
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ସମୟରେ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା।
ଏହି ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।
କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଯେତେବେଳେ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ପିଏମ ମୋଦୀ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ସେତେବେଳେ କେ ଏସ୍ ଶାସ୍ତ୍ରୀ ପ୍ରକୃତରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ, “ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର 1981 ମସିହାରେ ଦେହାନ୍ତ ହୋଇଥିଲା … ତେବେ ଏହା ପରେ ଡିଗ୍ରୀ କିପରି ଛପା ହେଲା? ନରେନ୍ଦ୍ର ମୋଦି ଙ୍କର”

ଆମ ଅନୁସନ୍ଧାନ:
ଉପରୋକ୍ତ ଫୋଟୋରେ କେ ଏସ୍ ଶାସ୍ତ୍ରୀଙ୍କ ବିଷୟରେ ଦିଆ ଯାଇଥିବା ସୂଚନା ବ୍ୟବହାର କରି ଆମେ ଗୁଗୁଲରେ ସର୍ଚ୍ଚ କରିଲୁ ଯାହା ଆମକୁ ’ବୀର ନରମାଦଦକ୍ଷିଣ ଗୁଜରାଟ ବିଶ୍ୱବିଦ୍ୟାଳୟ (VSNGU)’ ୱେବସାଇଟକୁ ନେଇଗଲା।
VNSGU ର କୁଳପତିଙ୍କ ଇନକ୍ୟୁବେନ୍ସି ଚାର୍ଟରେ ଆମେ ଭାଇରାଲ୍ ପୋଷ୍ଟରେ ପ୍ରଦର୍ଶିତ ହୋଇଥିବା ପ୍ରଫେସର କେ ଏସ୍ ଶାସ୍ତ୍ରୀଙ୍କ ସମାନ ଫଟୋ ସାମ୍ନାକୁ ଆସିଥିଲୁ।

ତେବେ, ଏହା ମଧ୍ୟ ମନେ ରଖିବା ଆବଶ୍ୟକ ଯେ ପିଏମ ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଏମ.ଏ ଡିଗ୍ରୀ ଗୁଜୁରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଦିଆ ଯାଇଥିଲା ଏବଂ ବୀର ନରମାଦ ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟ (VNSGU) ଦ୍ୱାରା ନୁହେଁ।
ସେଥିପାଇଁ, ଆମେ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରି ଅନୁଷ୍ଠାନର ଅତୀତର କୁଳପତିମାନଙ୍କ ତାଲିକା ଖୋଜି ବାହାର କରିଲୁ। ତାଲିକା ଅନୁଯାୟୀ ପ୍ରଫେସର କେ ଏସ୍ ଶାସ୍ତ୍ରୀ ୧୯୮୧ ରୁ ୧୯୮୭ ପର୍ଯ୍ୟନ୍ତ ଗୁଜୁରାଟ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ।
୧୯୮୩ ମସିହାରେ ନରେନ୍ଦ୍ର ମୋଦୀଙ୍କୁ ଏମ.ଏ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେତେବେଳେ ପିଏମ ମୋଦୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିଲେ ସେତେବେଳେ ପ୍ରଫେସର କେ ଏସ୍ ଶାସ୍ତ୍ରୀ ପ୍ରକୃତରେ କୁଳପତି ଥିଲେ।
୧୯୮୩ ମସିହାରେ ନରେନ୍ଦ୍ର ମୋଦୀଙ୍କୁ ଏମ.ଏ ଡିଗ୍ରୀ ପ୍ରଦାନ କରାଯାଇଥିଲା, ସେହି ସମୟରେ ପ୍ରଫେସର କେ ଏସ୍ ଶାସ୍ତ୍ରୀ ଗୁଜୁରାଟ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରୁଥିଲେ। ତେଣୁ ଏହା ନିଶ୍ଚିତ ହୋଇପାରିବ ଯେ ଶାସ୍ତ୍ରୀ କୁଳପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମୋଦୀଙ୍କ ଡିଗ୍ରୀ ପ୍ରମାଣପତ୍ରରେ ଦସ୍ତଖତ କରିଥିଲେ।
ପ୍ରଫେସର ଶାସ୍ତ୍ରୀ ବର୍ତ୍ତମାନ ଅହମ୍ମଦାବାଦର ସୋମ ଲଲିତ କଲେଜରେ ପରାମର୍ଶଦାତା କମିଟିର ସଭାପତି ଅଛନ୍ତି।

ଗୁଜୁରାଟ ବିଶ୍ୱବିଦ୍ୟାଳୟର ରେକର୍ଡ ଅନୁଯାୟୀ, ପିଏମ ମୋଦୀ ୧୯୮୩ ମସିହାରେ ପ୍ରଥମ ଶ୍ରେଣୀ ସହ ରାଜନୈତିକ ବିଜ୍ଞାନରେ ନିଜର ଏମ.ଏ ପାସ୍ କରିଥିଲେ। ସେ ୮୦୦ ଅଙ୍କରୁ ୪୯୯ ଅଙ୍କ ସହ ପାସ୍ କରିଥିଲେ।
୨୦୧୬ ମସିହାରେ, ଅମିତ ଶାହା ସର୍ବସାଧାରଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବି.ଏ ଡିଗ୍ରୀ ଏବଂ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ସେୟାର କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ଏକ ମିଥ୍ୟା ଦାବି ଯେ ଯେଉଁ କୁଳପତ୍ତି ମୋଦୀଙ୍କ ଡିଗ୍ରୀରେ ଦସ୍ତଖତ କରିଥଲେ ତାଙ୍କ ମୃତ୍ୟୁ ୧୯୮୧ ମସିହାରେ ହୋଇଥିଲା। କେ.ଏସ ଶାସ୍ତ୍ରୀ ୧୯୮୧ ରୁ ନେଇ ୧୯୮୭ ମସିହା ପର୍ଯ୍ୟନ୍ତ ଗୁଜୁରାଟ ବିଶ୍ଵବିଦ୍ୟାଳୟର କୁଳପତ୍ତି ଥିଲେ। ଏହାର ଅର୍ଥ ହେଉଛି ଯେ ଭାଇରାଲ ସାର୍ଟିଫିକେଟ୍ ରେ କେ.ଏସ ଶାସ୍ତ୍ରୀଙ୍କ ଦସ୍ତଖତ ଅଛି।

Title:କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
