
ଏହି ସମୟରେ ସାରା ବିଶ୍ଵ କୋରୋନା ପୀଡ଼ିତ ଥିବା ବେଳେ ,ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଖବର ଶୁଣିବା କୁ ମିଳି ଥିଲା ଯେ ନ୍ୟୁଜିଲାଣ୍ଡ ବର୍ତମାନ କୋରୋନା ମୁକ୍ତ ଦେଶ ହେଇ ଯାଇଅଛି। ଗତ ୨୦ ଦିନ ରୁ ନ୍ୟୁଜିଲାଣ୍ଡ ରେ କେହି ନୂଆ ଆକ୍ରାନ୍ତ ଦେଖିବା କୁ ମିଳି ନାହିଁ। ଏହି ଖବର ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହେଇଛି। ଏହି ବିଷୟ ନେଇ ଆମ ସାମନା କୁ ଗୋଟିଏ ଭିଡିଓ ଆସିଲା ଯେଉଁ ଥିରେ ଦେଖିବା କୁ ମିଳିଛି ଯେ କିଛି ସ୍ୱାସ୍ଥ୍ୟକର୍ମୀ ହସ୍ପିଟାଲରୁ ବାହାରିବା ସମୟରେ ନିଜ ମସ୍କ ଏବଂ ଟୋପି ହାୱା ରେ ଉଡେଇ ଆସୁଛନ୍ତି। ଭିଡିଓ ସେଶରେ ଦେଖିବାକୁ ମିଳିଛି ଯେ ହସ୍ପିଟାଲ କବାଟ ବନ୍ଦ କରି ସମସ୍ତେ ତାଳି ବଜାଉଛନ୍ତି। ଏହି ପୋସ୍ତରେ ଏହା ଦାବି କରା ଯାଇ ଅଛି ଯେ ଏହି ଭିଡିଓ ନ୍ୟୁଜିଲାଣ୍ଡ ଦେଶର ଅଟେ ଓ ସେଶ କୋରୋନା ରୋଗୀ ସୁସ୍ଥ ହେଲା ପରେ ହସ୍ପିଟାଲ ବନ୍ଦ ହେଲା।
ଆମ ଅନୁସନ୍ଧାନ:
ପୋଷ୍ଟ କରା ଯାଇଥିବା ଭିଡିଓର ଉପର ଡାହାଣ ପାର୍ଶ୍ଵ ରେ ଭିଜିଟ ଇଟାଲୀ ଲେଖା ହେଇଥିବା ଦେଖିଲା ପରେ ଆମକୁ ଏହି ଭିଡିଓ ନ୍ୟୁଜିଲାଣ୍ଡର ହେଇ ଥିବା ନେଇ ସନ୍ଦେହ ହେଲା। ଶେଠୀ ପାଇଁ ଆମେ ଏହି ଭିଡିଓ ବିଷୟରେ ଅନୁସନ୍ଧାନ କରି ସତ୍ୟ ଖୋଜି ବାହାର କରିଲୁ।
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗ୍ଗୁଳ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୦ ଜୁନରେ ଫିବ୍ଲାଦୀ ଆଲ୍ଜେରିଆ ନାମକ ଫେସବୁକ ପେଜରେ ଏହି ଭିଡିଓ ପୋଷ୍ଟ ହେଇ ଥିବା ମିଳିଲା। ଏହି ପୋଷ୍ଟରେ ଲେଖା ଯାଇଅଛି ଯେ ଏହି ଭିଡିଓଟି ଦକ୍ଷିଣ ଇଟାଲୀର ମାଟେରା ହସ୍ପିଟାଲର ଦୃଶ୍ୟ ଅଟେ।
ଏହା ପରେ ଆମେ ୟୁଟ୍ୟୁବ ରେ ଯାଇ “ସେଶ କୋରୋନା ରୋଗୀ ମାଟେରା” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ୭ ଜୁନ ୨୦୨୦ ରେ ୟୁରୋ ନ୍ୟୁଜ ଆମେଚ୍ଯୋର ନାମକ ୟୁଟ୍ୟୁବ ଛେନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ପାଇଲୁ। ଭିଡିଓର ବ୍ୟାଖ୍ୟା ରେ ଲେଖା ଯାଇଅଛି ଯେ ମାଟେରା ର ମାଡୋନା ଡେଲେ ଗ୍ରାଯିଏ ହସ୍ପିଟାଲର କୋରୋନା ୱାର୍ଡ ବନ୍ଦ ହେବା ଖୁସି ରେ ସେଠିକାର ସ୍ୱାସ୍ଥ୍ୟ କର୍ମଚାରି, ନାର୍ସ ଏବଂ ଡାକ୍ତର ମାନେ ଖୁସି ହେଇଛନ୍ତି। ଏହି ହସ୍ପିଟାଲର ଦ୍ଵାରରେ “ସୁସ୍ଥ ରୁହନ୍ତୁ, ଆମକୁ ଦ୍ଵାର ଖୋଲିବାର ଅବସର ଦିଅନ୍ତୁ ନାହିଁ” ବୋଲି ଲେଖା ହେଇଛି।
ଆମକୁ ଏହି ଭିଡିଓ ଫେସବୁକର ଭିଜିଟ ଇଟାଲୀ ଏବଂ ମାଟେରା ନ୍ୟୁଜ ପେଜରେ ମଧ୍ୟ ଦେଖିବା କୁ ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ଏହା ମାଟେରା ର ମାଡୋନା ଡେଲେ ଗ୍ରାଯିଏ ହସ୍ପିଟାଲର କୋରୋନା ୱାର୍ଡର ଭିଡିଓ ଅଟେ। ଏହି ଭିଡିଓର ନ୍ୟୁଜିଲାଣ୍ଡ ସହିତ କୌଣସି ସମ୍ବନ୍ଧ ନାହିଁ। ଇଟାଲୀର ଭିଡିଓ କୁ ନ୍ୟୁଜିଲାଣ୍ଡର କହି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ହସ୍ପିଟାଲ ଭିତରୁ ଖୁସି ହେଇ ବାହାରି ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଭିଡିଓ ନ୍ୟୁଜିଲାଣ୍ଡ ଦେଶର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False