
କୋରୋନା ଭାଇରସର ଆକ୍ରାନ୍ତ ବର୍ତମାନ ବଢି ବଢି ଚାଲିଅଛି। ଅନେକ ସ୍ଥାନରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରତିଦିନ ଆସୁଛି। ଚୀନରୁ ବ୍ୟାପୀ ଥିବା ଏହି ରୋଗ ବର୍ତମାଣ ସମୟରେ ଅନେକ ଦେଶରେ ବ୍ୟାପୀ ସାରିଛି। ଏହି ରୋଗର କିଛି ଚିକିତ୍ସା ବାହାରି ନାହିଁ। ଶେଠୀ ପାଇଁ କେବଳ ବଞ୍ଚିବା ପ୍ରକ୍ରିୟା ବ୍ୟବହାର କରି ଏହି ରୋଗରୁ ଦୂରେଇ ରହି ହେବ।
ଏହି ସସବୁ ମଧ୍ୟରେ ଏହା ସମ୍ବନ୍ଧରେ ଗୋଟିଏ ଖବର ବର୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ଯେ ଜାପାନରେ କାର୍ଯ୍ୟ କରୁଥିବା ଗୋଟିଏ ଓଡ଼ିଆ ଯୁବକଙ୍କ କୋରୋନା ରୋଗ ପାଇଁ ମୃତ୍ୟୁ ହୋଇଛି। ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତ ଶରୀର ଛୁଇଁବା ପାଇଁ ଦିଆ ଯାଇ ନାହିଁ। ଏହି ଯୁବକଙ୍କ ନାମ ସେକ ମାନତାଜ ଥିଲା। ସେକ ଜାପାନର ଗୋଟିଏ ହୋଟେଲରେ କାମ କରୁଥିଲେ କିନ୍ତୁ କୋରୋନା ଆକ୍ରାନ୍ତ ହୋଇଥିବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଯୁବକଙ୍କ ଘର ଜଳେଶ୍ଵର ଜିଲାରେ ଅଟେ। ସେକଙ୍କ ମରୁତ ଶରୀରକୁ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ର ମନ୍ତି ପ୍ରତାପ ଷଡଙ୍ଗୀ ସାହାଜ୍ୟାତା କରିଥିଲେ।
ଏହି ପୋଷ୍ଟଟି କୁ 22 ଫେବ୍ରୁଆରି ଦିନ ଫେସବୁକର ଓଡ଼ିଆ ନ୍ୟୁଜ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “ପ୍ରତାପ ଷଡଙ୍ଗୀ ବ୍ରଟ ୨ ଡେଡ ଓଡ଼ିଆ ପିପୁଲ ଫ୍ରମ ଜାପାନ ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ବିଷୟ ନେଇ କିଛି ସତ୍ୟ ଜଣା ପଡିଲା।
୧ ଫେବ୍ରୁଆରିରେ ଓଡ଼ିଶା ଟି.ଭି. ଏବଂ ୭ ଫେବ୍ରୁଆରି ରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଚାପିଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପ୍ରତାପ ଷଡଙ୍ଗୀ ବିଦେଶ ବାଇଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହିତ ସାକ୍ଷାତ କରି ତାଙ୍କୁ ଅନୁରୋଧ କରିଥିଲେ ଯେ ସେ ଜାପାନର ଗୋଟିଏ ହୋଟେଲରେ ଗେସ ଲିକରେ ମୃତ ହୋଇଥିବା ଦୁଇଟି ଓଡ଼ିଆ ଯୁବକଙ୍କ ଶବକୁ ଭାରତ ଆଣିବା ପାଇଁ ସାହାଜ୍ଯତା କରନ୍ତୁ। ବାଲେଶ୍ଵର ଜିଲ୍ଲାର ସେକ ମନ୍ତାଜ ଏବଂ ଯାଜପୁର ଜିଲ୍ଲାର ସେଖ ବେହରୁଦ୍ଦିନ ଜାପାନର ଗୋଟିଏ ହୋଟେଲରେ କାମ କରୁଥିଲେ। ସେହି ହୋଟେଲରେ ଗେସ ଲିକ ହେବା କାରାଣରୁ ସେହି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମନ୍ତାଜଙ୍କ ମାଁଙ୍କ ଆର୍ଥିକ ସ୍ଥିତି ଠିକ ନଥିବାରୁ ପ୍ରତାପ ଷଡଙ୍ଗୀ ମନ୍ତାଜଙ୍କ ମାଁ କୁ ଏହା ଆଶ୍ଵାସନ ଦେଇଥିଲେ ଯେ ତାଙ୍କ ପୁଅର ଶରୀର ଶୀଘ୍ର ତାଙ୍କ ପାଖରେ ପହଞ୍ଚାଇବେ।
ଏହି ବିଷୟରେ ଆହୁରି ପ୍ରମାଣ ଖୋଜିବା ପାଇଁ ଆମେ ଶ୍ରୀ. ପ୍ରତାପ ଷଡଙ୍ଗୀଙ୍କ ଅଫିସିଆଲ ଫେସବୁକ ପେଜରେ ଯାଇ ଖୋଜିଲୁ। ୬ ଫେବ୍ରୁଆରିରେ ପ୍ରତାପ ଷଡଙ୍ଗୀ ନିଜ ଫେସବୁକପେଜରେ ଏହା ଲେଖିଛନ୍ତି ଯେ ଜାପାନରେ ରୋଷେଇୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ନେଇ ସେ ଅତ୍ୟନ୍ତ ଦୁଖୀ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସରକାରଙ୍କ ସାହାଜ୍ଯତାରେ ସେ ସେହି ଦୁଇ ଯୁବକଙ୍କ ଶରୀରକୁ ଭାରାତ ଆଣିବାକୁ ଅନୁରୋଧ କରିଛନ୍ତି।
ଏହା ପରେ ଆମେ ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ୱେବସାଇଟ ଯାଇ ଏହା ଖୋଜିଲୁ ଯେ ବର୍ତମାନ ସମୟଟକ ଭାରତରେ କେତେ ଲୋକ କୋରୋନା ଭାଇରସ ଯୋଗୁ ମୃତ ହୋଇଛନ୍ତି। ୨୩ ଫେବ୍ରୁଆରିରେ WHO ଦ୍ଵାରା ଛଡା ଯାଇଥିବା ରିପୋର୍ଟ ଅନୁସାରେ ବର୍ତମାନ ସୁଧା ଭାରତରେ କୌଣସି ମଧ୍ୟ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ନାହିଁ।
World Health Organization | Archive
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଯଲେଶ୍ଵରଜିଲ୍ଲାର ଜଣେ ଯୁବକଙ୍କ କୋରୋନା ଆକ୍ରାନ୍ତ ହୋଇଥିବାରୁ ମୃତ୍ୟୁ ହୋଇତ୍ଢ଼ିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଯୁବକଙ୍କ ମୃତ୍ୟୁ ଜାପାନର ଗୋଟିଏ ହୋଟେଲରେ ଗେସ ଲିକ ହେବା ଯୋଗୁ ଘଟିଥିଲା। ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ରିପୋର୍ଟ ଅନୁସାରେ ବର୍ତମାନ ସୁଧା ଭାରତରେ ଗୋଟିଏ ମଧ୍ୟ ଲୋକଙ୍କ କୋରୋନା ଭାଇରସ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇ ନାହିଁ।

Title:କ’ଣ କୋରୋନା ଆକ୍ରାନ୍ତ ହୋଇଥିବା ଜଳେଶ୍ଵର ସହର ର ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False