
ହିମାଚଳ ପ୍ରଦେଶର ମଣ୍ଡୀ ନିର୍ବାଚନ ମଣ୍ଡଳୀରୁ ଜିତିବା ପରେ କଙ୍ଗନା ରଣାଓତ ଚର୍ଚ୍ଚାରେ ରହିଛନ୍ତି। ଚଣ୍ଡିଗଡ଼ ବିମାନ ବନ୍ଦରରେ
ଜଣେ CISF ଜବାନ୍ ତାଙ୍କୁ ଚାପୂଡ଼ା ମାରିଥିବା ଖବର ସାମନାକୁ ଆସିବା ପରେ ଏହୀ ଘଟଣା ସମ୍ବନ୍ଧିତ ଏକ ଫୋଟୋ ବର୍ତ୍ତମାନ
ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଫୋଟୋରେ ଜଣେ ମହିଳାଙ୍କ ଗାଲରେ ଚାପୁଡ଼ା ଚିହ୍ନ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ କଙ୍ଗନା ରଣାଓତଙ୍କର ଅଟେ।
ଜଣେ ଉପଭୋକ୍ତା ଲେଖିଛନ୍ତି, “କଙ୍ଗନା ର ଗାଲ” ଉପରେ #ହାତ ର ଚିହ୍ନ..!!“
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହାକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୦୬ ମସିହାର ଏକ ପୁରୁଣା ଫୋଟୋ ଯାହାର କଙ୍ଗନାଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।
ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ଗୋଟିଏ ବିଜ୍ଞାପନ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋ ୨୦୦୬ ରେ ପ୍ରକାଶିତ ହୋଇଥିଲା। ଏହି ଫୋଟୋ ଏକ ଫାର୍ମାସ୍ୟୁଟିକାଲ୍ ଶିଳ୍ପ ସହିତ ଜଡିତ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋର ବର୍ତ୍ତମାନ ସହ କୌଣସି ସଂମ୍ପର୍କ ନାହିଁ।
ସମାନ ଫୋଟୋ ଆମକୁ ୩୧ ମେ ୨୦୦୬ ରେ ଅନ୍ୟ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ବେଗନ୍ କମ୍ପାନୀର ବିଜ୍ଞାପନ ସହିତ ଜଡ଼ିତ।
ଉପରୋକ୍ତ ଫୋଟୋରେ ଆମେ ଦେଖି ପାରିବା ଯେ ନୁଳ ଫୋଟୋରେ ଥିବା ମହିଳା କଙ୍ଗନା ରଣାଓତ ନୁହଁନ୍ତି ଏବଂ ଏହି ଫୋଟୋ ୧୮ ବର୍ଷ ପୂର୍ବର ଅଟେ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ କଙ୍ଗନା ରଣାଓତଙ୍କର ଏକ ଟୁଇଟ ମିଳିଲା। ୬ ଜୁନର ଏହି ଟୁଇଟରେ ସେ କହିଛନ୍ତି, “ଚଣ୍ଡିଗଡ଼ ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ବାହାରକୁ ଆସିବା ମାତ୍ରେ ଏକ କ୍ୟାବିନରେ କାର୍ଯ୍ୟ କରୁଥିବା ଜଣେ ମହିଳା CISF ଯବାନ୍ ମୋତେ ଅସଦାଚରଣ କରିଥିଲେ। ସେ ମୋର ମୁହଁରେ ଆଘାତ କରିଥିଲେ। ଯେତେବେଳେ ମୁଁ ପଚାରିଲି ତୁମେ ମୋତେ କାହିଁକି ମାରିଲା, ସେ କହିଥିଲେ ମୁଁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ କଙ୍ଗନା ରଣାଓତଙ୍କର ଗାଲରେ ଖାଇଥିବା ଚାପୁଡ଼ା ନୁହେଁ। ଭାଇରାଲ ଫୋଟୋ ୨୦୦୬ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି।

Title:କ’ଣ ଗାଲରେ ଚାପୁଡ଼ା ମାଡ଼ ଖାଇବା ପରେ ଏହା କଙ୍ଗନାଙ୍କର ଫୋଟୋ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
