ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

False Social

ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ଜୋର ସୋରରେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 2 ଡିସେମ୍ବର ରେ Pyari ka Dairy Babu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ଯେ,Last ritual of Priyanka reddy …Plz Forgive us sister। ପୋଷ୍ଟ କରାଯାଇଥିବା ଭିଡିଓକୁ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଭିଡିଓ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ଭିଡିଓକୁ 14 ଥର ସେୟାର କରାଯାଇଛି ଏବଂ 77 ଜଣ କମେଣ୍ଟ ଦେଇଛନ୍ତି। ତେଣୁ ପୋଷ୍ଟ କରାଯାଇଥିବା ଭିଡିଓ କ’ଣ ସତରେ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଅଟେ? ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

 ଏଠଆରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ- FacebookArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନର ଆରମ୍ବରେ ଆମେ ଗୁଗୁଲରେ ହାଇଦ୍ରାବାଦ ପିଡ଼ିତା ଅନ୍ତିମ ସଂସ୍କାର ନ୍ୟୁଜ ମାରି ସର୍ଚ କରିଲୁ। ସର୍ଚରେ ଆମକୁ ETV Andra pradesh ୟୁଟ୍ୟୁବ ଚ୍ୟାନେଲରେ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ମିଳିଲା। ଏହି ଭିଡିଓ ଭାଇରାଲ ହେଉଥିବା ଭିଡିଓରୁ ସମ୍ପୁର୍ଣ୍ଣ ଅଲଗା ଅଟେ। ଆମକୁ ୟୁଟ୍ୟୁବରେ ମିଳିଥିବା ଭିଡିଓରେ କୁହାଯାଇଛି ଯେ, 28 ନଭେମ୍ବରରେ ହାଇଦ୍ରାବାଦର ପୁରୁଣା ପୂଲ ସ୍ମଶାନଭୂମି ଠାରେ ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଏଠାରେ ୟୁଟ୍ୟୁବ ଲିଙ୍କ ଦେଖନ୍ତୁ-

ଆମେ ଏହି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ  ଗୁଗୁଲରେ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଫୋଟୋ ସର୍ଚ କରିଲୁ। ଏହାପରେ ଆମକୁ 28 ନଭେମ୍ବରରେ ସାକ୍ଷୀ ସମାଚାର ନାମକ ଏକ ନ୍ୟୁଜ ପେଜରେ ପ୍ରକାଶିତ କରାଯାଇଥିବା ଏକ ଫୋଟୋ ମିଳିଲା। ଯେଉଁଥିରେ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର  ବୋଲି ଲେଖା ଯାଇଛି। 

 ଏଠାରେ ଲିଙ୍କ ଦେଖନ୍ତୁ- Sakhi SamacharArchive

ଆମେ ETV Andhra Pradesh ନ୍ୟୁଜ ଚ୍ୟାନେଲରେ ଦେଇଥିବା ସୂଚନା ସତ୍ୟ ନା ନାହିଁ ସେ ବିଷୟରେ ଜାଣିବା ପାଇଁ ହାଇଦ୍ରାବାଦ ସ୍ଥିତ ପୁରଣା ପୂଲ ସ୍ମଶାନଭୂମିର କର୍ମଚାରିଙ୍କ ସହ ସମ୍ପର୍କ କରିଲୁ। ସ୍ମଶାନଭୂମିର କର୍ମଚାରି ଆମକୁ ସୂଚନା ଦେଲେ ଯେ, ETV Andhra Pradesh ଚ୍ୟାନେଲରେ ଦେଖା ଯାଇଥିବା ଅନ୍ତିମ ସଂସ୍କାର ଭିଡିଓ ହାଇଦ୍ରାବାଦ ପିଡ଼ିତାଙ୍କର ଅଟେ। ଏହା ସହିତ ସେ ସ୍ପଷ୍ଟ କଲେ ଯେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଭୁଲ ଅଟେ।

ଫେସବୁକରେ ଭାଇରାଲ ହେଉଥିବା ଭିଡିଓ କୌଣସି ମରୁଭୂମିରେ ଅନ୍ତିମ ସଂସ୍କାର ହେଉଥିବାର ଦେଖା ଯାଇଛି। ଭାଇରାଲ ଭିଡିଓ କେଉଁ ଜାଗାର ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଶେଷକଥା-

ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଭାଇରାଲ ହେଉଥିବା ଭିଡିଓ ଭୁଲ ଅଟେ। ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କୁ ହାଇଦ୍ରାବାଦ   ପୁରଣା ପୂଲ ସ୍ମଶାନଭୂମିରେ ଅନ୍ତିମ ସଂସ୍କାର କରାଯାଇଛି। ଭାଇରାଲ ହେଇଥିବା ଭିଡିଓ କୌଣସି ମରୁଭୂମିରେ ଅନ୍ତିମ ସଂସ୍କାର ହେଉଥିବାର ଦେଖାଯାଉଛି। ଏଣୁ ଭାଇରାଲ ହେଉଥିବା ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 

Avatar

Title:ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *