କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ? ଜାଣନ୍ତୁ ସତ୍ୟ।

False Political

ଏକ ଅଫିସରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମଙ୍କ ବିପକ୍ଷରେ ବସିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରା ଯାଉଛି ଯେ ଏହା କଂଗ୍ରେସର ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନର ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ଅଟନ୍ତି ଯିଏ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମ ସହ ସାକ୍ଷାତ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ନୁହଁନ୍ତି, ବରଂ ଜଣେ ସାମ୍ବାଦିକ ଶିଳା ଭଟ୍ଟ ଅଟନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “1987 ର ଏହି ଚିତ୍ରରେ ଦାଉଦ ସହିତ ଦେଖାଯାଇଥିବା ଏହି ମହିଳାଙ୍କ ନାମ ହେଉଛି ସୁପ୍ରିୟା ଶ୍ରୀନେଟ୍। ଏହା ହେଉଛି କଂଗ୍ରେସର ଜାତୀୟ ମୁଖପାତ୍ର, ଆପଣ ପ୍ରାୟତ TV ତାଙ୍କୁ ଟିଭି ବିତର୍କରେ ଖରାପ ଭାଷାରେ କଥାବାର୍ତ୍ତା କରୁଥିବା ଦେଖିପାରିବେ। ବର୍ତ୍ତମାନ ମୁଁ ବୁିପାରୁଛି କାହିଁକି ଏହି ନିର୍ଯାତନାକାରୀ ମହିଳା ସମସ୍ତଙ୍କ ସହ ଝଗଡା କରନ୍ତି ଏବଂ ନିଜର ଖରାପ ଭାଷା ସହିତ ନିଜକୁ ପରିଚିତ କରାନ୍ତି। କଂଗ୍ରେସ ସର୍ବଦା ଦେଶଦ୍ରୋହୀମାନଙ୍କୁ ଜନ୍ମ ଦେଇଥାଏ ଏବଂ ସେମାନଙ୍କୁ ପୋଷଣ କରିଥାଏ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଜଣେ ସାମ୍ବାଦିକ ଶିଳା ଭଟ୍ଟଙ୍କର ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ସେ ଟୁଇଟରେ କହିଛନ୍ତି ଯେ, ଏହି ଫୋଟୋ ୧୯୮୭ ମସିହାରେ ଦୁବାଇର ପର୍ଲ ବିଲଡିଙ୍ଗର ଅଟେ, ଯେତେବେଳେ ସେ ଦାଉଦ ଇବରାହିମଙ୍କର ସାକ୍ଷାତକାର ନେଇଥିଲେ।

ଶିଳା ଭଟ୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ସାକ୍ଷାତକାର ଦି ଇଲଷ୍ଟ୍ରେଟେଡ ଡେଲି ମେଗାଜିନରେ ପ୍ରକାଶିତ ହେଇଥିଲା। ସେ ଟୁଇଟରେ ଲେଖିଛନ୍ତି, “ଅନେକ ଲୋକ ପିଆରଏଚଏନ କରୁଛନ୍ତି ଯେ ଏହା ଏକ ପ୍ରକୃତ ଫୋଟୋ ବା ଫେକ୍। ଏହାର ଉତ୍ତରରେ ମୁଁ ଦୁଇଟି ପ୍ରକାଶନର କଭର ପେଜ ପୋଷ୍ଟ କରୁଛି। ୧) ଅଭିୟାନ – ଏକ ସାପ୍ତାହିକ ଯାହା ମୋ ଏବଂ ମୋର ସ୍ଵର୍ଗୀୟ ସ୍ଵାମୀଙ୍କ କାନ୍ତି ଭଟ୍ଟ ଦ୍ଵାରା ସ୍ଥାପନା କରା ଯାଇଥିଲା। ୨) ଦି ଇଲଷ୍ଟ୍ରେଟେଡ ୱିକ୍ଲି। 1987 ରେ ମୋର ଦାଉଦ ଇବ୍ରାହିମଙ୍କ ସାକ୍ଷାତକାର ଉଭୟ ବହନ କରିଥିଲେ। ସାପ୍ତାହିକ କଭର କାହାଣୀକୁ ବିଶିଷ୍ଟ ସାମ୍ବାଦିକ ଅମ୍ରିୟା ଶାହା ଲେଖିଥିଲେ। ମୋର ସାକ୍ଷାତକାର ତାଙ୍କ କଭର୍ ଷ୍ଟୋରୀ ସହିତ ଚାଲିଥିଲା | ସମସ୍ତ ଡାଉଡ୍ ଫଟୋ ମୋ ଦ୍ୱାରା ନିଆଯାଇଥିଲା।”

କଂଗ୍ରେସ ମୁଖପାତ୍ରଙ୍କ ବିଷୟରେ ଏହି ଦାବି ସମ୍ବନ୍ଧରେ ଅଧିକ ସୂଚନା ଏବଂ ନିଶ୍ଚିତକରଣ ପାଇଁ ଆମେ AICC ସାଧାରଣ ସଚିବ କେସି ଭେନୁଗୋପାଲଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲୁ। ତା’ପରେ ତାଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଶରଥ ଆମକୁ କହିଥିଲେ “ଏହିପରି ପ୍ରଚାର ଆମ ଦ୍ୱାରା ଲକ୍ଷ୍ୟ କରାଯାଇଥିଲା ଏବଂ ଏହା ଏକ ଭିତ୍ତିହୀନ ଦାବି। ସୁପ୍ରିୟା ଶଶ୍ରୀନାତେ ୧୯୭୭ ରେ ଜନ୍ମଗ୍ରହଣ କରିଥିଲେ; ଯେତେବେଳେ ତାଙ୍କୁ ଦଶ ବର୍ଷ ବୟସ ହୋଇଥିଲା ଯେତେବେଳେ ଦାଉଦ ଇବ୍ରାହିମ ଏବଂ ଶେଲା ଭଟ୍ଟଙ୍କର ଏହି ଭାଇରାଲ୍ ପ୍ରତିଛବି କ୍ଲିକ୍ କରାଯାଇଥିଲା।“

ଆମେ myneta.info ୱେବସାଇଟ ଯାଇ ସର୍ଚ୍ଚ କରିବା ପରେ ଜାଣିବାକୁ ମିଳିଲା ଯେ ଶୁପ୍ରିୟା ଶ୍ରୀନାତେଙ୍କ ଜନ୍ମ 1977 ମସିହାରେ ହେଇଥିଲା ଏବଂ ବର୍ତ୍ତମାନ ତାକୁ ୪୧ ବୟସ ହେଇଛି। ତେଣୁ ଫୋଟୋରେ ଦାଉଦଙ୍କ ବିପକ୍ଷରେ ବସିଥିବ ମହିଳା ଶୁପ୍ରିୟ ଶ୍ରୀନତେ ହେବା ସମ୍ଭବ ନୁହେଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଫୋଟୋରେ ଥିବା ମହିଳା ହେଉଛନ୍ତି ସାମ୍ବାଦିକ ଶିଳା ଭଟ୍ଟ। ଶୁପ୍ରିୟା ଶ୍ରୀନାତେଙ୍କ ଜନ୍ମ ୧୯୭୭ ସେ ହୋଇଥିଲା। ତେଣୁ ଦାଉଦଙ୍କ ସହ ଫୋଟୋରେ ଥିବା ମଇଳା ଶୁପ୍ରିୟା ହେଇଥିବା ସମ୍ଭବ ନୁହେଁ।

Avatar

Title:କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *