
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଟେବୁଲରେ ବହୁ ସଂଖ୍ୟକ ସୁନା ଅଳଙ୍କାର ପଢ଼ିଥିବାର ଦେଖିଯାଉଚି। ଏଥିରେ ଆପଣ ପୋଲିସ ଏବଂ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଦେଖିପାରିବେ। ଭିଡିଓରେ ଦାବି କରାଯାଉଛି ଯେ, ଏହା ସହିତ ତିରୁପତି ବାଲାଜୀ ମନ୍ଦିରର ଟ୍ରଷ୍ଟି ଜେ ଶେଖର ରେଡ୍ଡିଙ୍କ ଘରୁ ଆୟକର ବିଭାଗ ଛାପା ମାରି 37 କୋଟି ଟଙ୍କା ଏବଂ 106 କିଲୋଗ୍ରାମ ସୁନା ଜବତ କରିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
31 ଡିସେମ୍ବରରେ Khirod Chandra Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ତିରୁପତି ମନ୍ଦିର ଦାନ ସୁନା ଅଳଙ୍କାର ମନ୍ଦିର ପୂଜକ ବାସଭବନରୁ ଜବତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।
ତେବେ କଣ ଭାଇରାଲ ଭିଡିଓ ତିରୁପତି ମନ୍ଦିର ଦାନ ସୁନା ଅଳଙ୍କାର ମନ୍ଦିର ପୂଜକ ବାସଭବନରୁ ଜବତ ହୋଇଥିବା ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ପ୍ରଥମେ ଆମେ ୟୁଟ୍ୟୁବରେ କୀୱାର୍ଡ ସନ୍ଧାନ କରି ଏହି ଭିଡିଓ ଖୋଜିବାକୁ ଚେଷ୍ଟା କଲୁ। Tamil Galatta ନାମକ ଏକ ଚ୍ୟାନେଲରେ ପୋଲିସ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ ପାଇଲୁ। ଦିଆଯାଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ଭେଲୋର ପୋଲିସ 15 କିଲୋଗ୍ରାମ ଚୋରି ସୁନା ଜବତ କରିଛି। ଏହି କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ଏହି ସମ୍ମିଳନୀ କରିଥିଲା। ଅଧିକ ସୂଚନା ପାଇଁ ତ ଳେ ଲିଙ୍କ ଦେଖନ୍ତୁ।
ଭିଡିଓ ସହିତ ପ୍ରଦାନ କରାଯାଇଥିବା ସୂଚନାରେ, ଆମେ “ଆନନ୍ଦଲୁକ୍କା” ଲେଖା ପାଇଲୁ। ଯେତେବେଳେ ଆମେ ଗୁଗୁଲରେ ଏକ କୀୱାର୍ଡ ସର୍ଚ୍ଚ କରିଥିଲୁ, ଆମେ ଜାଣିବାକୁ ପାଇଲୁ ଯେ ଭେଲୋରରେ ଜୋଲୁକ୍କାସ୍ ଜୁଏଲାରୀ ନାମକ ଏକ ବଡ଼ ଅଳଙ୍କାର ଶୋ’ରୁମ୍ ଅଛି। Vikatan TV ନାମକ ଏକ ଯାଞ୍ଚ ହୋଇଥିବା ଚ୍ୟାନେଲରେ 23 ଡିସେମ୍ବରରେ ପ୍ରସାରିତ ହୋଇଥିବା ଏକ ରିପୋର୍ଟ ଆମେ ପାଇଲୁ। ଖବର ଅନୁସାରେ 15 ଡିସେମ୍ବର 15.9 କିଲୋଗ୍ରାମ ସୁନା ଏବଂ 8 କୋଟି ମୂଲ୍ୟର ହୀରା ଭେଲୋରର ଏକ ଅଳଙ୍କାର ଶୋ’ରୁମରୁ ଚୋରି ହୋଇଛି। ଏହି ମାମଲାରେ, 20 ଡିସେମ୍ବର ରେ, ଜଣେ ବ୍ୟକ୍ତିଙ୍କୁ ଓଡୁକାଥୁର ନାମକ ଏକ ସ୍ଥାନରୁ ପୋଲିସ ଗିରଫ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ ୟୁଟ୍ୟୁବ ଦେଖି ଚୋରି କରିଥିବା କହିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
