ଭାଇରାଲ ଭିଡିଓ ଭଦ୍ରକ ରାମ ନବମି ଉତ୍ସବର ଅଟେ ?

False Social

ସୋସିଆଲ ମିଡିଆରେ ରାମ ନବମି ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ କମଳା ପତାକା ଧରି ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଆ ସହିତ ଦାବି କରାଯାଇଛି ଯେ, ଇତିହାସ ରଚିଲା ଭଦ୍ରକ, ସାରା ଭାରତ ଦେଖିଲା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ।

11 ଏପ୍ରଲରେ Manas Kumar Sahu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇତିହାସ ରଚିଲା ଭଦ୍ରକ, ସାରା ଭାରତ ଦେଖିଲା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ 2 ହଜାରୁ ଅଧିକ ଲୋକ ଦେଖିଛନ୍ତି। 

ତେବେ କଣ ଭାଇରାଲ ଭିଡିଓ ଭଦ୍ରକ ରାମ ନବମିର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଆମେ ଏସ୍ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓର ଏକ ଲମ୍ବା ଭିଡିଓ ପାଇଲୁ। ଏହି ଭିଡିଓ 12 ସେପ୍ଟେମ୍ବର 2019 ରେ ଅପଲୋଡ୍ ହୋଇଥିଲା 

ଆମେ ଭାଇରାଲ୍ ଭିଡିଓ ଏବଂ ଆମେ ପାଇଥିବା ଭିଡିଓଗୁଡ଼ିକୁ ବିଶ୍ଳେଷଣ କରିଥିଲୁ। ଭାଇରାଲ ଭିଡିଓରେ ଦେଖାଯାଇଥିବା ଘର, ପୋଷ୍ଟର, କମାଣ୍ଡ ମଧ୍ୟ ୟୁଟ୍ୟୁବରେ ମିଳିଥିବା ଭିଡିଓରେ ଅଛି। ଆପଣ ଅନ୍ୟ ୟୁଟ୍ୟୁବ୍ ଚ୍ୟାନେଲଗୁଡିକରେ ସମାନ ଭିଡିଓ ଏଠାରେ ଏବଂ ଏଠାରେ ଦେଖିପାରିବେ। 

ଶିମୋଗା ହିନ୍ଦୁ ମହାସଭା ଗଣପତି ଲେଖି ଆମେ ଗୁଗୁଲ୍ ମ୍ୟାପ୍ ରେ ଖୋଜିଲୁ।  ଆମେ ନିକଟସ୍ଥ ମନ୍ଦିର ଏବଂ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲୁ। ଆମେ ନିକଟସ୍ଥ ବାଲାମୁରୀ ଗଣପତି ମନ୍ଦିରର ଫୋନ ନମ୍ବର ପାଇଲୁ।

ଏହି ସ୍ଥାନ ଖୋଜିବାବେଳେ, ଆମେ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ପାଇଲୁ।

ଏହି ଭିଡିଓରେ ଶିମୋଗାର ଗୋପୀ ସର୍କଲ୍ ଦେଖିବାକୁ ମିଳେ ।ଏହି ଭିଡିଓରେ ଆପଣ ସମାନ ବିଲ୍ଡିଂ ଦେଖିପାରିବେ ଯାହା ଭାଇରାଲ୍ ଭିଡିଓରେ ଅଛି।

ଶେଷକଥା

ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ହେଉଛି 2019 ରେ କର୍ଣ୍ଣାଟକର ଶିମୋଗାଠାରେ ହିନ୍ଦୁ ମହାସଭା ଗଣପତି ପର୍ବର ଅଟେ। ଭଦ୍ରକ ରାମ ନବମି ସହ ଭିଡିଓର କୌଣସି ସମ୍ପର୍କ ନାହିଁ।

Avatar

Title:ଭାଇରାଲ ଭିଡିଓ ଭଦ୍ରକ ରାମ ନବମି ଉତ୍ସବର ଅଟେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *