
ରାମ ଏବଂ ହିନ୍ଦୁ ଧର୍ମକୁ ନେଇ ବିଜେପି ଏବଂ ତାଙ୍କ ପ୍ରଶଂସକମାନେ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ରାମ ଭକ୍ତ ହେବାକୁ ନେଇ ଅନେକ ଭୁଲ ଭିଡିଓ ମଧ୍ୟ ପୋଷ୍ଟ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଦେଶରେ ହେଉଥିବା ଏକ ଅଡିଶନରେ ବିଦେଶି ଛୁଆ ଦୁଇ ଜଣ ରାମାୟଣ ଗୀତ ଗାଉଥିବାର ଶୁଣିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶି ପିଲା ସ୍ଟେଜରେ ରାମାୟଣ ଶୁଣାଇଲା ପରେ ସେଠାରେ ଉପସ୍ଥିତ ଜଜମାନେ ଖୁସିରେ ପାଗଳ ହୋଇଗଲେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
25 ଫେବୃଆରିରେ Saroj Kumar Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଜିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯେବେ ବିଦେଶୀ ପିଲା ରାମାୟଣ ଶୁଣନ୍ତି.. ସେତେବେଳେ ମଞ୍ଚର ଅବସ୍ଥା …। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ଭିଡିଓ Odisha with BJp ପେଜରେ ମଧ୍ୟ ଭାଇରାଲ କରାଯାଇଛି। ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook। Archive
ତେବେ କଣ ଭିଡିଓରେ ବିଦେଶି ପିଲା ରାମାୟଣ ଗୀତ ଗାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭେର ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। The Voice Global ପେଜରେ ଭାଇରାଲ ଭିଡିଓ ମିଳିଲା। ଯାହାକି ଭାଇରାଲ ଭିଡିଓ ସହ ସମାନ। ଭିଡିଓଟି 5 ମେ 2017ରେ ପୋଷ୍ଟ କରାଯାଇଥିଲା। ଆମକୁ ମିଳିଥିବା ଭିଡିଓ ବିଦେଶି ପିଲା ଦୁଇ ଜଣ ରାମାୟଣ ଗୀତ ଗାଉ ନାହାନ୍ତି। ମୂଳ ଭିଡିଓକୁ ଏଡିଟ କରି ଭାଇରାଲ କରାଯାଉଛି। ତଳେ ଲିଙ୍କ ଦେଖନ୍ତୁ।
ପଲା ଦୁଇ ଜଣ ଗାଉଥିବା ଗୀତ ସମ୍ପର୍କରେ ଲେଖାଯାଇଥିବାର ଦେଖିଲୁ। ଏହା ପରେ ଆମେ ଏହି ଗୀତ (Te Quiero, Te Quiero) ଗୀତ ଗୁଗୁଲରେ ସର୍ଚ୍ଚ କରିଲୁ। ଏହି ଗୀତ ଆମକୁ Mibellagenio ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। ଏହା ପରେ ଆମକୁ ଏକ ପେଜ ମିଳିଲା, ଯେଉଁଥିରୁ ସ୍ପଷ୍ଟ ହେଲୁ ପିଲା ଦୁଇ ଜଣ Spanish ଗୀତ ଗାଉଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ବିଦେଶି ପିଲା ରାମାୟଣ ଗୀତ ଗାଉଥିବା ଦାବି ମିଥ୍ୟା ଅଟେ। ପ୍ରକୃତ ଭିଡିଓରେ ଦୁଇ ପିଲା ସ୍ପାନିସ ଗୀତ ଗାଉଛନ୍ତି।