
କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ ସମ୍ପତିର ଲାଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
9 ମାର୍ଚ୍ଚରେ Amitabh Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ସେ ଦାବି କରିଛନ୍ତି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଲାଷ୍ଟ ଫଟୋ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ପ୍ରଥମ ଫଟୋ ଆମକୁ pinterest ପେଜରେ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ,ଭାଇରାଲ ଫଟୋଥିବା ସୁନା ଲଣ୍ଡନରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ସଂଗ୍ରହାଳୟରେ ଅଛି। ଭାଇରାଲ ଫଟୋର ଭିଡିଓ ଆମକୁ BBC NEWS ୟୁଟ୍ୟବ ଚ୍ୟାନେଲରେ ମିଳିଲା। ତଳେ ଲିଙ୍କ ଦେଖନ୍ତୁ।
ଫଟୋ-2
ଦ୍ୱିତିୟ ଫଟୋ ଆମକୁ Smarttechsolutions ପେଜରେ ମିଳିଲା। ଯେଉଁଥିରେ ଭାଇରାଲ ଫଟୋରେଥିବା ଖଟ ବିକ୍ରି ହେବା ପାଇଁ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ଅରବପତି ନାସୀର ଅଲ-ଖରାଫୀଙ୍କ ସମ୍ପତି ସହ କୌଣିସ ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। amazon ପେଜରେ ମଧ୍ୟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Smarttechsolutions । Archive
ଫଟୋ-3
businessinsider ପେଜରେ ତୃତିୟ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫଟୋରେଥିବା ପାଇସା ନାସୀର ଅଲ-ଖରାଫୀଙ୍କ ସମ୍ପତି ନୁହେଁ। 13 ଅଗଷ୍ଟ 2016ରେ ସେନଡିଗୋ ଠାରେ 3 ମିଲିୟନ ପଇସା ଏକ କାରରୁ ସିଜ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- businessinsider । Archive
ଫଟୋ-4
ଚତୁର୍ଥ ଫଟୋ ଆମକୁ doit yourself sample, flick ପେଜରେ ପ୍ରକାଶିତ ହୋଇଥିବାର ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ ଡଆଇୱାଇ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଏମଏସସି ଫାଣ୍ଟାସିଆରେ ସୌରୋଭସ୍କି କ୍ରିଷ୍ଟାଲ୍ ସିଡ଼ି। ଆମ ଅନୁସନ୍ଧାନରେ କେଉଁଠିରେ ମଧ୍ୟ ଭାଇରାଲ ଫଟୋରେଥିବା ସିଡ଼ି ନାସୀର ଅଲ-ଖରାଫୀଙ୍କ ସମ୍ପତିର ଅଂଶ ବୋଲି ଲେଖାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଫଟୋ-5
ପଞ୍ଚମ ଫଟୋକୁ ଗୁଗୁଲ ରିଭର୍ସ ଇମେଜରେ ପାକାଇ ଆମେ ସର୍ଚ୍ଚ କରିଲୁ। national geographic ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯେଉଁଥିରେ ଲଖାଯାଇଛି ଯେ, (Stacks of gold bars fill a bank vault, Pretoria, South Africa.) ‘ସୁନା ବାରର ଷ୍ଟାକ୍ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ଏକ ବ୍ୟାଙ୍କ ଭାଲ୍ଟ ଭରିଥାଏ।’ ଭାଇରାଲ ଫଟୋର ନାସୀର ଅଲ-ଖରାଫୀଙ୍କ ସମ୍ପତିର ସହ କୌଣସି ସମ୍ପର୍କ ନାହିଁ।
ଏଠାରେ ଲିଙ୍କ ଦେଖନ୍ତୁ-national geographic । Archive
ଫଟୋ-6,7,8,9
jetphotos ପେଜରେ ଗୋଲଡେନ ଏରୋପ୍ଲେନର ଫଟୋ ପାଇଲୁ। ପେଜରେ ଏରୋପ୍ଲେନ ପ୍ରକୃତରେ ଏକ ଡାସଲ୍ଟ ଫାଲକନ୍ 900 ବି(actually a Dassault Falcon 900B) ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। ପରେ ଆମେ 7ମ ଫଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲର ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋ .wikipedia ପେଜରେ ପାଇଲୁ। ଖବର ଅନୁସାରେ ଫଟୋରେଥିବା ଜେଟ ମୋସକୋ, ରୁସିଆର ଅଟେ। 19 ସେପ୍ଟେମ୍ବର 2008ରେ ଏହା ନିର୍ମିତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- wikipedia । Archive
ସପ୍ତମ ଫଟୋ ଆମକୁ Stockhead ପେଜରେ ଦେଖିବାକୁ ମିଳିଲା। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋରେଥିବା କାର ନାସୀର ଅଲ-ଖରାଫୀଙ୍କ ସମ୍ପତି ସହ କୌଣସି ସମ୍ପର୍କ ନାହିଁ। ଫଟେରେଥିବା କାରର ବିଜ୍ଞାପନ କରାଯାଇଛି। କାର ସମ୍ପର୍କରେ ସମସ୍ତ ଫିଚର ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Stockhead । Archive
Bmwblog ପେଜରେ 9ମ ଫଟୋ ପାଇଲୁ। ଖବର ଅନୁସାରେ ଫଟୋରେଥିବା କାର ବିଏମଡବ୍ଲୁ ଅଟେ। ଯାହାକି 17 ଅଗଷ୍ଟ 2017ରେ ମାର୍କେଟକୁ ଅଣାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି ପରି ଭାଇରାଲ ହେଉଥିବା ଅନେକ ଫଟୋର ନାସୀର ଅଲ-ଖରାଫୀଙ୍କ ସମ୍ପତି ସହ କୌଣସି ସମ୍ପର୍କ ନାହିଁ। ଅନ୍ୟ ଫଟୋ ମାନଙ୍କର ଲିଙ୍କ ଆପଣ ଏଠାରେ ଦେଖି ପାରିବେ।
ଏଠାରେ ଲିଙ୍କ ଦେଖନ୍ତୁ- Bmwblog । Archive
ତେବେ ନାସୀର ଅଲ-ଖରାଫୀଙ୍କ କେବେ ମୃତ୍ୟୁ ହୋଇଥିଲା ଜାଣିବା ପାଇଁ ଆମେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ reuters ପେଜର ଲିଙ୍କ ମିଳିଲା। ଖବର ଅନୁସାରେ ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ଏପ୍ରିଲ 2011ରେ ହୋଇଥିଲା। issuu ପେଜରେ ମଧ୍ୟ ପ୍ରକାଶିତ ହୋଇଛି। forbes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2011ରେ ତାଙ୍କ ପରିବାର ପାଖପେ $ 10.4 ବିଲିୟନ ସମ୍ପତି ଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- reuters । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଅଲଗା ଅଲଗା ଏବଂ ଭିନ୍ନ ଫଟୋକୁ ଏକାଠି କରି କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ ସମ୍ପତିର ଲାଷ୍ଟ ଫଟୋ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।

Title:କ’ଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଫଟୋ?
Fact Check By: Saritadevi SamalResult: False