21 ଡିସେମ୍ବର ରେ thehindu ଦ୍ୱାରା ପ୍ରକାଶିତ ଆମେ ଏକ ସମ୍ବାଦ ପ୍ରବନ୍ଧ ପାଇଲୁ। ଖବର ଅନୁସାରେ ଏହି ମାମଲାରେ 23 ବର୍ଷିୟ ଟି କେ ରାମନ ନାମକ ଏପରାଧିକୁ ଓଡୁଗୁଥୁର ଗାଁରୁ ଗିରଫ କରାଯାଇଥିଲା। ସେଠାରେ ସେ ଚୋରି ହୋଇଥିବା ଅଳଙ୍କାରକୁ ଭୂମିରେ ପୋତି ଦେଇଥିଲେ। ଭେଲୋର ଉତ୍ତର ପୋଲିସ ଏହା ବିରୋଧରେ ଏକ ମାମଲା ରୁଜୁ କରିଛି। ଏହା ମଧ୍ୟ କୁହାଯାଇଛି ଯେ ଅପରାଧୀ ଏକ ସପ୍ତାହ ପାଇଁ ଶୋ’ରୁମର କାନ୍ଥରେ ଏକ ଗାତ ଖୋଳିଥିଲେ ଏବଂ ଦିନେ ଶୋ’ରୁମରୁ ଲୁଟ କରି ଅଳଙ୍କାର ଚୋରି କରିଥିଲେ। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ factcrescendo hindi ଭେଲୋରର D.I.G.A. G ବାବୁ ସହ ସମ୍ପର୍କ କରିଥିଲେ ଏବଂ ସେ ଆମକୁ କହିଥିଲେ ଯେ “ଏହି ଭିଡିଓ ଭେଲୋରରେ ସମ୍ପ୍ରତି ସୁନା ଚୋରି ସହିତ ଜଡିତ। ଏହାର ଜେ ସେଖର ରେଡ୍ଡୀଙ୍କ ସହ କିଛି କରିବାର ନାହିଁ। ”
କ’ଣଥିଲା ଜେ ଶେଖର ରେଡ୍ଡୀଙ୍କ ଘରେ ଛାପା ମରାଯାଇଥିବା ମାମଲା ?
2016 ମସିହାରେ, ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ତତ୍କାଳୀନ ସଦସ୍ୟ ତଥା ଶିଳ୍ପପତି ଜେ ଶେଖର ରେଡ୍ଡୀଙ୍କ ଆୟକର ବିଭାଗ ସ୍ଥାନରେ ଚଢ଼ାଉ କରିଥିଲା। ଚେନ୍ନାଇ ଏବଂ ଭେଲୋରରେ ଥିବା ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରୁ ଆୟକର ବିଭାଗ ଦ୍ୱାରା ପ୍ରାୟ 127 କିଲୋଗ୍ରାମ ସୁନା ଏବଂ 170 କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓରେ ଦେଖାଯାଇଥିବା ଏପିସୋଡରେ ତାମିଲନାଡୁର ଭେଲୋରର ଏକ ସୁନା ଶୋ’ରୁମରେ ଚୋରି ପରେ ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ସୁନାର ଅଟେ। ଏହାର ଜେ ଶେଖର ରେଡ୍ଡୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ ସହିତ କୌଣସି ସମ୍ପର୍କ ନାହିଁ।

Title:ତିରୁପତି ମନ୍ଦିର ଦାନ ସୁନା ଅଳଙ୍କାର ମନ୍ଦିର ପୂଜକ ବାସଭବନରୁ ଜବତ ହୋଇଥିବା ଭିଡିଓ ?
Fact Check By: Saritadevi SamalResult: False
