଣା ବାରାଣସିର ନୁହେଁ ବରଂ ବାଙ୍ଗାଲୁରୁର ଅଟେ। ଏହା ସହ ବ୍ୟକ୍ତି ଜଣକ ଫେକ ଖବରରୁ ଭାଇରାଲ ନ କରିବା ପାଇଁ ନିବେଦନ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ଆମକୁ କର୍ଣ୍ଣାଟର ଖବର ଅନ୍ୟ ଏକ ପେଜ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଖବର ବାରାଣସିର ନୁହେଁ ବରଂ ବାଙ୍ଗାଲୁରୁର ଅଟେ। ଲଷ୍ମିପତି ନାମକ ଜଣେ 55 ବର୍ଷର ବ୍ୟକ୍ତି ଆର୍ଥିକ ଅବସ୍ଥା ଖରାପଥିବାରୁ ଆତ୍ମହତ୍ୟା କରିଛନ୍ତି। ଅଧିକ ସୂଚନା ପାଇଁ karnatak ନ୍ୟୁଜ ପଜେରେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- karnatak । Archive
ଏହା ପରେ ଭାରତିୟ ବୁଣାକାର ସମାଜ Twitter ଆକାଉଣ୍ଟରେ ମଧ୍ୟ ପାଇଲୁ, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଘଟଣା ବାରାଣସିର ନୁହେଁ ବାଙ୍ଗାଲୁରୁର ଅଟେ। ଏହା ସହ ଆମେ ବାଙ୍ଗାଲୁରୁ ଅଗ୍ରହାରା ପୋଲିସ ସହିତ ସମ୍ପର୍କ କରିଲୁ। କିନ୍ତୁ ସମ୍ପର୍କ ହୋଇପାରିଲା ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପ୍ରଧାନମନ୍ତ୍ରୀ ସାଂସଦୀୟ କ୍ଷେତ୍ର ବାରାଣସିରେ ଜଣେ ବୁଣାକାର ଆର୍ଥିକ ସଙ୍କଟ ପାଇଁ ଆତ୍ମହତ୍ୟା କରିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଖବର ପ୍ରକୃତରେ ବାଙ୍ଗାଲୁରୁର ଅଟେ।

Title:ବୁଣାକାରଙ୍କ ଆତ୍ମହତ୍ୟା ଘଟଣା ବାରାଣାସୀରେ ନୁହେଁ ବରଂ ବେଙ୍ଗାଲୁରୁରେ ଘଟିଛି।
Fact Check By: Saritadevi SamalResult: False