ଫୋଟୋରେଥିବା ଝିଅ ଗଲବାନ ଘାଟୀରେ ଚୀନ୍ ସହ ଲଢ଼ି ସହିଦ ହୋଇଥିବା ସନ୍ତୋଷ ବାବୁଙ୍କ ଝିଅ ନୁହେଁ ।

False Social

ଚାଇନା ଏବଂ ଭାରତ ବର୍ଡରରେ  ଚୀନ୍ ସେନା ସହିତ ବିବାଦରେ 20 ଜଣ ଭାରତୀୟ ସୈନିକଙ୍କ ସହିଦ ହୋଇଛନ୍ତି। ଏହାକୁ ନେଇ ଦେଶ ସାରା ଦୁଃଖର ଲହରି ଖେଳି ଯାଇଛି। ସହିଦମାନଙ୍କର ଫୋଟୋ ଏବଂ ତାଙ୍କ ପରିବାର ବର୍ଗର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।   ଏହି ସମୟରେ ସୋସିଆଲ ମିଡିଆରେ ଏକ ଫୋଟୋ ସେୟାର କରାଯାଉଛି ଯେଉଁଥିରେ ଏକ ଛୋଟ ଝିଅ ଶହୀଦ ସନ୍ତୋଷ ବାବୁଙ୍କ ଫୋଟୋ ଆଗରେ ହାତ ଯୋଡି ଛିଡ଼ା ହୋଇଛି। ସୋସିଆଲ ମିଡ଼ିଆରେ ଦାବି କରାଯାଇଛି ଯେ, କୁନି ଝିଅଟି ଶହୀଦ ସନ୍ତୋଷ ବାବୁଙ୍କ ଝିଅ ଅଟେ।  18 ଜୁନରେ Udaya Dashନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରି ଦାବି କରିଛନ୍ତି ଯେ, ଫୋଟୋରେ ହାତ ଯୋଡି ଠିଆ ହୋଇଥିବା ଝିଅ ସହିଦ କର୍ନଲ ସନ୍ତୋଷ ବାବୁଙ୍କ ଝିଅ ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive

ତେବେ କଣ ଭାଇରାଲ ଫୋଟୋରେ ହାତ ଯୋଡ଼ି ଠିଆ ହୋଇଥିବା ଝିଅ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ଝିଅ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। କିନ୍ତୁ ସର୍ଚ୍ଚରୁ ଆମକୁ କୌଣସ ଲିଙ୍କ ମିଳିଲା ନାହିଁ। ପରେ ଆମେ ଗୁଗୁଲରେ ଫୋଟୋ ସମ୍ପର୍କରେ  ଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ABVP Karnataka  ପେଜରେ ଆମକୁ ଭାଇରାଲ ଫୋଟୋ ମିଳିଲା। ଜାହାକି 16 ଜୁନରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଭାଇରାଲ ଫୋଟୋ ସହ ଅନ୍ୟ ଫୋଟୋ ମଧ୍ୟ ଅପଲୋଡ କରାଯାଇଛି।  ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଉପରୋକ୍ତ ଟ୍ୱିଟକୁ ABVP Karnataka 17 ଜୁନରେ ପୁଣିଥରେ ଟ୍ୱିଟକରି ଭାଇରାଲ ହେଉଥିବା ଦାବିକୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ, ଭାଇରାଲ ଫୋଟୋରେ ଥିବା ଝିଅ କର୍ଣଲ ସନ୍ତୋଶ ବାବୁଙ୍କ ଝିଅ ନୁହେଁ। ଫୋଟୋରେ ଥଇବା ଝିଅର ନାମ କୁମାରି ମନଶ୍ରି ଅଟେ। କର୍ଣ୍ଣାଟକର ନେଲମଙ୍ଗଲା ତାଲୁକ ଠାରେ  ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥଇଲା। ଯେଉଁଠାରେ ଏହି ଝିଅ ଉପସ୍ଥିତ ଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ABVP ତାଙ୍କ ମୁଖ୍ୟ  ଅଧିକାରିକ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହା ଟ୍ୱିଟ କରିଛନ୍ତି। ପୋଷ୍ଟରେ ଲିଖାଯାଇଛି ଯେ, କର୍ଣ୍ଣାଟରର ନେଲାମଙ୍ଗଲା ତାଲୁକର ଜଣେ ABVP କର୍ମି ତାଙ୍କ ଛୋଟ ଭଉଣି ସହ ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଫୋଟୋକୁ ଭାଇରାଲ ହେଉଥଇବା ଦେଖି ABVP ପେଜରେ ଅନ୍ୟ ଏକ ଟ୍ୱିଟରେ ଲିଖିଛନ୍ତି ଯେ, ଆମେ ପାଇଲୁ ସୋସିଆଲ ମିଡ଼ିଆରେ ABVP କର୍ମିର ଛୋଟ ଭଉଣିକୁ ଶହିଦ ସନ୍ତୋଷ ବବୁଙ୍କ ଝିଅ କହି ଭାଇରାଲ କରାଯାଉଛି। ଆମେ ସମସ୍ତଙ୍କ ଭାବନାକୁ ସମ୍ମାନ କରୁଛୁ। କିନ୍ତୁ ଆମେ ସ୍ପଷ୍ଟ କରୁଛୁ ଯେ, ଭାଇରାଲ ହେଉଥିବା ଫୋଟୋରେଥିବା ଝିଅ କର୍ଣ୍ଣାଟକର ଜଣେ  ABVP କାର୍ମିଙ୍କ ଛୋଟ ଭଉଣି ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଶେଷକଥା-ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ଯେଉଁଝିଅର ଫୋଟୋକୁ ଶହୀଦ ସନ୍ତୋଷ ବାବୁଙ୍କ ଝିଅ ଦାବିରେ ଭାଇରାଲ କରାଯାଉଛି ତାହା ମିଥ୍ୟା ଅଟେ। ପ୍ରକୃତରେ ଭାଇରାଲ ଫୋଟୋରେଥିବା ଝିଅ କର୍ଣ୍ଣାଟକର ଜଣେ  ABVP କାର୍ମିଙ୍କ ଛୋଟ ଭଉଣି ଅଟନ୍ତି।

Avatar

Title:ଫୋଟୋରେଥିବା ଝିଅ ଗଲବାନ ଘାଟୀରେ ଚୀନ୍ ସହ ଲଢ଼ି ସହିଦ ହୋଇଥିବା ସନ୍ତୋଷ ବାବୁଙ୍କ ଝିଅ ନୁହେଁ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *