ଭାଇରାଲ ଫଟୋ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ରିସେପ୍ସନର ?

False Social

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରିସେପ୍ସନ ନାମରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମୋଦି ସହ ଜଣେ ମହିଳା ଠିା ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୋଦିଙ୍କ ରିସେପ୍ସନ ଫଟୋ ମିଳିଲା। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

3 ଜାନୁଆରିରେ Rahul Rock ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ମୋଦିଙ୍କ ରିସେପ୍ସନ ଫଟୋ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବହୁତ ଖୋଜା ଖୋଜି କଲା ପରେ ମୋଦିର ରିସେପ୍ସନ ଫଟୋ ଟି ପାଇଲୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟରେ 57 କମେଣ୍ଟ ଏୂଂ 705 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

ତେବେ କଣ ଭାଇରାଲ ଫଟୋ ମୋଦିଙ୍କ ରିସେପ୍ସନ ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଟ୍ୱିଟର Ashish Chauhan  ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ଏବିଭିପିର ଜାତୀୟ ସଂଗଠକ ସଚିବ ଆଶିଷ ଚୌହାନ 2014ରେ ପୋଷ୍ଟ କରି ଲେଖିଥିଲେ ଯେ ଫଟୋରେ ଥିବା ମହିଳା ହେଉଛନ୍ତି ଗୁଜୁରାଟର ପୂର୍ବତନ ଶିକ୍ଷା ମନ୍ତ୍ରୀ ହେମନ୍ତ ଚାପୱାଲା ଏବଂ ତାଙ୍କ ପତ୍ନୀ ତପନଙ୍କ ଝିଅ ଭାଣ୍ଡାନ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏକ ଫେସବୁକ୍ ସର୍ଚ୍ଚରେ ଆମକୁ ହେମନ୍ତ ଚାପୱାଲାଙ୍କ ପୁଅ Keyur Hemant Chapatwalaa ଏକ ପୁରୁଣା ପୋଷ୍ଟ  ପାଇଲୁ।ଯେଉଁଥିରେ ଭାଇରାଲ ଫଟୋରେ ଲେଖାଯାଇଛି ଯେ, “ମୋ ଭଉଣୀ ଆଲପାଙ୍କ ବିବାହରେ 1994 ରେ ମୋଦି ଯୋଗ ଦେଇଥିବାର ଫଟୋ। ପୋଷ୍ଟରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫଟୋ ମାଦିଙ୍କ ବିବାହ ଫଟୋ ହୋଲି ମିଥ୍ୟା ପ୍ରଚାର କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ମଲାୟମ ଟିମ ଫ୍ୟାକ୍ଟ କ୍ରିସକେଣ୍ଡୋ ଏହି ଖବରର ପୁଷ୍ଟି ପୂର୍ବତନ ବିଜେପି କେନ୍ଦ୍ର ମନ୍ତ୍ରୀ କାଶିରାମ ରାଣେଙ୍କ ପୁଅ ସହ ସମ୍ପର୍କ କରିଥିଲେ। କାଶିରାମ ରାଣେଙ୍କ ପୁଅ ଦୀପକ ରାଣେ କହିଛନ୍ତି ଯେ, ଏହା ମୋ ଭଉଣୀର ବିବାହର ଫଟୋ ନୁହେଁ। ଆମେ ଆମର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁନାହୁଁ। ଯେତେବେଳେ ମୋ ବାପା ଏବଂ ମୋଦୀଜୀ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିବାହକୁ ଯାଇଥିଲେ ସେତେବେଳେ ଏହା ଫଟୋ ଅଟେ। ଏହା ମୋଦୀଜୀଙ୍କ ବିବାହ ଫଟୋ ନୁହେଁ ।

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ମୋଦି ରିସେପ୍ସନର ଫଟୋ ନୁହେଁ। ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।

Avatar

Title:ଭାଇରାଲ ଫଟୋ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ରିସେପ୍ସନର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *