ଏହା କ’ଣ ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ ପ୍ରଥମ କୋରୋନା ଟିକା ଦିଆଯାଉଥିବାର ଫୋଟୋ ?

False International

କୋରୋନା ସଂକ୍ରମଣ ବଢ଼ିବା ପରେ କୋରୋନା ୱାକ୍ସିନ୍ ପାଇଁ ସମସ୍ତେ ଅପେକ୍ଷାରେ ଥିଲେ। କେଉଁ ଦେଶ ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିବ ତାହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ତେବେ 12 ଅଗଷ୍ଟରେ ରୁଷ ବିଶ୍ୱର ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିଥିବାର ଖବର ସାମ୍ନାକୁ ଆସିଲା। ଖବର ଅନୁସାରେ ରୁଷ ଦ୍ୱାରା ପ୍ରସ୍ତୁତ କୋରୋନା ୱାକ୍ସିନ୍ କୋରୋନା ସଂକ୍ରମଣରୁ ରକ୍ଷା କରୁଛି ଏବଂ ଏହା ସଫଳାତ ପୂର୍ବକୁ ପରିକ୍ଷଣ ହୋଇଛି। ଏହା ସହ ଅନ୍ୟ ଏକ ଖବର ମଧ୍ୟ ଭାଇରାଲ ହେଉଛି ଯେ, ରୁଷର ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ କୋରୋନା ହୋଇଥିଲା ଏବଂ ପ୍ରସ୍ତୁତ ହୋଇଥିବା ପ୍ରଥମ କୋରୋନା ୱାକ୍ସିନକୁ ପୁଟିନଙ୍କ ଝିଅକୁ ଦିଆ ଯାଇଛି। ଏହି ଖବର ସହ ସୋସିଆଲ ମିଡିଆରେ ରୁଷର ରାଷ୍ଟ୍ରପତି ପୁଟିନଙ୍କ ଝିଅ କୋରୋନା ୱାକ୍ସିନ ନେଉଥିବା ଦାବିରେ ଏକ ଫୋଟୋ ଭାଇରାଲ ହେଉଛି। 

Kedar Charan Rout rout 12 ଅଗଷ୍ଟରେ ତାଙ୍କ ଆକାଉଣ୍ଟରେ ଏହି ଦାବି ସହ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖି ଛନ୍ତି ରାଷ୍ଟ୍ରପତି ପୁଟିନଙ୍କ ଝିଅ କୋରୋନା ପ୍ରଥମ ୱାକ୍ସିନ୍ ନେଉଥିବାର ଫୋଟୋ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook Archive

ଭାଇରାଲ ଫୋଟୋରେ କଣ ରାଷ୍ଟ୍ରପତି ପୁଟିନଙ୍କ ଝିଅ କୋରୋନା ୱାକ୍ସିନ ନେଉଛିନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ । ଆଣ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। visualrian.ru ରେ ଭାଇରାଲ ଫୋଟୋରେଥିବା ଝିଅର ଫୋଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଏହି ଝିଅ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଝିଅ ନୁହେଁ। ଝିଅଟିର ନାମ ନାଟାଲିଆ, ଯିଏ 13 ଜୁଲାଇରେ ମସ୍କୋର ବର୍ଡେନକୋ ମିଲିଟାରୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ ଟ୍ରାଏଲରେ ଯୋଗ ଦେଇଥିଲେ। ସେ ଜଣେ ସ୍ୱେଚ୍ଛାସେବି ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- visualrian.ru Archive

ଏହା ପରେ ଆମକୁ public.tvzvezda ଏକ ଖବର ପ୍ରକାଶିତ ହୋଇଥିବା ମିଳିଲା। ଖବର ଅନୁସାରେ ନାଟାଲିଆ ଜଣେ ସାମରିକ ଡାକ୍ତର ହେବାକୁ ପ୍ରସ୍ତୁତ ହେଉଛନ୍ତି। ଟିକା ର ଦ୍ୱିତୀୟ ଉପାଦାନ ଦିଆଯାଇଥିବା 20 ଜଣଙ୍କ ମଧ୍ୟରେ ନାଟାଲିଆ ଥିଲେ। ଏହି ଟିକା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ସହଯୋଗରେ ମସ୍କୋର ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- public.tvzvezda Archive, travelwirenews 

ଏହା ପରେ ଆମକୁ ସେହି ପେଜରେ ଏକ ଭିଡିଓ ମିଳିଲା, ଯେଉଁଥିରେ ଭାଇରାଲ ଫୋଟୋରେଥିବା ଝିଅ ମାସ୍କ ପନ୍ଧିନଥିଲେ। ଏଠାରେ ତାଙ୍କ ଚେହେରା ସ୍ପଷ୍ଟ ଦେଖିପାରିବେ। ଏଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ। 

ପୁଟିନଙ୍କ ଝିଅମାନଙ୍କର ନାମ ମାରିଆ ପୁଟିନ ଏବଂ କ୍ୟାଟରିନା ଟିଖୋନୋଭା ।  ଏପରିକି ଉଭୟ ଝିଅଙ୍କ ଫୋଟୋ ଏବଂ ଭାଇରାଲ ଫୋଟେରେଥିବା ଝିଅକୁ ବିଶ୍ଲେଷଣ କଲାରୁ ଏହା ସ୍ପଷ୍ଟ ହେଲୁ ଯେ, ଫୋଟୋରେ ଦେଖାଯାଇଥିବା ଝିଅ ପୁଟିନଙ୍କ ଝିଅ ନୁହେଁ। ତଳେ ବିଶ୍ଳେଷଣ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ,  ଭାଇରାଲ ଫୋଟୋରେ  କୋରୋନା ୱାକ୍ସିନ୍ ନେଉଥିବା ଝିଅ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଝିଅ ନୁହେଁ । ସେ ଜଣେ ସ୍ୱେଚ୍ଛାସେବୀ(volunteer) ଅଟନ୍ତି। 

Avatar

Title:ଏହା କ’ଣ ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ ପ୍ରଥମ କୋରୋନା ଟିକା ଦିଆଯାଉଥିବାର ଫୋଟୋ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *