
ସୋସିଆଲ ମିଡିଆରେ ରୋହିଙ୍ଗା ଏବଂ ମୁସ୍ଲିମମାନଙ୍କୁ ନେଇ ଅନେକ ଖବର ଭାଇରାଲ ହୁଏ। ଏଥିମଧ୍ୟରେ ଅନ୍ୟ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସହ ସହ ଲୋକମାନେ ଆସୁଥିବାର ଦେଖା।ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୋହିଙ୍ଗାମାନେ ମୁସ୍ଲିମ ଦେଶକୁ ଛାଡ଼ି ଭାରତକୁ ଆସୁଛନ୍ତି। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।
8 ଜୁଲାଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି, ଥରେ ମାତ୍ର ଚିନ୍ତା କରନ୍ତୁ ଏହି ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ କୁ ନଯାଇ କାହିକିଁ ଭାରତ କୁ ଆସୁଛନ୍ତି, ଯେ ହେତୁ ବିଶ୍ୱରେ 56 ଟି ଇସଲାମିକ୍ ଦେଶ ରହିଛି ଇସଲାମିକ୍ ଦେଶ ବଦଳ ରେ ଏମାନେ ଅଣ ଇସଲାମିକ୍ ଦେଶ କୁ କାହିଁକି ମାଡି ଆସୁଛନ୍ତି, ଏହା ପଛ ରେ ଏକ ସୁ ଚିନ୍ତିତ ଷଡଯନ୍ତ୍ର ଚାଲିଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 109ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ରୋହିଙ୍ଗା ମୁସ୍ଲିମମାନେ ମୁସ୍ଲିମ ଦେଶ ନଯାଇ ଭାଇରତ ଆଡ଼େ ଆସୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ସମସ୍ତ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ୍ ମିଳିଲା।
ପ୍ରଥମ ଫଟୋ-
ପ୍ରଥମ ଫଟୋ ଆମକୁ gettyimages ପେଜରେ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ 2015ର ଅଟେ। ଖବର ଅନୁସାରେ 23 ଅକ୍ଟୋବର 2015 ରେ ସ୍ଲୋଭେନିଆର ରିଗୋନ୍ସ ଗ୍ରାମରୁ ବ୍ରେଜାଇସ୍ ଶରଣାର୍ଥୀ ଶିବିରକୁ ଯାଉଥିବାବେଳେ ପୋଲିସ୍ ଦ୍ୱାରା ପ୍ରବାସୀମାନଙ୍କୁ ପଠାଯାଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ବୃହତ୍ତମ ସ୍ଥାନାନ୍ତରଣକୁ ମୁକାବିଲା କରିବାକୁ କର୍ତ୍ତୃପକ୍ଷ ସେମାନଙ୍କର ଉଦ୍ୟମକୁ ଜୋରଦାର କରୁଥିବାରୁ ହଜାର ହଜାର ପ୍ରବାସୀ କ୍ରୋଏସିଆର ସୀମା ଦେଇ ସ୍ଲୋଭେନିଆକୁ ଯାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋରେଥିବା ଲୋକଙ୍କ ଭିଡ଼ ଭାରତକୁ ଆସିଥିବା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- gettyimages । Archive
ଦ୍ୱିତିୟ ଫଟୋ-
ଦ୍ୱିତିୟ ଫଟୋ ଆମକୁ afpforum ପେଜରେ ପାଇଲୁ। ଯହାକି 2015ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ 8 ଅକ୍ଟୋବର 2015 ରେ ଏହି ଘଟଣା ଘଟିଥିଲା ଯେତେବେଳେ ପ୍ରବାସୀ ତଥା ଶରଣାର୍ଥୀମାନେ ଗ୍ରୀକ୍ ସୀମା ପାର ହୋଇ ଗେଭେଲିଜା ନିକଟ ମାକେଡୋନିଆରେ ପ୍ରବେଶ କରିବା ପରେ ଏକ ଶିବିରରେ ପ୍ରବେଶ କରିବାକୁ ଅପେକ୍ଷା କରିଥିଲେ। ଲୋକମାନେ ପ୍ରତିଦିନ ଆଶ୍ରୟ ନେଉଥିଲେ ଏବଂ ଦେଶକୁ ପ୍ରବେଶ କରୁଥିଲେ। ସେଥିମଧ୍ୟରୁ ଅଧିକାଂଶ ଲୋକ ସିରିଆ, ଆଫଗାନିସ୍ତାନ, ଇରାକ ଏବଂ ସୋମାଲିଆର ଅଟନନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- afpforum । Archive
ଫଟୋ-3
ତୃତିୟ ଫଟୋ ଆମକୁ pictures. reuters ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଅକ୍ଟୋବର 2015 ରେ ଏହି ଫଟୋ ନିଆ ଯାଇଥିଲା ହଙ୍ଗେରୀର ଜାକାନିରେ ସୀମା ପାର ହେବା ପରେ ପ୍ରବାସୀମାନେ ଯାଉଥିବା ସମୟର ଅଟେ। ଏହାର କ୍ୟାପସନରେ ଲେଖାଅଛି: 16 ଅକ୍ଟୋବର 2015 ରେ ହଙ୍ଗେରୀର ଜାକାନି ଠାରେ ସୀମା ପାର ହେବା ପରେ ପ୍ରବାସୀମାନେ ରାସ୍ତାରେ ଯାଉଥିବାର ଦୃଶ୍ୟ। ଅଥିରୁ ସ୍ୁଷ୍ଟ ହେଉଛି ଯେ, ଭାଇରାଲ ଫଟୋର ଭାରତ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- pictures. reuters । Archive
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବା ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଫଟୋ ମିଥ୍ୟା ଅଟେ। ଭାଇରାଲ ଫଟୋର ଭାରତ ସହ କୌଣସି ସମ୍ପର୍କ ନାହିଁ।

Title:ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବାର ଏହି ଦୃଶ୍ୟ କି ?
Fact Check By: Saritadevi SamalResult: False
