
ସୋସିଆଲ ମିଡିଆରେ ଉପରୋକ୍ତ ଫୋଟୋ ଅଧିକରୁ ଅଧିକ ସେୟାର ହେଉଛି। 7 ଅଗଷ୍ଟରେ Hemanta kumar das ନାମକ ଜଣେ ଫେସବୁକ ୟୁଜର Bivaah.com ଏକ ପୋଷ୍ଟକୁ ସେୟାର କରିଛନ୍ତି। ସୋୟାର କରାଯାଇଥିବା ପୋଷ୍ଟରେ ଏକ ମହିଳା ପୁଲିସ କୁନି ଝିଅକୁ ଧରି ଠିଆ ହୋଇଛନ୍ତି ଏବଂ କୁନି ଝିଅଟି କାନ୍ଦୁଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପିଲାଟି ତା ବାପା ମା ପାଖେ ନ ପହିଁଚିବା ଯାଏଁ ପୋଷ୍ଟକୁ ସେୟାର କରିବାକୁ କୁହାଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 63 ହଜାର ଥର ସେୟାର କରାଯାଇଛି। ଏହା ସହିତ ପୋଷ୍ଟକୁ 3 ଲକ୍ଷ୍ୟରୁ ଅଧିକ ଲୋକ ଲାଇକ ଏବଂ 247 ଜଣ କମେଣ୍ଟ ମଧ୍ୟ କରିଛନ୍ତି। 1 ଫେବୃଆରି 2018 ମସିହାରୁ Bivaah.com ଫେସବୁକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏହି ଫୋଟୋ 2019 ପଯ୍ୟନ୍ତ ମଧ୍ୟ ଲୋକ ସେୟାର କରୁଛନ୍ତି। ତେବେ ପୋଷ୍ଟ ପଛରେ କ’ଣ ସତ୍ୟତା ରହିଛି ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-FACEBOOK । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ପ୍ରଥମେ ଆମେ ସେୟାର କରାଯାଇଥିବା ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜ ପରେ ଆମେ ଭାଇରାଲ ଫୋଟୋ ସହ ଜଡ଼ିତ କିଛି ନ୍ୟୁଜ ପେଜ ପାଇଲୁ। ଭାଇରାଲ ଫୋଟୋଟି 17 ମେ 2016 ରେ The Indian express ରେ ପୋଷ୍ଟ କରାଯାଇଥିଲା। ନ୍ୟୁଜ ପୋଷ୍ଟକୁ ପୁରା ପଢ଼ିଲା ପରେ ଆମେ ଜାଣିଲୁ ଯେ, ଭାଇରାଲ ହେଉଥିବା ଫୋଟୋ ପୁରୁଣା ଅଟେ। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଫୋଟୋରେ ଦେଖା ଯାଉଥିବା କୁନି ଝିଅଟି 2016 ମସିହାରେ ନାଗପୁର ରେଲୱେ ପ୍ଲାଟଫର୍ମ ରେ ହଜି ଯାଇଥିଲା। ଝିଅଟିର ନାଁ ଅଭାନି ଜୟନ(Avani Jain) ଅଟେ। ଝିଅଟିର ହଜି ଜିବାର ଖବର ଏହି ଫୋଟୋ ସହିତ ସୋସିଆଲ ମିଡିଆରେ ଏତେ ଫାସ୍ଟ ଭାଇରାଲ କରାଯାଇଥିଲା ଯେ, ଝିଅଟିର ମାଁ କୁ ରେଲୱେ ପୋଲିସ 20 ମିନିଟ ମଧ୍ୟରେ ଖୋଜି ପାଇବାରେ ସକ୍ଷ୍ୟମ ହୋଇପାରିଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ- The Indian express । Archive
ଏହା ଛଡ଼ା ଏହି ନ୍ୟୁଜକୁ HUFFPOST ପେଜରେ ମଧ୍ୟ ସେୟାର କରାଯାଇଛି। 2016ରେ ହଜିଯାଇଥିବା ଏହି କୁନି ଝିଅଟି ତା ପରିବାର ଲୋକଙ୍କ ପାଖକୁ ଫେରିବା ପରେ ଭାରତର ରେଳ ମନ୍ତ୍ରୀ ସୁରେସ ପ୍ରଭୁ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଘଟଣା ସମ୍ବନ୍ଧରେ ଲେଖି ପୋଷ୍ଟ କରିଥିଲେ।

ଏଠାରେ ପେଜର ଲିଙ୍କ୍ ଦେଖନ୍ତୁ- twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ପାଇଲୁ ଯେ, ସୋସିଆଲ ମିଡିଆରେ ନିଖୋଜଥିବା କୁନି ଝିଅର ଭାଇରାଲ ଫୋଟୋ 2016 ମସିହାର ଅଟେ। ଅହି ଫୋଟୋକୁ ଏବେ ମଧ୍ୟ ଲୋକେ ଏହି ଫୋଟୋକୁ ନିଖୋଜ ଦାବରେ ସେୟାର କରିବାରେ ଲାଗିଛନ୍ତି।

Title:ନିଖୋଜ ଦାବିରେ ଭାଇରାଲ ହେଉଥିବା ଏହି କୁନି ଝିଅର 2016 ମସିହାର ଅଟେ।
Fact Check By: Saritadevi SamalResult: False