
୨୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କିଛି ଲୋକ ନଚିଛନ୍ତି ଏବଂ କିଛି ନାରା ଲଗାଇବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ବିଜେପି ପାର୍ଟି ପତାକା ମଧ୍ୟ ଧରି ଛିଡ଼ା ହେଇଛନ୍ତି। ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ଏହି ଲୋକ ମାନେ ପାକିସ୍ତାନୀ ଅଟନ୍ତି ଏବଂ ମୋଦୀଙ୍କ ନାମ ର ଜୟକାର କରି ତାଙ୍କୁ ସମର୍ଥନ କରୁଛନ୍ତି।

୧୨ ମେରେ ଜଣେ ଟୁଇଟର ୟୁଜର, ନିଜ ଟୁଇଟର ହେଣ୍ଡେଲରେ ଏହି ଭିଡିଓ ଟୁଇଟ କରି କହିଛନ୍ତି ଯେ ପାକିସ୍ତାନରେ ବିଜେପି ପାର୍ଟିର ପ୍ରଥମ ଶାଖା ଖୋଲି ସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ପାକିସ୍ତାନ ର ଜାତୀୟ ପତାକା ଦେଖିବା କୁ ମିଳିଥିଲା କିନ୍ତୁ ଏହି ଦୃଶ୍ୟ ଦେଖିଲା ପରେ ହୃଦୟ ଖୁସି ହେଇ ଗଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁ; ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଅମେଜ ସର୍ଚ କରିଲା ପରେ ଆମକୁ ୧୨ ଜୁନ ୨୦୧୯ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହିଥିବା ମିଳିଲା। ଆମେ ଏହି ଭିଡିଓକୁ ପୁରା ଦେଖିଲା ପରେ ଆମ କୁ କିଛି ନାରା ଭଲସେ ଶୁଣିବା କୁ ମିଳିଲା। ଏହି ଭିଡିଓ ରେ ଲୋକେ ନାରା ଲାଗାଇ କହୁଥିଲେ, “ଜିତ ହମାରି ହାଇ (Jeet humari hai)” ଆଉ “ସୋଫି ସାହାବ କଦମ ବଢାଓ – ହମ ତୁମହାରେ ସାଥ ହେଁ (Sofi sahib kadam badhao, hum tumhare sath hain)”
ଏହା ପାରେ ଆମେ ଗୁଗୁଲରେ ଯାଇ ସୋଫି ଯୌସୁଫ ରେଲି ଲେଖି ସର୍ଚ କରିଲୁ। ଆମକୁ ଏହି ଘଟଣା ସମ୍ବନ୍ଧିତ ଗୋଟିଏ ଭିଡିଓ ମିଳିଲା। ୩୦ ମାର୍ଚ ୨୦୧୯ ମସିହାରେ ପଞ୍ଜାବ କେଶରୀ ଟି.ଭି ଦ୍ଵାରା ପ୍ରସାରିତ ଏହି ଭିଡିଓରେ ଏହା ଲେଖା ଯାଇଅଛି ଯେ ଅନନ୍ତନାଗ ଅଞ୍ଚଳରୁ ବିଜେପି ଦଳ ପ୍ରାଥି ସୋଫି ୟୁସୁଫ ନାମାଙ୍କନ କରିଲା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା କୁ ମିଳିଛି। ଏହା ପରେ ସୋଫି ୟୁସୁଫ ମିଡିଆ ସହିତ ସାକ୍ଷାତ କରି କହିଥିଲେ ଯେ ଯେଉଁ ପରିବାର ସହିତ ଅନ୍ୟାୟ ହେଇଛି ଏବଂ ଯେଉଁ ମାନେ ନିର୍ଯ୍ୟାତନା ସହିଛନ୍ତି ସେ ସେହି ଲୋକଙ୍କ ସାହାଜ୍ଯ କରିବେ। ସେ ଦକ୍ଷିଣ କାଶ୍ମୀର ର ବିକାଶ କଥା ମଧ୍ୟ କହିଛନ୍ତି।
ସୋଫି ୟୁସୁଫ ଅନନ୍ତନାଗ ଆଞ୍ଚଲ ରେ ନାମାଙ୍କନ କରିଥିବା ଜଣା ପଡ଼ିଲା ପରେ ଆମେ ଗୁଗୁଲ ମ୍ୟାପରେ ଯାଇ ଦେଖିଲୁ ଯେ ଏହି ଅନନ୍ତନାଗ କେଉଁ ରାଜ୍ୟରେ ଅଛି।
୩୦ ମାର୍ଚ ୨୦୧୯ ରେ ଡେଲି ଏକ୍ସେଲସିୟର ନିଜ ୟୁଟ୍ୟୁବ ଛେନାଲରେ ସୋଫିଆ ୟୁସୁଫଙ୍କ ଦ୍ଵାରା ଜନତାକୁ ସମ୍ବୋଧିତ କରୁଥିବା ଗୋଟିଏ ଭିଡିଓ ଅପ୍ଲୋଡ କରିଛି। ଏହି ଭିଡିଓରେ ମଞ୍ଚରେ ଗୋଟିଏ ବ୍ୟାନର ଦେଖିବାକୁ ମିଳିଛି ଯେଉଁ ତିରେ ଅନନ୍ତନାଗ ଏବଂ କାଶ୍ମୀର ଲେଖା ଯାଇଅଛି। ଏହା ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ କାଶ୍ମୀରର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଜମ୍ମୁ କାଶ୍ମୀର ରାଜ୍ୟର ଅନନ୍ତନାଗ ଆଞ୍ଚଲର ଭିଡିଓ ଅଟେ। ଏହି ଭିଡିଓ ୨୦୧୯ ରେ ସୋଫିଆ ୟୁସୁଫଙ୍କ ବିଜେପି ପାର୍ଟି ରେ ନାମାଙ୍କନ କରିଥିବା ସମୟର ଅଟେ। ପୋଷ୍ଟରେ କରା ଯାଇ ଥିବା ଦାବି ଯେ ଏହି ଭିଡିଓ ପାକିସ୍ତାନ ଏବଂ ବାଲୁଚିସ୍ତାନରେ ମୋଦୀଙ୍କୁ ସମର୍ଥନ କରିବା କଥା ବା ବିଜେପିର

Title:କ’ଣ ମୋଦୀଜିଙ୍କ ଜୟକାର କରୁ ଥିବା ଏହି ଭିଡିଓ ପାକିସ୍ତାନର? କ’ଣ ପାକିସ୍ତାନର ଲୋକେ ମୋଦୀଙ୍କୁ ନିଜ ସମର୍ଥନ ଦେଊଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False