
ଖବରକାଗଜରେ ପ୍ରକାଶିତ ଏକ ଖବରର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି | ଏଥିରେ ଲେଖାଯାଇଛି ଯେ ପୂର୍ବତନ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଇଭିଏମ୍ ହ୍ୟାକିଂ ଦ୍ୱାରା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ଜିତିଛି। ଦାବି ହେଉଛି ଯେ ଏହି ବିବୃତ୍ତି ଟି.ଏସ୍ କୃଷ୍ଣମୂର୍ତ୍ତି ପ୍ରଦାନ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟି.ଏସ କୃଷ୍ଣମୂର୍ତ୍ତି ବିଜେପି ଇଭିଏମ୍ ହ୍ୟାକ କରି ନିର୍ବାଚନ ଜିତିଥିବା କଥା କହି ନାହାଁନ୍ତି।
କ’ଣ କୁହା ଯାଇଛି ପୋଷ୍ଟରେ?
ଖବରକାଗଜର ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ “ଗୁଜୁରାଟ, ହିମାଚଳ ପ୍ରଧାଏଶ ଏବଂ ୟୁପି ନିର୍ବାଚନରେ ବିଜେପି ଇଭିଏମ ହ୍ୟାକ କରି ଜିଟିଛି ବୋଲି ଟି.ଏସ କୃଷ୍ଣମୂର୍ତ୍ତି କହିଛନ୍ତି।”

ସମାନ ପୋଷ୍ଟ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଖବର ୨୧ ଡିସେମ୍ବର ୨୦୧୭ ରେ ROFL Gandhi ନାମକ ଫେସବୁକ ପେଜରେ ପୋଷ୍ଟ ହେଇଥିବା ମିଳିଲା। ଏଥିରେ, ଜଣେ ଫେସବୁକ ଉପଭୋକ୍ତା ଦି ଟେଲିଗ୍ରାଫ୍ ନାମକ ବେବସାଇଟରରେ ପ୍ରକାଶିତ ଏହି ଖବରକୁ ସେୟାର କରିଥିଲେ। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ।

ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଏହି ଖବର ୨୦୧୭ ମସିହାରୁ ସୋସିଆଲ ମିଡିଆରେ ଭାଇରା ହେଉଛି। ଗୁଗୁଲରେ ସର୍ଚ୍ଚ କରିଲା ପରେ ମଧ୍ୟ ଆମକୁ ଏହି ଖବର କୌଣସି ବିଶ୍ଵସନୀୟ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା ନାହିଁ।
୧୮ ଡିସେମ୍ବର ୨୦୧୭ ରେ ଏନଡ଼ିଟିଭି ନ୍ୟୂଜ୍ ୱେବସାଇଟରେ ପ୍ରକାଶିତ ଏକ ଖବର ମିଳିଲା। ରିପୋର୍ଟ ଅନୁଯାୟୀ ଟି.ଏସ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ପ୍ରକୃତ ବିଜେତା ହେଉଛି ଇଭିଏମ୍ ମେସିନ୍ ଅଟେ। ସେ ଏହା ମଧ୍ୟ କହିଥିଲେ ଯେ ଯଦି କୌଣସି ବ୍ୟକ୍ତି କହୁଛନ୍ତି ଯେ ଇଭିଏମ ହ୍ୟାକ ହୋଇଛି ତେବେ ସେ ଏହି ଦାବିକୁ କୋର୍ଟରେ ପ୍ରମାଣିତ କରନ୍ତୁ। ଇଭିଏସ୍ ଦ୍ୱାରା ପ୍ରକାଶିତ ଫଳାଫଳ ସହିତ ସେ ସମ୍ପୂର୍ଣ୍ଣ ସହମତ ବୋଲି ସେ କହିଛନ୍ତି।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଟି.ଏସ କୃଷ୍ଣମୂର୍ତ୍ତି କହି ନାହାଁନ୍ତି ଯେ ଇଭିଏମ ହ୍ୟାକିଂ କରି ବିଜେପି ନିର୍ବାଚନ ଜିତିଛି।
ଏହା ପରେ ଆମେ ୧୧ ମାର୍ଚ୍ଚ ୨୦୨୧ ରେ ନିର୍ବାଚନ କମିଶନରଙ୍କ ଅଫିସିଆଲ୍ ୱେବସାଇଟରେ ଜାରି କରାଯାଇଥିବା ଏକ ସ୍ପଷ୍ଟୀକରଣ ପାଇଲୁ। ଏଥିରେ ସେ ଏହି ଖବରକୁ ଅସ୍ୱୀକାର କରି କହିଛନ୍ତି ଯେ ଇଣ୍ଟର୍ନେଟ୍ ରେ ପୁରୁଣା ଖବର ଭାଇରାଲ ହେଉଛି। ଇଭିଏମ୍ ହ୍ୟାକିଂ ହେତୁ ବିଜେପି ବିଧାନସଭା ନିର୍ବାଚନରେ ଜିତିଛି ବୋଲି ଟି.ଏସ୍ କୃଷ୍ଣମୂର୍ତ୍ତି କହି ନାହାଁନ୍ତି। ଏହା ମଧ୍ୟ କୁହାଯାଇଛି ଯେ ୨୦୧୮ ମସିହାରେ ପୂର୍ବତନ ନିର୍ବାଚନ କମିଶନର ନିଜେ ଏହାକୁ ଅସ୍ୱୀକାର କରିଥିଲେ ଏବଂ କହିଛନ୍ତି ଯେ ଇଭିଏମ୍ ସବୁଠୁ ବିଶ୍ୱାସଯୋଗ୍ୟ ଏବଂ ଏଥିରେ ସେମାନଙ୍କର କୌଣସି ସନ୍ଦେହ ନାହିଁ।
ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଦିଲ୍ଲୀର ସିଇଓ ରେ ଏହି ଭାଇରାଲ ଖବର ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଖବର ପ୍ରସାରଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଶ୍ଚିତ କରାଯାଇଥିଲା।

୧୦ ଅକ୍ଟୋବରରେ ପିଆଇବି ମଧ୍ୟ ଏହି ଭାଇରାଲ ଖବର ଜଡ଼ିତ ଗୋଟିଏ ତ୍ଵେତ କରି କହିଛି ଯେ ଭାଇରାଲ ଦାବି ମିଥ୍ୟା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି ଏଭଳି ବିବୃତ୍ତି ଦେଇନାହାଁନ୍ତି।

Title:କ’ଣ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ଇଭିଏମ୍ ହ୍ୟାକିଂ କରି ଜିତିଛି?
Fact Check By: Siddharth SahuResult: False
