
ବିଗତ କିଛି ସପ୍ତାହ ଆଗରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ଦେଖା ଯାଉଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ହସ୍ପିଟାଲରେ ଗୋଟିଏ ମହିଳା ଅସୁସ୍ଥ ଅବସ୍ତାରେ ଅଛନ୍ତି ଏବଂ ଗୋଟିଏ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ପ୍ରେମ କରୁଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ଦମ୍ପତି ଇଟାଲୀ ର ଡାକ୍ତର ଓ ୧୩୪ କୋରୋନା ରୋଗୀଙ୍କ ଚିକିତ୍ସା କରିଲା ପରେ ଦୁଇ ଜଣଙ୍କ ମୃତ୍ୟୁ ହେଇ ଯାଇଅଛି।
Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓର ସ୍କ୍ରିନଶଟ ନେଇ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପାରେ ଆମକୁ ଏହି ଭିଡିଓ ଜଡ଼ିତ କିଛି ତଥ୍ୟ ମିଳିଲା। ମେକ ଏ ଜୀଫ ନାମକ ସାଇଟରେ ଆମକୁ ଏହି ଭିଡିଓ ମିଳିଲା। ଏହି ଭିଡିଓ ୬ ବର୍ଷ ପୂର୍ବରୁ ଇଣ୍ଟର୍ନେଟରେ ପୋସ୍ତ କରା ଯାଇଥିଲା। ଏହି ଭିଡିଓ ତଳେ “ମାଇଟେ ପେରୋନି ଏନ ତ୍ରିଉନ୍ଫୋ ଡେଲ ଏମୋର” ଲେଖା ଯାଇଥିବା ମିଳିଲା। ୬ ବର୍ଷ ପୂର୍ବରୁ ପୋଷ୍ଟ ହେଇଥିବା କଥାରୁ ଏହା ସ୍ପଷ୍ଟ ହେଇ ଗଲା କି ଏହି ଭିଡିଓ କୋରୋନା ସମୟର ନୁହେଁ ଏବଂ ଏହାର କୋରୋନା ସହିତ କୌଣସି ସମ୍ବନ୍ଧ ନାହିଁ।
ଆମେ ଏହି ଭିଡିଓଟି କୁ ୟୁଟ୍ୟୁବରେ ଖୋଜି ବାହାର କରିଲୁ। ଏହି ଭିଡିଓରେ ଆମକୁ ଗୋଟିଏ ରୁମ ଭିତର ଦୃଶ୍ୟ ଅନ୍ୟ ଅନ୍ୟ କେମେର ଏଙ୍ଗଳ ରୁ ସୁଟ ହେଇ ଥିବା ଦେଖିବା କୁ ମିଳିଲା। ଏହା ଗୋଟିଏ ଲୋକ ଦ୍ଵାରା ସୁଟ କରା ଯାଇ ଥିବା ଭିଡିଓ ନୁହେଁ। ତେଣୁ ଆମେ ଜାଣିଲୁ ଯେ ଏହା ସତ ଘଟନା ଭିଡିଓ ନୁହେଁ, ଏହା କେଉଁ ଫିଲ୍ମ ବା ସିରିୟେଲ ର ଭିଡିଓ ଅଟେ। ଏହା ପରେ ଆମେ ଖୋଜିଲୁ ଯେ ଏହି ଭିଡିଓ କେଉଁ ଫିଲ୍ମ ବା ସିରିୟେଲ ର ଅଟେ। ୧୧ ଫେବ୍ରୁଆରି ୨୦୧୮ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରା ଯାଇଅଛି। ଭିଡିଓ ତଳେ ସିରିୟେଲ ର ନାମ ମଧ୍ୟ ଲେଖା ଯାଇଅଛି।
ଆମେ ଏହି ସିରିୟେଲ ବିଷୟରେ ଇଣ୍ଟର୍ନେଟରୁ ଖୋଜି ବାହାର କରିଲୁ। ଦି ଟିଭି ଡିବି ସ୍ଶୟତରେ ଏହି ସିରିୟେଲ ବିଷୟରେ ପ୍ରକାଶିତ କରା ଯାଇଅଛି। ଏହି ସାଇଟରେ ଲେଖା ଯାଇଅଛି ଯେ ଏହି ସିରିୟେଲ ୨୦୧୦ ମସିହାରେ ପ୍ରସାରିତ ହେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓରେ ଦମ୍ପତି କୌଣସି ଡାକ୍ତର ନୁହନ୍ତି। ଏହି ଭିଡିଓ ଗୋଟିଏ ମେକ୍ସିକାନ ସିରିୟେଲ “ତ୍ରିଉନ୍ଫୋ ଡେଲ ଏମୋର” ନାମକ ସିରିୟେଲ ର କ୍ଲିପ ଅଟେ। ଏହି ସିରିୟେଲ ୨୦୧୦ ମସିହାରେ ଟିଭି ରେ ପ୍ରସାରିତ ହେଇଥିଲା। ଏହାର କୋରୋନା ସହିତ କୌଣସି ସମ୍ବନ୍ଧ ନାହିଁ।
Title:କ’ଣ ଭିଡିଓରେ ଥିବା ଦମ୍ପତି ଇଟାଲୀ ର ଡାକ୍ତର? କ’ଣ କୋରୋନା ରୋଗୀଙ୍କର ଚିକିତ୍ସା କରିଥିବା ରୁ ତାଙ୍କ ମୃତ୍ୟୁ ଘଟି ଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

